ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପବିତ୍ର ଦୁର୍ଗାପୂଜା ଅବସରରେ ସମସ୍ତଙ୍କୁ ଶାରଦୀୟ ଶୁଭେଚ୍ଛା ଜଣାଇଛନ୍ତି। ମା’ଦୁର୍ଗାଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ଉଲ୍ଲାସ ଭରିଦେଉ ବୋଲି ମୁଖ୍ୟମନ୍ତ୍ରୀ ଶାରଦୀୟ ଶୁଭେଚ୍ଛା ବାର୍ତ୍ତାରେ ପ୍ରକାଶ କରିଛନ୍ତି। ସମସ୍ତଙ୍କ ମିଳିତ ଉଦ୍ୟମରୁ ରାଜ୍ୟରେ କୋଭିଡ୍ ସଂକ୍ରମଣ ନିମ୍ନଗାମୀ ହେଉଥିଲେ ମଧ୍ୟ ପାର୍ବଣ ଋତୁରେ ସଂପୂର୍ଣ୍ଣ ସାବଧାନତା ଅବଲମ୍ବନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।
ପବିତ୍ର ଦୁର୍ଗାପୂଜା ଅବସରରେ ସଭିଙ୍କୁ ମୋର ଶାରଦୀୟ ଅଭିନନ୍ଦନ ଓ ଶୁଭେଚ୍ଛା। ମା' ଦୁର୍ଗାଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ଉଲ୍ଲାସ ଭରିଦେଉ। pic.twitter.com/WLFjpWShJe
— Naveen Patnaik (@Naveen_Odisha) October 24, 2020



