www.samajalive.in
Saturday, December 6, 2025
17.1 C
Bhubaneswar

ଦେଶର ଅଗ୍ରଣୀ ଅନୁସନ୍ଧାନ ହବ୍ ଭାବେ ଉଭା ହେଉଛି ଓଡ଼ିଶା: ନବୀନ

ଭୁବନେଶ୍ଵର:  ପ୍ରାଚୀନ କାଳରୁ ଓଡ଼ିଶାରେ ଶିକ୍ଷାଗତ ଯୋଗ୍ୟତାର ପରମ୍ପରା ରହିଛି। ଐତିହାସିକ ଭାବେ ଶିକ୍ଷା ଏବଂ ଅନୁସନ୍ଧାନ କ୍ଷେତ୍ରରେ ଓଡ଼ିଶା ଆଗରେ ରହିଛି। ଏହି ରାଜ୍ୟ ଦେଶର ଏକ ଅଗ୍ରଣୀ ଅନୁସନ୍ଧାନ ହବ୍‌ ଭାବେ ଉଭା ହେଉଛି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶନିବାର ସମ୍ବଲପୁର ଆଇଆଇଏମର ନିଜସ୍ବ କ୍ୟାମ୍ପସ ଶିଳାନ୍ୟାସ ସମାରୋହରେ ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ସାମିଲ ହୋଇ ଏହା କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ୟାମ୍ପସର ଶିଳାନ୍ୟାସ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗଦେଇ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଆଜି ଆଇଆଇଏମ୍ ସମ୍ବଲପୁରର ଭିତ୍ତିଭୂମି ବିକାଶ ପାଇଁ କ୍ୟାମ୍ପସର ଶିଳାନ୍ୟାସ କରୁଛନ୍ତି। ଏଥିପାଇଁ ମୁଁ ଆନନ୍ଦିତ। ଆଜି ଏହି ଉତ୍କର୍ଷତା ଅନୁସରଣରେ ଆମ ସହିତ ଯୋଗ ଦେଇଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଦେଉଛି। ୨୦୧୫ରେ ସ୍ଥାପିତ ଆଇଆଇଏମ ସମ୍ବଲପୁର ନିଜକୁ ଦେଶର ଏକ ପ୍ରମୁଖ ପରିଚାଳନା ପ୍ରତିଷ୍ଠାନ ଭାବେ ଛିଡ଼ା କରିଛି। ଆମ ରାଜ୍ୟ ଶିକ୍ଷା କ୍ଷେତ୍ରରେ ନିଜର ଆଭିମୁଖ୍ୟ ଜାରି ରଖିଛି ଏବଂ ପୂର୍ବ ଭାରତର ଶିକ୍ଷା ହବ୍ ଭାବେ ଉଭା ହୋଇଛି। ଆଇଆଇଏମ, ଆଇଆଇଟି, ନାଇଜର, ଆଇଜର, ଏମ୍‌ସ, ଏନଏଲୟୁ ଏବଂ ଅନ୍ୟାନ୍ୟ ଗୁରୁତ୍ଵପୂର୍ଣ୍ଣ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଫଳରେ ଓଡ଼ିଶା ଦେଶର ଏକ ଅଗ୍ରଣୀ ଅନୁସନ୍ଧାନ ହବ୍‌ ଭାବେ ଉଭା ହେଉଛି। ଏଥିପାଇଁ ଆମେ ଭାରତ ସରକାରଙ୍କ ନିକଟରେ କୃତଜ୍ଞ।

- Advertisement -

ନବୀନ କହିଥିଲେ, ମାନବ ସମ୍ବଳର ବିକାଶ ପାଇଁ ଓଡ଼ିଶା ସରକାର ସର୍ବାଧିକ ପ୍ରାଥମିକତା ଦେଇଛନ୍ତି। “ସ୍କିଲ୍ ଇନ୍ ଓଡିଶା” ଏକ ଆନ୍ତର୍ଜାତୀୟ ବ୍ରାଣ୍ଡରେ ପରିଣତ ହୋଇସାରିଛି। ଆମ ଯୁବକମାନଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ବୈଷୟିକ ଜ୍ଞାନର ତାଲିମ ଦେବା ଦିଗରେ ଆମର ଧ୍ୟାନ ରହିଛି। ଓଡ଼ିଶାକୁ ଦେଶର ସବୁଠାରୁ ଅଧିକ ଶିକ୍ଷିତ ହବ୍ କରିବା ପାଇଁ ରାଜ୍ୟ ସରକାର ନୀତିଗତ ବ୍ୟବସ୍ଥା କରିବାକୁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ଆଇଆଇଏମର ଅଧ୍ୟକ୍ଷ, ନିର୍ଦ୍ଦେଶକ, ଅଧ୍ୟାପିକା ଏବଂ କର୍ମଚାରୀଙ୍କୁ ମୁଁ ଅଭିନନ୍ଦନ ଓ ଧନ୍ୟବାଦ ଜଣାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories