www.samajalive.in
Wednesday, December 10, 2025
16.1 C
Bhubaneswar

କନ୍ଧମାଳ ବାଲନ୍ଦାପଡ଼ା ମାଗୃହ ଏଏନ୍‌ଏମ୍‌ ପୁଷ୍ପିତା ସାହୁଙ୍କ କାମ ପ୍ରଶଂସନୀୟ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କନ୍ଧମାଳ ବାଲନ୍ଦାପଡ଼ାରେ ମା’ଗୃହ ଦାୟିତ୍ୱରେ ଥିବା ଏଏନ୍‌ଏମ୍‌ ପୁଷ୍ପିତା ସାହୁ ଗର୍ଭବତୀଙ୍କ ସୁରକ୍ଷିତ ମାତୃତ୍ୱ ପାଇଁ କରୁଥିବା କାମ ଉଦାହରଣୀୟ। ନିଷ୍ଠାର ସହ ନିଜ ଦାୟିତ୍ୱ ତୁଲାଇବା ଏବଂ ଗର୍ଭବତୀଙ୍କ ପାଇଁ ଥିବା ସରକାରୀ ସୁବିଧାସୁଯୋଗକୁ ସେମାନଙ୍କ ନିକଟରେ ପହଞ୍ଚାଇବା ଦିଗରେ ତାଙ୍କର ଉଦ୍ୟମ ପ୍ରଶଂସନୀୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟ ସରକାର ରାଜ୍ୟର ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ପରବର୍ତ୍ତୀସ୍ତରକୁ ନେବା ଉଦେଶ୍ୟରେ ଆସନ୍ତା ୫ ବର୍ଷ ମଧ୍ୟରେ ଓଡ଼ିଶା କର୍କଟ ଚିକିତ୍ସା ଯୋଜନା କାର୍ଯ୍ୟକାରୀ କରିବେ । ଏହି ଅଭିଯାନରେ ପ୍ରାୟ ୫୭୭ କୋଟି ଟଙ୍କା ବିନିଯୋଗ ହେବ ଏବଂ ସମଗ୍ର ରାଜ୍ୟରେ ଉଚ୍ଚସ୍ତରୀୟ କର୍କଟ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।

କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରଦତ୍ତ ମର୍ଯ୍ୟାଦାଜନକ ବାଲ ସାହିତ୍ୟ ପୁରସ୍କାର ପାଇବା ପାଇଁ ମନୋନୀତ ରାମଚନ୍ଦ୍ର ନାୟକ ଏବଂ ଚନ୍ଦ୍ରଶେଖର ହୋତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଉଭୟଙ୍କ ସଫଳତା ସମଗ୍ର ଓଡ଼ିଶା ପାଇଁ ଗୌରବର ବିଷୟ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ପରିବେଶବିତ୍‌ ବିଜୟ କୁମାର କବି ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ବଡ଼କୋଟର ଗ୍ରାମବାସୀମାନେ ୧୨ ବର୍ଷ ମଧ୍ୟରେ ୨୫ ଏକର ଜମିରେ ହେନ୍ତାଳ ବନ ସୃଷ୍ଟି କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଉଦ୍ୟମ ଅନ୍ୟମାନଙ୍କୁ ବନୀକରଣ ଏବଂ ପରିବେଶ ସୁରକ୍ଷା ପାଇଁ ପ୍ରେରଣିତ କରିବ ବୋଲି ସେ ଆଶାପ୍ରକାଶ କରିଛନ୍ତି।

Hot this week

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

Related Articles

Popular Categories