www.samajalive.in
Monday, December 8, 2025
24.1 C
Bhubaneswar

ଜାତୀୟ ଶିକ୍ଷାନୀତି ଭାରତକୁ ଜ୍ଞାନର ବିଶ୍ୱଶକ୍ତିରେ ପରିଣତ କରିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜାତୀୟ ଶିକ୍ଷାନୀତି ୨୦୨୦ ହେଉଛି ଏକବିଂଶ ଶତାବ୍ଦୀର ପ୍ରଥମ ଶିକ୍ଷାନୀତି, ଯାହା ଆମ ଦେଶର ବିକାଶମୂଳକ ଆବଶ୍ୟକତାକୁ ସମାଧାନ କରିବାର ଲକ୍ଷ୍ୟ ରଖିଛି। ଏହା ଭାରତକୁ ଜ୍ଞାନର ବିଶ୍ଵଶକ୍ତିରେ ପରିଣତ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସୋମବାର ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱ ବିଦ୍ୟାଳୟଠାରେ ଆୟୋଜିତ ଜାତୀୟୟ ଶିକ୍ଷାନୀତି ୨୦୨୦ ସନ୍ଦର୍ଭରେ ‘ଭାରତୀୟ ଜ୍ଞାନ ପରମ୍ପରା’ ସମ୍ପର୍କିତ ଆଲୋଚନା ଚକ୍ରରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହା କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, ଜାତୀୟ ଶିକ୍ଷାନୀତି ପ୍ରତ୍ୟେକ ବ୍ୟକ୍ତିର ସୃଜନଶୀଳ ସାମର୍ଥ୍ୟର ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେଇଛି।  ଶିକ୍ଷାନୀତି ଏହି ସିଦ୍ଧାନ୍ତ ଉପରେ ଆଧାରିତ ଯେ, ଶିକ୍ଷା କେବଳ ଜ୍ଞାନଗତ କ୍ଷମତାର ବିକାଶ ନୁହେଁ – ସ୍ୱାକ୍ଷରତା ଏବଂ ସଂଖ୍ୟାଗତ ଦକ୍ଷତାର “ମୌଳିକ ସାମର୍ଥ୍ୟ” ଏବଂ ବିଶ୍ଳେଷଣାତ୍ମକ ଚିନ୍ତନ। ଏହି ରାଷ୍ଟ୍ରୀୟ ଶିକ୍ଷାନୀତି ଭାରତୀୟ ଲୋକାଚାର ଉପରେ ଆଧାରିତ ଏକ ଶିକ୍ଷା ବ୍ୟବସ୍ଥା ଉପରେ ପର୍ଯ୍ୟବସିତ, ଯାହାକି ଭାରତକୁ ରୂପାନ୍ତର କରିବାରେ ସିଧାସଳଖ ଅବଦାନ ଦେବ। ଅର୍ଥାତ ଏକ ସମାନତା ଓ ଉତ୍ସାହୀ ଜ୍ଞାନଭିତ୍ତିକ ସମାଜରେ ସମସ୍ତଙ୍କୁ ଉଚ୍ଚ ଗୁଣାତ୍ମକମାନର ଶିକ୍ଷା ପ୍ରଦାନ କରି ଭାରତକୁ ଜ୍ଞାନର ଏକ ବିଶ୍ୱ ଶକ୍ତିରେ ପରିଣତ କରିବ।

- Advertisement -

ମୁଖ୍ୟମନ୍ତ୍ରୀ ଯୁବବର୍ଗକୁ ଭାରତୀୟ ଜ୍ଞାନ ପରମ୍ପରା, ସଂସ୍କୃତି ଓ ଗୌରବମୟ ଇତିହାସ ସହ ପରିଚିତ କରାଇବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ। ସେ କହିଥିଲେ, ଭାରତ ଏକ ଏଭଳି ଦେଶ ଯାହା ବିଦେଶୀ ଆକ୍ରମଣ ସତ୍ତ୍ୱେ ମଧ୍ୟ ନିଜର ଆଦି ଜ୍ଞାନ ଓ ସଂସ୍କୃତିକୁ ଅବିକଳ ରଖିଛି। ଏହି ଐତିହ୍ୟକୁ ସୁରକ୍ଷିତ ଓ ସକ୍ରିୟ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ।

ମୁଖ୍ୟମନ୍ତ୍ରୀ କହିଥିଲେ, ଶିକ୍ଷା ବ୍ୟବସ୍ଥାର ମୂଳ ଉଦ୍ଦେଶ୍ୟ ହେଉଛି ଉତ୍ତମ ମଣିଷ ସୃଷ୍ଟି କରିବା, ଯାହାଠାରୁ ଯୁକ୍ତିପୂର୍ଣ୍ଣ ଚିନ୍ତନ, ଦୟା ଓ ସହାନୁଭୂତି, ସାହସ ଓ ସ୍ଥିରତା, ବୈଜ୍ଞାନିକ ଭାବଧାରା, ସୃଜନଶୀଳ କଳ୍ପନା ଏବଂ ନୈତିକ ମୂଲ୍ୟବୋଧର ବିକାଶ ହେବ । ଶିକ୍ଷାନୀତି ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ସଂବିଧାନିକ ମୂଲ୍ୟବୋଧ ଏବଂ ଦେଶପ୍ରେମର ଭାବନା ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ । ଶିକ୍ଷା କେବଳ ନିଜ ସ୍ୱାର୍ଥ ପାଇଁ ନୁହେଁ, ବରଂ ସମସ୍ତଙ୍କ ହିତ ଏବଂ ସମାଜ କଲ୍ୟାଣ ପାଇଁ ଅଟେ। ଏହା ହେଉଛି ଭାରତୀୟ ଜ୍ଞାନ ପରମ୍ପରାର ମୂଳମନ୍ତ୍ର।

କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ନୂଆଦିଲ୍ଲୀର ଶିକ୍ଷା ସଂସ୍କୃତି ଉତ୍ଥାନ ନ୍ୟାସ ସଚିବ ଡ଼. ଅତୁଲ କୋଠାରୀ କହିଥିଲେ, ଶିକ୍ଷା କେବଳ ଜୀବିକା ପାଇଁ ନୁହେଁ, ଏହା ଜୀବନ ଗଠନର ଆଧାର। ଆମ ଶିକ୍ଷା ପ୍ରଣାଳୀରେ ଭାରତୀୟ ମୂଲ୍ୟ, ଆଦର୍ଶ ଓ ସାଂସ୍କୃତିକ ଚେତନାକୁ ଆଣିବା ଆଜିର ସମୟର ଆବଶ୍ୟକତା। ଆମେ ଯଦି ଶିକ୍ଷାକୁ ରାଷ୍ଟ୍ର ଗଠନର ସାଧନା ଭାବେ ଦେଖିବା, ତେବେ ଆଗାମୀ ପିଢି ଜ୍ଞାନୀ, କର୍ତ୍ତବ୍ୟନିଷ୍ଠ ଓ ଦେଶଭକ୍ତ ନାଗରିକ ଭାବେ ଗଢ଼ିଉଠିବେ। ନୂଆ ରାଷ୍ଟ୍ରୀୟ ଶିକ୍ଷାନୀତି (NEP 2020) ଭାରତୀୟ ଚିନ୍ତନ ଓ ଆଧୁନିକ ଜ୍ଞାନର ସମନ୍ୱୟ। ଏହା ମାଧ୍ୟମରେ ଆମେ ସଂସ୍କୃତିକ ମୂଳକୁ ମଜବୁତ କରି ବୈଶ୍ଵିକ ଦୃଷ୍ଟିକୋଣ ସହ ଆଗକୁ ବଢ଼ିପାରିବୁ।

ଆଲୋଚନାରେ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ପରାମର୍ଶଦାତା ଡ଼. ପଙ୍କଜ ମିତ୍ତଲ ଏବଂ ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ନିର୍ଦ୍ଦେଶକ ପ୍ରଫେସର ପ୍ରଭାତ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories