www.samajalive.in
Saturday, December 6, 2025
19.1 C
Bhubaneswar

ଅନାବଶ୍ୟକ ଖର୍ଚ୍ଚ କଲେନାହିଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଡେସ୍କ: ଲୋକଙ୍କ ସରକାରର ନେତୃତ୍ୱ କଥା କହୁଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାସ୍ତବରେ ସେ ଲୋକଙ୍କ ନେତା ବୋଲି ପ୍ରମାଣ କରି ଦେଖାଇଛନ୍ତି। ଗତକାଲି (ବୁଧବାର) ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଉଭୟ ଘରୋଇ କିମ୍ବା ଚାର୍ଟାର୍ଡ ବିମାନରେ ଚଣ୍ଡୀଗଡ଼ ଯାତ୍ରା କରିବା ପରିବର୍ତ୍ତେ ଦୈନିକ ଚଳାଚଳ କରୁଥିବା ବିମାନରେ ଯାତ୍ରା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିଷ୍ପତ୍ତିକୁ ସାଧାରଣ ଜନତା ଉଚ୍ଚ ପ୍ରଶଂସା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓ ତାଙ୍କ ପତ୍ନୀ ପ୍ରିୟଙ୍କା ମାରାଣ୍ଡିଙ୍କ ୩ ଦିନିଆ ହରିୟାଣା ଓ ମହାରାଷ୍ଟ୍ର ଗସ୍ତ ପାଇଁ ଦୁଇଟି ସ୍ୱତନ୍ତ୍ର ବିମାନ ବ୍ୟବସ୍ଥା କରାଯାଇଥିଲା କିନ୍ତୁ ସେ ଦୈନିକ ଚଳାଚଳ କରୁଥିବା ବିମାନରେ ଯାତ୍ରା କରିବାକୁ ପସନ୍ଦ କରିଥିଲେ।

- Advertisement -

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ଯାତ୍ରା ପାଇଁ ଏକ ଲେଗାସି ୬୫୦ ଚାର୍ଟର ବିମାନ ବୁକ୍ ହୋଇଥିଲା, ଯେଉଁଥିରେ ତିନି ଦିନ ପାଇଁ ୯୧.୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାନ୍ତା। ୭୮.୫୫ ଲକ୍ଷ ଟଙ୍କା ମୂଲ୍ୟର ଫାଲକନ୍ ୨୦୦ ଚାର୍ଟର ବିମାନ ପାଇଁ ମଧ୍ୟ ପ୍ରସ୍ତାବ ଥିଲା। ତେବେ ଚାଟାର୍ଡ ବିମାନର ଭଡ଼ା ଖର୍ଚ୍ଚ ଅଧିକ ଥିବାରୁ ଅନାବଶ୍ୟକ ଖର୍ଚ୍ଚକୁ ଏଡ଼ାଇବା ଏବଂ ଜନସାଧାରଣଙ୍କ ଟଙ୍କା ସଞ୍ଚୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦୈନିକ ଚଳାଚଳ କରୁଥିବା ବିମାନରେ ସାଧାରଣ ଯାତ୍ରୀଙ୍କ ପରି ଯାତ୍ରା କରିବାକୁ ନିଷ୍ପତ୍ତି ନେଇଥିଲେ।

ଯେତେବେଳେ ପୂର୍ବ ସରକାର ଅମଳରେ ପ୍ରଶାସନିକ ଅଧିକାରୀରୁ ରାଜନେତା ପାଲଟିଥିବା ଜଣେ ପ୍ରଶାସନିକ ଅଧିକାରୀ ହେଲିକପ୍ଟର ଯୋଗେ ଜିଲ୍ଲା ଗସ୍ତରେ ଯାଇ ଜନସାଧାରଣଙ୍କ ଅର୍ଥ ଖର୍ଚ୍ଚ କରିଥିଲେ। ତେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୃଢୋକ୍ତି ପ୍ରକାଶ କରି ଆସୁଛନ୍ତି ଯେ ସେ ଏକ ଜନ ସରକାରର ନେତୃତ୍ୱ ନେଉଛନ୍ତି ଏବଂ ଜନସାଧାରଣଙ୍କ ଅର୍ଥ ଖର୍ଚ୍ଚ କରି ବ୍ୟୟବହୁଳ ଜୀବନ ବିତାଇବା ସପକ୍ଷରେ ନାହାନ୍ତି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories