ଚଣ୍ଡୀଗଡ଼: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ସୋମବାର ଭୋଟଗ୍ରହଣ ଜାରି ରହିଛି। ରାଜ୍ୟର ବରିଷ୍ଠ ନେତାମାନେ ବିଭିନ୍ନ ବୁଥରେ ନିଜର ମତଦାନ କରିଛନ୍ତି। ତେବେ ଏହି ସମୟରେ କିଛି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ହରିୟାଣା ମୁଖ୍ୟମନ୍ତ୍ରୀ ୬୫ ବର୍ଷୀୟ ମନୋହର ଲାଲ ଖଟ୍ଟର ସାଇକେଲରେ ଆସି କରନାଲର ପ୍ରେମନଗର ୧୭୪ ନମ୍ବର ବୁଥରେ ପହଞ୍ଚି ମତଦାନ କରିଥିଲେ। ପରେ ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ ଭାବେ ଭୋଟ ଦେବାକୁ ମୁଖ୍ୟମନ୍ତ୍ରୀ ଲୋକମାନଙ୍କୁ ନିବେଦନ କରିଥିଲେ। ସେହିପରି ଜନନାୟକ ଜନତା ପାର୍ଟି ଅଧ୍ୟକ୍ଷ ଦୁଷ୍ୟନ୍ତ ଚୌଟାଲା ପତ୍ନୀ ଏବଂ ପରିବାର ଲୋକଙ୍କ ସହିତ ଟ୍ରାକ୍ଟରରେ ଆସି ଭୋଟଦାନ କରିଛନ୍ତି। ସିରସାର ବାଲ୍ଭବନରେ ହୋଇଥିବା ବୁଥରେ ଭୋଟ ଦେଇଥିଲେ। ଏହାବ୍ୟତୀତ ବିଧାନସଭା ବାଚସ୍ପତି କୱଁରପାଲ ଗୁର୍ଜର, ହରିୟାଣା ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ କୁମାରୀ ସୈଲଜା, କଂଗ୍ରେସ ପ୍ରାର୍ଥୀ ରଣଦୀପ ସିଂହ ସୁରଜେୱାଲା, ବିଜେପି ପ୍ରାର୍ଥୀ ସୋନାଲି ଫୋଗାଟ, ବବିତା ଫୋଗାଟ ପ୍ରମୁଖ ନିଜର ମତଦାନ କରିଛନ୍ତି।
ସାଇକେଲରେ ଆସି ଭୋଟ ଦେଲେ ମୁଖ୍ୟମନ୍ତ୍ରୀ, ଟ୍ରାକ୍ଟରରେ ପରିବାର ସହ ଆସିଲେ ଦୁଷ୍ୟନ୍ତ
Popular Categories



