www.samajalive.in
Saturday, December 6, 2025
14.1 C
Bhubaneswar

ପାଳିବନ୍ଧ ପଞ୍ଚାୟତରେ ସ୍ଵଚ୍ଛତା କାର୍ଯ୍ୟକ୍ରମ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାକୁ ପ୍ଲାଷ୍ଟିକ ମୁକ୍ତ ଏବଂ ସ୍ୱଚ୍ଛତାକୁ ନେଇ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଆହ୍ୱାନ ପରେ ଗଞ୍ଜାମ ବ୍ଲକର ପାଳିବନ୍ଧ ପଞ୍ଚାୟତର ବିଭିନ୍ନ ସ୍ଥାନରେ ସ୍ଵଚ୍ଛତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ପାଳିବନ୍ଧ ଗ୍ରାମ ପଞ୍ଚାୟତ ପରିସର ଓ ପରେ ବଟେଶ୍ୱର ଶୈବପୀଠ ପରିସରକୁ ଅଙ୍ଗନବାଡି ଓ ଆଶାକର୍ମୀମାନେ ସଫେଇ କରଥିଲେ। ପାଳିବନ୍ଧ ଗ୍ରାମରେ ସ୍ଵଚ୍ଛତାକୁ ନେଇ ସଚେତନତା କାର୍ୟ୍ୟକ୍ରମ କରିଥିଲେ। ସ୍ଥାନୀୟ ସରପଞ୍ଚ ଦିଲିପ କୁମାର ଛୋଟରାୟ ଉକ୍ତ କାର୍ୟ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ଅଙ୍ଗନବାଡି ଓ ଆଶା କର୍ମୀଙ୍କ ଏପରି କାର୍ୟ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ। ଏହି କାର୍ୟ୍ୟକ୍ରମରେ ବଟେଶ୍ୱର ମନ୍ଦିର ପରିଚାଳନା କମିଟି ସମ୍ପାଦକ ରଞ୍ଜିତ ପଲାଇ, କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ମଲିକ, ଶିକ୍ଷକ ରଘୁନାଥ ସାହୁ, ତ୍ରିଲୋଚନ ପ୍ରଧାନ, ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି କବିତା ସାହୁ, ବି.ସୁଜାତା ସାହୁ, ସରିତା ଦାଶ, କନକ ପ୍ରଧାନ, ଅନିତା ମହାରଣା, ଶାନ୍ତିଲତା ପଲାଇ, ପ୍ରତିମା ରାଉଳ, ସେବତୀ ସାହୁ, ଡି.ପ୍ରମୋଦା, ଝୁନୁ ବାରିକ ପ୍ରମୁଖ ଅଙ୍ଗନବାଡି ଓ ଆଶାକର୍ମୀ ଏହି ସ୍ଵଚ୍ଛତା କାର୍ୟ୍ୟକ୍ରମରେ ସାମିଲ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories