www.samajalive.in
Friday, December 5, 2025
26.1 C
Bhubaneswar

ସମ୍ପତ୍ତି ତାଲିକା ସାର୍ବଜନୀନ କଲେ ସିଜେଆଇଙ୍କ ସମେତ ୩୦ ବିଚାରପତି

ସମାଜ ଡିଜିଟାଲ ଡେସ୍କ: ସୁପ୍ରିମକୋର୍ଟର ସମସ୍ତ ବିଚାରପତି ନିଜ ସମ୍ପତ୍ତି ତାଲିକା ସାର୍ବଜନୀନ କରିବା ଲାଗି ଘୋଷଣା କରିଛନ୍ତି। ଏଣିକି ପ୍ରଧାନ ବିଚାରପତିଙ୍କୁ ବି ନିଜର ସମ୍ପତ୍ତି ତାଲିକା ଘୋଷଣା କରିବାକୁ ହେବ। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ବିଚାରପତିମାନେ ପଦବୀ ସମ୍ଭାଳିବା ମାତ୍ରେ ନିଜ ସମ୍ପତ୍ତିର ସମ୍ପୂର୍ଣ୍ଣ ବିବରଣୀ ସାର୍ବଜନୀନ କରିବା ଉଚିତ। ପ୍ରଧାନ ବିଚାରପତି ଏବଂ ବିଚାରପତି ନିଜ ସମ୍ପତ୍ତି ତାଲିକା ସ୍ବଇଚ୍ଛାରେ ସୁପ୍ରିମକୋର୍ଟ ୱେବସାଇଟରେ ସାର୍ବଜନୀନ କରିବେ। ବର୍ତ୍ତମାନ ସମୟରେ ସିଜେଆଇଙ୍କ ସମେତ ସୁପ୍ରିମକୋର୍ଟଙ୍କ ମୋଟ ୩୦ ବିଚାରପତି ନିଜ ନିଜ ସମ୍ପତ୍ତି ତାଲିକା ସାର୍ବଜନୀନ କରିଛନ୍ତି। ସେମାନଙ୍କ ମଧ୍ୟରେ ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନାଙ୍କ ସମେତ ବିଚାରପତି ବି.ଆର. ଗୋଭଇ, ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଅଭୟ ଏସ. ଓକ୍‌ ପ୍ରମୁଖ ରହିଛନ୍ତି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories