www.samajalive.in
Saturday, December 6, 2025
14.1 C
Bhubaneswar

ମଡର୍ଣ୍ଣା ଟିକା ଆମଦାନୀ ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଆମେରିକୀୟ କମ୍ପାନୀ ମଡର୍ଣ୍ଣା ଦ୍ୱାରା ପ୍ରସ୍ତୁତ କରୋନା ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ(ଡିସିଜିଆଇ) ମଙ୍ଗଳବାର ଅନୁମତି ପ୍ରଦାନ କରିଛନ୍ତି। ମୁମ୍ବଇ ସ୍ଥିତ ଫାର୍ମା କମ୍ପାନୀ ସିପ୍ଲା ଏଣିକି ଏହି ଟିକାକୁ ଭାରତରେ ଆମଦାନୀ କରିପାରିବ ବୋଲି ସୂଚନା ମିଳିଛି। କୋଭିସିଲ୍ଡ, କୋଭାକ୍ସିନ ଓ ସ୍ପୁଟନିକ-ଭି ପରେ ମଡର୍ଣ୍ଣା ହେଉଛି ଚତୁର୍ଥ ଟିକା, ଯାହାକୁ ଭାରତରେ ବ୍ୟବହାର ପାଇଁ ଅନୁମତି ମିଳିଛି।

ସୂଚନାଯୋଗ୍ୟ, ଫାର୍ମା କମ୍ପାନୀ ସିପ୍ଲା ମଡର୍ଣ୍ଣା ଟିକାର ଆମଦାନୀ ଏବଂ ବଜାର ପ୍ରାଧିକରଣ ପାଇଁ ଡିସିଜିଆଇର ଅନୁମୋଦନ ଲୋଡିଥିଲା। ଡିସିଜିଆଇ ପକ୍ଷରୁ ଆଜି ଟିକା ଆମଦାନୀ ପାଇଁ ଏହି କମ୍ପାନୀକୁ ଅନୁମତି ମିଳିଛି।

- Advertisement -

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ମଡର୍ଣ୍ଣାକୁ ପୂର୍ବରୁ ଅନୁମତି ମିଳିସାରିଛି। ଡବ୍ଲ୍ୟୁଏଚଓ କହିବା ମୁତାବକ, ମଡର୍ଣ୍ଣା ଟିକା କରୋନା ବିରୋଧରେ ୯୪.୧% ଫଳଫ୍ରଦ। ଏହି ଟିକାର ପ୍ରଥମ ପାନ ନେବାର ୧୪ ଦିନ ପରେ କରୋନା ହେବାର ଆଶଙ୍କା ୯୪.୧% ହ୍ରାସ ପାଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories