www.samajalive.in
Saturday, December 6, 2025
14.1 C
Bhubaneswar

ଅଗଷ୍ଟରୁ ଖୋଲିପାରେ ସିନେମା ହଲ୍‌

ନୂଆଦିଲ୍ଲୀ: କରୋନା ଭୂତାଣୁ ଯୋଗୁ ଦେଶବ୍ୟାପୀ ଲକଡାଉନ୍‌ ଚାଲିଥିବାବେଳେ ସିନେମା ହଲ୍‌ଗୁଡ଼ିକ ୪ମାସ ଧରି ବନ୍ଦ ପଡ଼ିଛି। ଫଳରେ ଅନେକ ବଡ଼ ବଡ଼ ଫିଲ୍ମ ଅନ୍‌ଲାଇନରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହେଉଛି। ଏପରି ସ୍ଥିତିରେ ସିନେମା ହଲ୍‌ ଖୋଲି ପରିବାର ଚଳାଉଥିବା ବ୍ୟବସାୟୀମାନେ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ଅଗଷ୍ଟରୁ ସିନେମା ହଲ୍‌ ଖୋଲିବାକୁ ଅନୁମତି ଦେବା ଲାଗି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଗୃହ ମନ୍ତ୍ରଣାଳୟକୁ ସୁପାରିସ କରାଯାଇଛି।

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଅମିତ ଖେର ସିଆଇଆଇ ମିଡିଆ କମିଟି ସହିତ ଆଲୋଚନା କରିଛନ୍ତି। ଗୃହ ମନ୍ତ୍ରଣାଳୟ ସଚିବ ଅଜୟ ଭଲ୍ଲା ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି। ଅମିତ ଖେର୍‌ ସୂଚନା ଦେଇ କହିଛନ୍ତି ଯେ, ସେ ୧ ଅଗଷ୍ଟ ଅଥବା ୩୧ ଅଗଷ୍ଟ ପାଖାପାଖି ତାରିଖରୁ ସିନେମା ହଲ୍‌ଗୁଡ଼ିକୁ ପୁନର୍ବାର ଖୋଲିବାକୁ ସୁପାରିସ୍‌ କରିଛନ୍ତି। ଏଥିପାଇଁ ସାମାଜିକ ଦୂରତା ସହିତ ଅନେକ ନିୟମ ପାଳନ କରିବାକୁ ସର୍ତ୍ତ ରଖାଯିବ। ତେବେ ବର୍ତ୍ତମାନ ସୁଦ୍ଧା ଏ ସମ୍ପର୍କରେ ଗୃହ ମନ୍ତ୍ରଣାଳୟରୁ କୌଣସି ଉତ୍ତର ମିଳିନାହିଁ।

- Advertisement -

ସୂଚନାଯୋଗ୍ୟ, ସିନେମା ହଲ୍‌ ବନ୍ଦ ରହିଥିବାରୁ ଅମିତାଭ ବଚ୍ଚନ ଏବଂ ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗୁଲାବୋ ସିତାବୋ’ ଏବଂ ସୁଶାନ୍ତ ସିଂହ ରାଜପୁରଙ୍କ ଶେଷ ଚଳଚ୍ଚିତ୍ର ‘ଦିଲ୍‌ ବେଚାରା’ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିଥିଲା। ଏହା ବ୍ୟତୀତ ଆଗାମୀ ଦିନରେ ଅନେକ ବଡ଼ ଫିଲ୍ମ ମଧ୍ୟ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ ସିନେପ୍ରେମୀ ସିନେମା ହଲ୍‌ରେ ଫିଲ୍ମ ଦେଖିବାକୁ ଅଧିକ ପସନ୍ଦ କରନ୍ତି। ତେଣୁ ଯଥା ଶୀଘ୍ର ଥିଏଟର୍ସ ଏବଂ ସିନେମା ହଲ୍‌ ଖୋଲିବାକୁ ସିନେପ୍ରେମୀମାନେ ଦାବି କରୁଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories