www.samajalive.in
Sunday, December 14, 2025
23.1 C
Bhubaneswar

ଦିବ୍ୟାଙ୍ଗଙ୍କ ଦକ୍ଷତା ବିକାଶ ପାଇଁ ରାଜ୍ୟସ୍ତରୀୟ ତାଲିମ ଶିବିର ଉଦ୍‌ଯାପିତ

ଭୁବନେଶ୍ୱର: ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସହଭାଗିତାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧିନସ୍ଥ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (ସିଡାକ୍‌) ଆନୁକୂଲ୍ୟରେ ଦିବ୍ୟାଙ୍ଗମାନଙ୍କର ଦକ୍ଷତା ବିକାଶ ପାଇଁ କତା ହସ୍ତଶିଳ୍ପରେ ଏକ ଛଅ-ମାସିଆ ତାଲିମ କାର୍ଯ୍ୟକ୍ରମ ଆଜି ପୋଖରୀପୁଟସ୍ଥିତ ଏନ୍‌ଏସ୍‌ସିଡିଏ କ୍ୟାମ୍ପସ୍‌ ପରିସରରେ ଉଦ୍‌ଯାପିତ ହୋଇଯାଇଛି । ଏହି ତାଲିମ କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଦଶଜଣ ଦିବ୍ୟାଙ୍ଗ ତାଲିମଧାରୀ ଭାଗନେଇ କତା ନିର୍ମିତ ବିଭିନ୍ନ ଉପକରଣର ତାଲିମ ଗ୍ରହଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶିକା ବ୍ରତତୀ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଲିମଧାରୀମାନଙ୍କୁ ପ୍ରମାଣପତ୍ର ତଥା ହାତହତିଆର (ଟୁଲ୍‌କିଟ୍‌) ବଣ୍ଟନ କରିଥିଲେ । ସିଡାକ୍‌ର ସଦସ୍ୟ ସଚିବ ଶ୍ରୀ ଶିଶିର କୁମାର ରଥ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭବିଷ୍ୟତରେ ଏହି ସାମଗ୍ରୀର କିଭଳି ସୁଚାରୁ ରୂପେ ବିକ୍ରିବଟା ହୋଇପାରିବ ଏବଂ ନୂତନ ନମୁନା (ଡିଜାଇନ୍‌) ପ୍ରସ୍ତୁତି ପାଇଁ ସିଡାକ୍‌ ତରଫରୁ ତାଲିମର ବନ୍ଦୋବସ୍ତ କରାଯିବ ସେ ନେଇ ପ୍ରତିଶ୍ରୁତି ଦେଇଥିଲେ ।

- Advertisement -

ଅନ୍ୟମାନଙ୍କ ମଧ୍ୟରେ ସିଡାକ୍‌ର ସହକାରୀ ହସ୍ତଶିଳ୍ପ ନିର୍ଦ୍ଦେଶକ ସନ୍ତୋଷ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇ ଏହି କାର୍ଯ୍ୟକ୍ରମ ଉପରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ। ତାଲିମଧାରୀମାନେ ନିଜର ମତବ୍ୟକ୍ତ କରି ଏହି ତାଲିମ ଗ୍ରହଣ ଦ୍ୱାରା ସେମାନେ ନିଶ୍ଚିତ ସ୍ୱାବଲମ୍ବୀ ହୋଇପାରିବେ ବୋଲି ଦର୍ଶାଇଥିଲେ। ଏହି କାର୍ଯ୍ୟକ୍ରମକୁ ହସ୍ତଶିଳ୍ପ ବିକାଶ ଅଧିକାରୀ ଶାନ୍ତା ନିବେଦିତା ସାହୁ ଏବଂ ପ୍ରକଳ୍ପ ସଂଯୋଜକ ବିଶ୍ୱଜିତ ପାତ୍ର ସଂଯୋଜନା କରିଥିଲେ।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories