www.samajalive.in
Saturday, December 13, 2025
15.1 C
Bhubaneswar

ପିପିଲିରେ ଦନ୍ତାହାତୀ, ଲୋକେ ଆତଙ୍କିତ

ପିପିଲି:ପିପିଲି ପୌରାଞ୍ଚଳ ନିକଟବର୍ତ୍ତି ଓରକଳ ପଞ୍ଚାୟତର ମକରବା ଅଞ୍ଚଳକୁ ଏକ ଦନ୍ତାହାତୀ ମଙ୍ଗଳବାର ସକାଳେ ଚାଲିଆସିଛି। ଖୋର୍ଦ୍ଧାର ବରୁଣେଇ ଜଙ୍ଗଲରୁ ଆସିଥିବା ଏହି ଦନ୍ତାହାତୀଟି ସୋମବାର ଡେଲାଙ୍ଗ ଅଞ୍ଚଳରେ ଚଳପ୍ରଚଳ କରୁଥିବା ବେଳେ ରାତିରେ ପିପିଲିର ବନ୍ଧପଡା ଓ ଦାନୋଗହିର ଅଞ୍ଚଳର ଚାଷଜମି ଦେଇ ପିପିଲି ପୌରାଞ୍ଚଳରେ ପ୍ରବେଶ କରିଥିଲା। ତେବେ, ପିପିଲି ବଜାର ଉପକଣ୍ଠରେ ଏହି ଦନ୍ତାହାତୀ ପ୍ରବେଶକୁ ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି।
ମଙ୍ଗଳବାର ଭୋର୍‍ ୫ଟା ୪୫ ମିନିଟ୍‍ ସମୟରେ ଏହି ହାତୀଟି ପିପିଲି ପୌରାଞ୍ଚଳର ଜୟପୁରଶାସନ ରାସ୍ତା ଦେଇ ପିପିଲି-ଜଟଣୀ ରାସ୍ତାକୁ ଅତିକ୍ରମ କରିବା ପରେ କଲେଜ ପଛ ପାର୍ଶ୍ବ କେନାଲବନ୍ଧ ରାସ୍ତା ଦେଇ ଓରକଳ ପଞ୍ଚାୟତର ଧାନପୁର ଅଞ୍ଚଳରେ ପ୍ରବେଶ କରିଥିଲା। ଏହାପରେ ସେଠାରୁ ସେ ନିକଟବର୍ତ୍ତୀ ମକରବା ଅଞ୍ଚଳକୁ ଚାଲିଯାଇ ସେଠାରେ ଥିବା ଏକ ଜଙ୍ଗଲିଆ ସ୍ଥାନରେ ବିଶ୍ରାମ ନେଇଥିଲା। ହାତୀଟି ଅନେକ ଘର ପାର୍ଶ୍ବ ଦେଇ ଯାଇଥିବା ବେଳେ କାହାର କୌଣସି କ୍ଷତି କରିନଥିଲା। ତେବେ, ଲୋକେ ନିତ୍ୟକର୍ମ କରିବାକୁ ସକାଳୁ ନିଦରୁ ଉଠିବା ପରେ ହାତୀ ରଡି ଶୁଣି ଆତଙ୍କିତ ହୋଇପଡିଥିଲେ । ହାତୀଟି କେତେକ ଚାଷୀଙ୍କ ଧାନଜମିରେ କ୍ଷତି ଘଟାଇଥିବା ସୂଚନା ମିଳିଛି । ହାତୀ ପ୍ରବେଶ କରିଥିବାର ଖବର ପାଇ ପିପିଲି ପୌରାଞ୍ଚଳ ସମେତ ଆଖପାଖ ଅଞ୍ଚଳର ୪୦ରୁ ଉର୍ଦ୍ଧ ଗ୍ରାମର ଅଧିବାସୀମାନେ ଆତଙ୍କିତ ହୋଇପଡିଥିଲେ।
ଖବର ପାଇ ଖୋର୍ଦ୍ଧା ଡିଏଫ୍‍ଓ ପୂର୍ଣ୍ଣିମା ପାଣ୍ଡିଆନ, ଖୋର୍ଦ୍ଧା ଜିଲା ସହକାରୀ ବନ ସଂରକ୍ଷକ (ଏସିଏଫ) ଅସିଦ କୁମାର ମିଶ୍ର, ଗୋବିନ୍ଦ ବିଶ୍ୱାଳ, ବାଲିପାଟଣା ବନବିଭାଗ ରେଞ୍ଜର ମାନସ ରଞ୍ଜନ ମହାନ୍ତି, ଖୋର୍ଦ୍ଧା ରେଞ୍ଜର ଜୟକୃଷ୍ଣ ପଣ୍ଡାଙ୍କ ସମେତ ଖୋର୍ଦ୍ଧା, ଟାଙ୍ଗି, ବାଲିପାଟଣା, ଗୋପ, ଡେଲାଙ୍ଗ, ମଞ୍ଚେଶ୍ୱର ବନବିଭାଗର ଅଧିକାରୀ ଓ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ହାତୀର ଗତିବିଧି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି । ବନକର୍ମଚାରୀମାନେ ସେଠାରେ ଉପସ୍ଥିତ ରହି ହାତୀକୁ ଜଗିରହିବା ସହ ତାର ଗତିବିଧି ଉପରେ ସତର୍କ ଦୃଷ୍ଟି ରଖିଥିବା ସୂଚନା ମିଳିଛି । ପୁଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ହାତୀକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳର ଶହଶହ ଲୋକେ ସେଠାରେ ସକାଳେ ରୁଣ୍ଡ ହୋଇଥିବା ବେଳେ ବନବିଭାଗ ପକ୍ଷରୁ ସେମାନଙ୍କୁ ବାରଣ କରାଯାଇଥିଲା । ବନବିଭାଗ ଓ ସ୍ଥାନୀୟ ପୁଲିସ ପକ୍ଷରୁ ହାତୀ ରହିଥିବା ଜଙ୍ଗଲିଆ ସ୍ଥାନକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍‍ କରାଯାଇ ସେଠାକୁ କାହାରିକୁ ଯିବାକୁ ଦିଆଯାଇନଥିଲା। ହାତୀର ସୁରକ୍ଷା ପାଇଁ ବିଦ୍ୟୁତ୍‍ ବିଭାଗ ପକ୍ଷରୁ ଉକ୍ତ ଅଞ୍ଚଳର ବିଦ୍ୟୁତ୍‍ ସଂଯୋଗକୁ ଛିନ୍ନ କରାଯାଇଥିବା ସୂଚନା ମିଳିଛି। ତେବେ ଉକ୍ତ ହାତୀକୁ ସୁରକ୍ଷିତ ଭାବେ ରାତିରେ ଜଙ୍ଗଲକୁ ଘଉଡାଇବା ପାଇଁ ବନବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି । ସଂନ୍ଧ୍ୟା ପରେ ଅଞ୍ଚଳର ସମସ୍ତ ଆଲୋକକୁ ବନ୍ଦ ରଖାଯିବା ପରେ ହାତୀକୁ ସୁରକ୍ଷିତ ଭାବେ ଘଉଡାଇବା କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି।
ଏଠାରେ ସୂଚନା ଥାଉକି, ଗତ ୨୦୨୦ ମସିହା ଫେବୃଆରୀ ମାସ ୨୩ ତାରିଖରେ ଏକ ଦନ୍ତାହାତୀ ପିପିଲିକୁ ଚାଲିଆସିଥିଲା। ଉକ୍ତ ଦନ୍ତାହାତୀ ଆକ୍ରମଣରେ ପିପିଲି ବ୍ଳକର ୩ଜଣ ଓ ନିମାପଡା ବ୍ଳକର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୬ଜଣ ଗୁରୁତର ଭାବେ ଆହତ ହୋଇଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories