ରିଲାଏନ୍‌ସ ରିଟେଲ୍ ଆଜିଓ ବିଜନେସରେ ଆଥଲେସିଓର ବ୍ରାଣ୍ଡ ଆକ୍ସଲରେଟର ବଜାର ପ୍ରବେଶ

ବ୍ରାଣ୍ଡ ଆମ୍ବାସଡର ଭାବରେ ଷ୍ଟାର ଇଣ୍ଡିଆନ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସହିତ ସାଇନ୍ ଅପ୍ କରିଛି

ନୂଆଦିଲ୍ଲୀ- ରିଲାଏନ୍‌ସ ରିଟେଲ୍ ଏହା ନୂତନ କମର୍ସ ପ୍ଲାଟଫର୍ମ ଆଜିଓ ବିଜନେସରେ ଆଥଲେସିଓର ବ୍ରାଣ୍ଡ ଆକ୍ସଲରେଟ ର ଶୁଭାରମ୍ଭ କରିଛି । ଏହି ବ୍ରାଣ୍ଡ କ୍ରୀଡ଼ା ଓ ଫିଟନେସ୍ ଉତ୍ସାହୀମାନଙ୍କର ସ୍ୱତନ୍ତ୍ର ଆବଶ୍ୟକତା ଗୁଡ଼ିକୁ ପୂରଣ କରୁଛି ଯେଉଁମାନେ ସେମାନଙ୍କର ଫିଟନେସ୍ ଯାତ୍ରାରେ ଷ୍ଟାଇଲ୍ ଓ ଆରାମକୁ ଚାହିଁଥାନ୍ତି । ଏହା ବ୍ୟାପକ ଶ୍ରେଣୀୟ ଉଚ୍ଚ ମାନର ଏବଂ ଉନ୍ନତ ସ୍ପୋର୍ଟିଂ ସାମଗ୍ରୀ ଓ ଫୁଟଉୟର ପ୍ରଦାନ କରୁଛି ଯାହାକି ଅତୁଳନୀୟ ଷ୍ଟାଇଲ୍ ପ୍ରଦାନ କରିବା ସହିତ ସୁବିଧା ମଧ୍ୟ ପ୍ରଦାନ କରୁଛି ।

 

ଆକ୍ସଲରେଟ ପ୍ରତି ବିଭାଗରେ କିଛି ନା କିଛି ଅଫର ରହିଛି । ଏହାର କିଛି ଅଫର ସର୍ବନିମ୍ନ ଟ.୬୯୯ ରେ ମଧ୍ୟ ପ୍ରଦାନ କରାଯାଉଛି । ଏହା ଭାରତୀୟ ଅଲ-ରାଉଣ୍ଡର ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କୁ ଏହାର ବ୍ରାଣ୍ଡ ଆମ୍ବାସଡର ଭାବରେ ନିଯୁକ୍ତ କରିଛି । ପାଣ୍ଡ୍ୟା ଷ୍ଟାଇଲ୍‌, ଉତ୍ସାହ ଓ କଦାପି ହାର ନମାନିବା ପାଇଁ ପରିଚିତ- ଯାହାକି ଏହି ବ୍ରାଣ୍ଡକୁ ସୂଚାଇଥାଏ ।

 

ଆକ୍ସଲରେଟ ଯୁବକମାନଙ୍କର ଉତ୍ସାହକୁ ଦର୍ଶାଇଥାଏ । ଆଜିର ପୁଅ ଝିଅମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ସହିତ କ୍ରୀଡ଼ା ପାଇଁ ଉତ୍ସାହ ପ୍ରକାଶ କରୁଛନ୍ତି । ସାରା ଭାରତରେ ଭାରତୀୟମାନେ କ୍ରୀଡ଼ା କ୍ଷେତ୍ରରେ ବିଶ୍ୱ ସ୍ତରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଅଲମ୍ପିକ୍‌ସରେ ବୃଦ୍ଧି ପାଉଥିବା ମେଡାଲର ସଂଖ୍ୟା ହେଉଛି ଏହାର ଏକ ଜ୍ୱଳନ୍ତ ଉଦାହରଣ । ଆକ୍ସଲରେଟ ତେଣୁ ଯୁବକମାନଙ୍କୁ ବିଶ୍ୱଶ୍ରେଣୀୟ ସ୍ପୋର୍ଟସ ଉୟରକୁ ସୁଲଭ ମୂଲ୍ୟରେ ପ୍ରଦାନ କରି ସେମାନଙ୍କୁ କ୍ରୀଡ଼ା କ୍ଷେତ୍ରରେ ପ୍ରୋତ୍ସାହିତ କରୁଛି ।

 

ଆକ୍ସଲରେଟ ଦ୍ୱାରା ପ୍ରଦାନ କରାଯାଉଥିବା ସମଗ୍ର ରେଞ୍ଜର କ୍ରୀଡ଼ା ସାମଗ୍ରୀ ଗୁଡ଼ିକ ମଧ୍ୟରେ ରହିଛି ସ୍ପୋର୍ଟସ ସୁଜ୍‌, ଆଥଲେଟିକ୍ ଆଣ୍ଡ ଲାଇଫଷ୍ଟାଇଲ୍ ଫୁଟଉୟର; ଆପାରେଲ୍ ଯଥା ଟ୍ରାକ୍ ପ୍ୟାଂଟ, ଟି-ସାର୍ଟ, ସର୍ଟସ ଓ ଅନ୍ୟ ଆକ୍‌ସେସୋରିଜ୍ । ଏଗୁଡ଼ିକ ସର୍ବୋତ୍କୃଷ୍ଟ ମାନ, ଷ୍ଟାଇଲ୍ ଓ ଆରାମ ସହିତ ସୁଲଭ ମୂଲ୍ୟରେ ବଜାରରେ ଉପଲବ୍ଧ ହେଉଛି । ଆକ୍ସଲରେଟ ଉତ୍ପାଦ ଗୁଡ଼ିକ ସ୍ୱତନ୍ତ୍ର ଭାବରେ ଆଜିଓ ବିଜନେସ, ଭାରତର ଅଗ୍ରଣୀ ବି୨ବି ଇ-କମର୍ସ ପ୍ଲାଟଫର୍ମରେ ଉପଲବ୍ଧ । ଭାରତରେ ଯେକୌଣସି ରିଟେଲର ତଥା କ୍ଷୁଦ୍ର ଆକାରର ଜେନେରାଲ୍ ସ୍ପୋର୍ଟସ ଷ୍ଟୋର ଓ ଫେସନ ରିଟେଲ୍ ଆଉଟଲେଟ ଗୁଡ଼ିକ ଆଜିଓ ବିଜନେସରେ ପଞ୍ଜୀକୃତ କରି ଆକ୍ସଲରେଟ ଉତ୍ପାଦ ପାଇଁ ଅର୍ଡ଼ର କରିପାରିବେ । ଏହି ଡିଷ୍ଟ୍ରିବ୍ୟୁସନ ମଡେଲକୁ କ୍ଷୁଦ୍ର ଓ ମଧ୍ୟମ ରିଟେଲର ମାନଙ୍କର ବିକାଶ ନିମନ୍ତେ ରିଲାଏନ୍‌ସର ପ୍ରତିଶ୍ରୁତିବଦ୍ଧତା କ୍ରମରେ ପ୍ରସ୍ତୁତ କରାଯାଇଛି । ଏହା ସହିତ ରିଟେଲ୍ ଉଦ୍ୟୋଗର ଅଣସଂଗଠିତ କ୍ଷେତ୍ର ଗୁଡ଼ିକୁ ଡିଜିଟାଲ୍ ମାଧ୍ୟମରେ ସଶକ୍ତ କରାଯାଉଛି ।

 

ଆକ୍ସଲରେଟ ର ଶୁଭାରମ୍ଭ ଅବସରରେ ସୂଚନା ପ୍ରଦାନ କରି ଶ୍ରୀଯୁକ୍ତ ଅଖିଳେଶ ପ୍ରସାଦ, ପ୍ରେସିଡେଂଟ ଓ ସିଇଓ – ଫେସନ ଓ ଲାଇଫଷ୍ଟାଇଲ୍‌, ରିଲାଏନ୍‌ସ ରିଟେଲ୍ କହିଛନ୍ତି ଯେ, “ଆକ୍ସଲରେଟ ନିଶ୍ଚିତ ଭାବରେ ମୂଲ୍ୟ ପ୍ରତି ସଚେତନ ଥିବା ଗ୍ରାହକମାନଙ୍କୁ ଏହାର ଉନ୍ନତ ଓ ସୁଲଭ ମୂଲ୍ୟଯୁକ୍ତ ଉତ୍ପାଦ ମାଧ୍ୟମରେ ଆନନ୍ଦ ପ୍ରଦାନ କରିବ । ଆମର ବ୍ରାଣ୍ଡ ଆମ୍ବାସଡର ହାର୍ଦ୍ଦିକ ପାଣ୍ଡ୍ୟା

Comments are closed.