www.samajalive.in
Friday, December 12, 2025
15.1 C
Bhubaneswar

ଯୁକ୍ତ ଦୁଇ ପୁନଃମୂଲ୍ୟାୟନ ଫଳ କେବେ ?

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତଦୁଇ ପରୀକ୍ଷା ଫଳର ପୁନଃମୂଲ୍ୟାୟନ (ରିଚେକିଂ) ଓ ରିଆଡିସନ୍‌ ପ୍ରକ୍ରିୟା ବିଳମ୍ବିତ ହେବାରେ ଲାଗିଛି। ରାଜ୍ୟରେ ଯୁକ୍ତତିନି ନାମଲେଖା ସରିଥିବାବେଳେ ଏଯାବତ୍‌ ପୁନଃମୂଲ୍ୟାୟନ ଫଳ ପ୍ରକାଶ ପାଇନି। ସେଥିଯୋଗୁଁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି।
ଯୁକ୍ତଦୁଇ କଳା, ବାଣିଜ୍ୟ, ବିଜ୍ଞାନ, ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମରେ ପ୍ରକାଶ ପାଇଥିବା ମାର୍କକୁ ନେଇ ଅସନ୍ତୁଷ୍ଟ ବିଦ୍ୟାର୍ଥୀ ରିଚେକିଂ ପାଇଁ ଆବେଦନ କରିଥିଲେ। ରାଜ୍ୟରେ ପ୍ରାୟ ୧୯ ହଜାର ଛାତ୍ରଛାତ୍ରୀ ରିଚେକିଂ ଓ ରିଆଡିସନ୍‌ ପାଇଁ ଆବେଦନ କରିଛନ୍ତି। ପୁନଃମୂଲ୍ୟାୟନ ହେଲେ ସେମାନଙ୍କର ମାର୍କ ବଢିବା ସହ ପାଠପଢାରେ ସହାୟକ ହୋଇପାରିବ ବୋଲି ସେମାନେ ଆଶା ବାନ୍ଧିଥିଲେ। ଏଯାବତ୍‌ ଫଳ ପ୍ରକାଶ ପାଇ ନଥିବାରୁ ବିଦ୍ୟାର୍ଥୀ ତାଙ୍କ ଭବିଷ୍ୟତକୁ ନେଇ ଚିନ୍ତାପ୍ରକଟ କରିଛନ୍ତି। ମୂଲ୍ୟାୟନ କାର୍ଯ୍ୟ ଏପର୍ଯ୍ୟନ୍ତ ସରି ନଥିବାବେଳେ କେବେ ଫଳ ପ୍ରକାଶ ପାଇବ ତାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ମୂଲ୍ୟାୟନ ପାଇଁ ଚିହ୍ନଟ କରାଯାଇଥିବା ସମସ୍ତ ଅଧ୍ୟାପକ ବିଭିନ୍ନ ଆଳଦେଖାଇ ପ୍ରକ୍ରିୟାରେ ସାମିଲ ନ ହେବାରୁ ଏଭଳି ସ୍ଥିତି ଉପୁଜୁଛି। ସେପ୍ଟେମ୍ବର ତୃତୀୟ ସପ୍ତାହ ସୁଦ୍ଧା ରିଚେକିଂ ପାଇଁ ଆବେଦନ ସରିଛି। ଅଗଷ୍ଟରେ ଫଳ ପ୍ରକାଶ ପାଇଥିବାବେଳେ ଏଯାବତ୍‌ ରିଚେକିଂ କାର୍ଯ୍ୟ ଶେଷ ହୋଇନି।
ଏଭଳିସ୍ଥିତିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗପକ୍ଷରୁ ସମସ୍ୟାର ସମାଧାନ ପାଇଁ କୌଣସି ପଦକ୍ଷେପ ନିଆଯାଇ ନଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ମୂଲ୍ୟାୟନ ପ୍ରକ୍ରିୟାରେ ସାମିଲ ହେଉ ନଥିବା ଅଧ୍ୟାପକଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଆବେଦନକାରୀ ବିଦ୍ୟାର୍ଥୀ ଓ ଅଭିଭାବକ ଦାବି କରିଛନ୍ତି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ଡକ୍ଟର ବିଜୟକୁମାର ସାହୁ କହିଛନ୍ତି କୋଭିଡ୍‌-୧୯ ଯୋଗୁଁ ମୂଲ୍ୟାୟନ କାର୍ଯ୍ୟ କିଛିମାତ୍ରାରେ ପ୍ରଭାବିତ ହୋଇଛି। ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ ମୂଲ୍ୟାୟନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କଳା, ଧନ୍ଦାମୂଳକ ପାଠ୍ୟକ୍ରମର ମୂଲ୍ୟାୟନ ଖୁବ୍‌ ଶୀଘ୍ର ଆରମ୍ଭ କରାଯିବ। ଶୀଘ୍ର ଫଳ ପ୍ରକାଶ କରିବାକୁ ପରିଷଦ ପକ୍ଷରୁ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories