www.samajalive.in
Thursday, December 11, 2025
15.1 C
Bhubaneswar

ଚୋରି ଚାନ୍ଦି ସାମଗ୍ରୀ ଜବତ,ଜଣେ ଗିରଫ

ଚୌଦ୍ୱାର:ଚୌଦ୍ୱାର ସହରରେ ଥିବା ବିଭିନ୍ନ ମନ୍ଦିରରୁ ଚୋରି ହୋଇଥିବା ଦେବାଦେବୀଙ୍କ ଅଳଙ୍କାର ଓ ପୂଜା ସାମଗ୍ରୀ ସବୁକୁ ଚୌଦ୍ୱାର ପୁଲିସ ଉଦ୍ଧାର କରିବା ସହିତ ବିଭିନ୍ନ ମନ୍ଦିରରୁ ଚୋରି କରୁଥିବା କୁଖ୍ୟାତ ଚୋରକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ପେନ୍ଥା ଗ୍ରାମର ବିପ୍ରକେଶୀ ସାମନ୍ତରାୟ। ତା ନିକଟରୁ ଗୋଟିଏ ସୁନାର ମଙ୍ଗଳସୁତ୍ର, ୫ଟି ଚାନ୍ଦି ମକୁଟ, ଚାନ୍ଦି ପଦ୍ମଫୁଲ ହାର, ଚାନ୍ଦି ଅଣ୍ଟା ବିଛା, ୪ଜୋଡ଼ା ଚାନ୍ଦି କାନଫୁର, ୩ଟି ପିତ୍ତଳ ଥାଳି, ତିନୋଟି ପିତ୍ତଳ କଳସ, ୨ଟି କଂସା ଗ୍ଲାସ,୨ଟି ଛୋଟ ପିତ୍ତଳ ଥାଳିଆ ଆଦି ପୋଲିସ ଜବତ କରିଛି। ପୁଲିସ ସୁଚନା ଅନୁଯାୟୀ ଗତ ନଭେମ୍ବର ୧୮ତାରିଖରେ ଚୌଦ୍ୱାର ଥର୍ମାଲ ରୋଡ ସ୍ଥିତ ଦକ୍ଷିଣେଶ୍ୱର କାଳି ମନ୍ଦିରର ଦେବୀଙ୍କ ଗହଣା ସହିତ ବାସନ କୁସନ ଓ ହୁଣ୍ଟି ଆଦି ଚୋରି ହୋଇଥିବା ଅଭିଯୋଗ ହୋଇଥିଲା।

ଥାନା ଏସ୍‍ଆଇ ତପସ୍ୱିନୀ କାନୁନ୍‍ଗୋ ଘଟଣାର ତଦନ୍ତ ଜାରୀ ରଖିଥିଲେ। ଅଭିଯୁକ୍ତ ବାରମ୍ବାର ନିଜର ରହିବା ସ୍ଥାନ ବଦଳାଉ ଥିବାରୁ ତାକୁ ଧରିବା ପୁଲିସ ପକ୍ଷରେ ସମ୍ଭବ ହୋଇ ପାରୁ ନଥିଲା। ବିପ୍ର ଏପ୍ରିଲ ୧୪ତାରିଖରେ କଟକ ପୁରୀଘାଟ ଥାନାରେ ରୁଜୁ ହୋଇଥିବା ଏକ ମାମଲାରେ ଗିରଫ ହୋଇ କୋର୍ଟ ଚାଲାଣ ହେଇଥିଲା। ଚୌଦ୍ୱାର ପୁଲିସ ଅଭିଯିକ୍ତ ବିପ୍ରକୁ ମେ ୭ ତାରିଖରେ ରିମାଣ୍ଟରେ ଆଣି ଜେରା କରିବାରେ ବିପ୍ର ଚୌଦ୍ୱାର ଅଞ୍ଚଳର ଦକ୍ଷିଣେଶ୍ୱରୀ କାଳି ମନ୍ଦିର ଓ ଓଟିଏମ ବ୍ୟାଘ୍ରବାହିନୀ ପଡିଆରେ ଥିବା ବ୍ୟାଘ୍ରବାହିନୀ ମନ୍ଦିରରୁ ଉପରୋକ୍ତ ଜବତ ସାମଗ୍ରୀ ଚୋରି କରିଥିବା ସ୍ୱିକାର କରିଥିଲା। ଅଭିଯୁକ୍ତ ବିପ୍ର ନାମରେ କଟକ ଓ ପାରାଦୀପ ଅଞ୍ଚର ବିଭିନ୍ନ ଥାନରେ ପୁର୍ବରୁ ବହୁ ମାମଲା ଥିବା ଆଇଆଇସି ବିରଞ୍ଚି ନାରାୟଣ ପତି ସୁଚନା ଦେଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories