www.samajalive.in
Wednesday, December 10, 2025
26.1 C
Bhubaneswar

ଦେବଗଡରେ କୋଭିଡ ସୁପରିଚାଳନା ପାଇଁ ଯୋଗ ଦେଲେ ୫ ଡାକ୍ତର

ଦେବଗଡ: ଜିଲାବାସୀଙ୍କର ଦୀର୍ଘଦିନର ଦାବୀପରେ ରାଜ୍ୟ ସରକାର ଦେବଗଡ ଜିଲାବାସୀଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ନିମନ୍ତେ ଇତିମଧ୍ୟରେ ୬ଗୋଟି ଭେଂଟିଲେଟର (ଜୀବନ ରକ୍ଷାକାରୀ ଯନ୍ତ୍ର) ଯୋଗାଇ ଦେଇଛନ୍ତି। ଫଳରେ ଭେଂଟିଲେଟର ଅଭାବରୁ ବର୍ଷ ବର୍ଷ ଧରି ଉପଯକ୍ତ ସ୍ୱାସ୍ଥ୍ୟ ସେବାରୁ ବିଂତ ଥିବା ଦେବଗଡ ଜିଲାବାସୀ ସାମାନ୍ୟ ଆସ୍ୱସ୍ତି ଅନୁଭବ କରିଥିବା ବେଳେ ଦେବଗଡ ଜିଲାରେ କୋଭିଡ-୧୯ ସୁପରିଚଳନା ନିମନ୍ତେ ସରକାର କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ହସପିଟାଲରୁ ଏଠାକୁ ୫ ଜଣ ଡାକ୍ତରଙ୍କୁ ପ୍ରେରଣ କରିଥିବା ଜଣାପଡିଛି। କୋଭିଡ ସୁପରିଚାଳନା ନିମନ୍ତେ ରାଜ୍ୟ ସରକାର ରାଜ୍ୟର ବିଭିନ୍ନ ଜିଲାକୁ ଏକକାଳୀନ କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ହସପିଟାଲରୁ ୧୩ ଜଣ ଡାକ୍ତରଙ୍କୁ ପଠାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଡାକ୍ତର ସମର୍ଥ ସାହୁ, ଡାକ୍ତର ସୌମ଼୍ୟରଞ୍ଜନ ବିଶ୍ୱାଳ, ଡାକ୍ତର ସନ୍ଦୀପ କୁମାର ସାହୁ, ଡାକ୍ତର ସଂଗ୍ରାମ କେଶରୀ ମୋଦୀ ଓ ଡାକ୍ତର ସଞ୍ଜିତ କୁମାର ମିଶ୍ରଙ୍କୁ ଦେବଗଡ ଜିଲାକୁ ପଠାଯାଇଛି।

ଏହାଦ୍ୱାରା ଦେବଗଡ ଜିଲାରେ କରୋନା ସଂକ୍ରମିତ ମାନେ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପାଇପାରିବେ ବୋଲି ସାଦାରଣରେ ଆଶା ବ୍ୟକ୍ତ କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ସମ୍ବଲପୁର ଲୋକସଭା ସଦସ୍ୟ ନିତେଶ ଗଙ୍ଗଦେବ ସ୍ୱାଗତ କରିବାସହ ମାନ୍ୟବର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିବାସହ ଜିଲାରେ ଭେଟିଲେଟର ସୁବିଧା ଓ ଅଧିକ ଡାକ୍ତର ନିଯୁକ୍ତି ପାଇଁ କରିଥିବା ଲିଖୀତ ଦାବୀକୁ ଅବିଳମ୍ବେ ପୂରଣ କରିଥିବାରୁ ଏହାଦ୍ୱାରା ଦେବଗଡ ଜିଲାବାସୀ ଉପକୃତ ହେବେ ବୋଲି ସମ୍ବଲପୁର ଲୋକସଭା ସଦସ୍ୟ ଶୀ ଗଙ୍ଗଦେବ ସୂଚନା ଦେଇଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories