ଚୌଦ୍ୱାର :ଚୌଦ୍ୱାର ପୌର ପାଳିକା ୧୪ନମ୍ବର ୱାର୍ଡ଼ ମଣ୍ଡାପଡ଼ା ଗ୍ରାମର ଜଣେ ଯୁବକ ଏକ ଷଣ୍ଢ ଦେହରେ କୌଣସି ରାସାୟନିକ ପଦାର୍ଥ ପକାଇ ପୋଡ଼ି ଦେଇଥିବା ଚୌଦ୍ୱାର ଥାନାରେ ଅଭିଯୋଗ ହୋଇଛି । ଶିବଶକ୍ତି ଗୋସେବା ସଂଗଠନ ତରଫରୁ ଥାନାରେ ଦାଖଲ କରା ଯାଇଥିବା ଏତାଲାରୁ ପ୍ରକାଶଯେ ଦୀର୍ଘଦିନ ହେଲା ଉକ୍ତ ଗ୍ରାମରେ ଷଣ୍ଢଟି ରହୁଥିବାବେଳେ ଗତ ଶୁକ୍ରବାର ଦିନ କୌଣସି କାରଣରୁ ମଣ୍ଡାପଡ଼ାର ସାଜନ ଦାସ (୩୦) ନାମକ ଯୁବକ ଷଣ୍ଢ ଉପରକୁ କୌଣସି ରାସାୟନିିକ ଦ୍ରବ୍ୟ ଫୋପାଡ଼ି ଦେଇଥିଲେ ।ଫଳରେ ଯନ୍ତ୍ରଣାରେ ଛଟପଟ ହୋଇ ଷଣ୍ଢଟି କେଉଁଆଡ଼େ ପଳାଇ ଯାଇଥିଲା ।
ବୁଧବାର ଦିନ ଷଣ୍ଢଟି ଗ୍ରାମକୁ ଫେରିଥିବା ଓ ତାର ଶରୀରରେ ଗଭୀର କ୍ଷତ ହୋଇଥିବା ଦେଖିବାକୁ ମିଳିଥିଲା ।ସଂଗଠନର କର୍ମକର୍ତ୍ତା ମାନେ ଷଣ୍ଢଟିକୁ ଉଦ୍ଧାର କରି ଚୌଦ୍ୱାରସ୍ଥିତ ନନ୍ଦୀ ଆଶ୍ରମରେ ଛାଡ଼ି ତାର ଚିକିତ୍ସା ବ୍ୟବସ୍ଥା କରାଇଥିବା ଜଣା ପଡ଼ିଛି । ନିରୀହ ପଶୁଟିକୁ ଏଭଳି ଯନ୍ତ୍ରଣା ଦେଇଥିବା ବ୍ୟକ୍ତ୍ି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଗଠନ ତରଫରୁ ଏତାଲାରେ ଦାବି କରାଯାଇଛି ।



