www.samajalive.in
Sunday, December 14, 2025
26.1 C
Bhubaneswar

ସ୍ଥାନାନ୍ତରିତ ହେବେ ରାଜପଥ କଡ଼ ଉଠା ବ୍ୟବସାୟୀ

ଚୌଦ୍ୱାର: ୫୫ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବାରୁ ଚୌଦ୍ୱାର ପୌରପାଳିକାର ଓଟିଏମ୍‍ ବଜାର ଓ ଗାନ୍ଧୀଛକ ଠାରେ ଏହି ରାଜପଥ କଡ଼ରେ ଥିବା ବିଭିନ୍ନ ଉଠାଦୋକାନକୁ ସ୍ଥାନାନ୍ତର କରାଯିବା ପାଇଁ ଚୌଦ୍ୱାର ଥାନା ତରଫରୁ ପଦକ୍ଷେପ ନିଆ ଯାଇଛି। ରାଜପଥ କଡ଼ରେ ବହୁମାତ୍ରାରେ ଉଠା ଦୋକାନୀ ବ୍ୟବସାୟ ଚଳାଇ ରଖିଥିବାରୁ ରାସ୍ତା ସଂକୁଚିତ ହେବା ସହିତ ପ୍ରତିଦିନ ଦୁର୍ଘଟଣା ମାନ ଘଟି ଧନ ଜୀବନ ହାନି ହେଉଛି।ଏଥି ସହିତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟରେ ବାଧା ସୃଷ୍ଠି ହେଉଛି। ଲୋକମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ଦୋକାନ ସବୁକୁ ସ୍ଥାନାନ୍ତର କରିବା ଜରୁରୀ ହୋଇ ପଡ଼ିଥିବା ଆଇଆଇସି ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି। ଏହି ଉଠା ଦୋକାନୀ ମାନଙ୍କୁ ଓଟିଏମ୍‍ ବଜାର ନିକଟ ବ୍ୟାଘ୍ରବାହିନୀ ପଡ଼ିଆ ଓ ଗାନ୍ଧୀଛକସ୍ଥିତ ମାର୍କେଟ କମ୍ପେ୍ଲକ୍ସ୍‍ ପଛପଟେ ଥଇଥାନ କରାଯିବା ପାଇଁ ସ୍ଥାନ ନିରୂପଣ କରାଯାଇଥିବା ଏବଂ ଏହି ପ୍ରକ୍ରିୟା ୭ଦିନ ଭିତରେ କାର୍ଯ୍ୟକାରୀ ହେବ ବୋଲି ଶ୍ର ପତି ପ୍ରକାଶ କରିଛନ୍ତି। ଆଇଆଇସି ଶ୍ରୀ ପତି ପୁଲିସ୍‍ ଫୋର୍ସ ସହିତ ଶୁକ୍ରବାର ଦିନ ରାଜପଥ କଡ଼ ବଜାରଗୁଡ଼ିକୁ ଯାଇ ଉଠା ଦୋକାନୀମାନଙ୍କୁ ଏସମ୍ପର୍କରେ ତାଗିଦ୍‍ କରିଛନ୍ତି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories