www.samajalive.in
Friday, December 12, 2025
15.1 C
Bhubaneswar

ଡାଳିଯୋଡ଼ା ବନାଞ୍ଚଳରେ ବନ ମହୋତ୍ସବ ଆୟୋଜିତ

ଚୌଦ୍ୱାର: ବନ ମହୋତ୍ସବ ସପ୍ତାହ ଅବସରରେ କଟକ ବନଖଣ୍ଡ ଅଧିନ ଡାଳିଯୋଡ଼ା ସଂରକ୍ଷିତ ଜଙ୍ଗଲରେ ବନ ମହୋତ୍ସବ ଓ ଚାରା ରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ମା’ ଖଣ୍ଡୁରାଇ ବନ ସୁରକ୍ଷା ସମିତି ଆନୁକୁଲ୍ୟରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ବିଶ୍ୱନାହାକାଣୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ସଚ୍ଚିଦାନନ୍ଦ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ଚାରାରୋପଣ ପୂର୍ବକ କାର୍ୟ୍ୟକ୍ରମର ଉଦ୍‍ଘାଟନ କରିଥିଲେ। ସୋଲ ଫାଉଣ୍ଡେସନ୍‍ର ନିର୍ଦ୍ଦେଶକ ସତ୍ୟବ୍ରତ ସାମଲ, ଓଡ଼ିଶା ଆଦିବାସୀ ଫାଉଣ୍ଡେସନ୍‍ର ସହ ସମ୍ପାଦକ ରଜନୀ ମୁଣ୍ଡା, ସୁବାସ ଭୋଳ, ପରିବେଶବିତ୍‍ ଗମନ କଳା, ମଙ୍ଗରାଜପୁର ବନପାଳ ପିତବାସ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ମହାନ୍ତି ଖବରଦାତା ପ୍ରକାଶ ନାୟକ ପ୍ରମୁଖ ଏହି କାର୍ୟ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣର ଆବଶ୍ୟକତା ଓ ଜଙ୍ଗଲ ସୁରକ୍ଷା ଉପରେ ଉପସ୍ଥିତ ବନ ସୁରକ୍ଷା ସମିତିର ସଦସ୍ୟ ସଦସ୍ୟା ମାନଙ୍କୁ ବୁଝାଇ ଥିଲେ।

ଖଣ୍ଣୁରାଇ ବନ ସୁରକ୍ଷା ସମିତି ସଭାପତି ରାମସିଂ ହେସା ଆଦିବାସୀ ପରମ୍ପରା ଅନୁଯାୟୀ ବୃକ୍ଷ ଦେବତାଙ୍କ ପୂଜା କରିବା ପରେ ଉପସ୍ଥିତ ଅତିଥିମାନେ ବିଭିନ୍ନ ପ୍ରଜାତିର ପ୍ରାୟ ୧୦୦୦ ଫଳ ଗଛ ଚାରା ରୋପଣ କରିଥିଲେ।ଦଶରୀ ବନରା, ମାରାତମ ହେମ୍ରମ୍‍, ଦଶମୀ ସୀର୍କା, ବିଷ୍ଣୁ ବିରୁଆ, ରାଜୁରାମ ଜାମୁଡ଼ା, ବାସନ୍ତି ଚିୟୁ, ନେହେରୁ ଗଇପେୟୀ ପ୍ରମୁଖ କାର୍ୟ୍ୟକ୍ରମରେ ସହଯୋଗ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories