www.samajalive.in
Saturday, December 6, 2025
19.1 C
Bhubaneswar

କାହାର ଧମକକୁ ଚୀନ୍‍ ଭୟ କରେ ନାହିଁ: ଆମେରିକାକୁ ଜବାବ ଦେଲେ ଜିନ୍‍ପିଙ୍ଗ

ସମାଜ ଡିଜିଟାଲ ଡେସ୍କ:  ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜାପାନଠାରୁ ବିଜୟର ୮୦ବର୍ଷ ପାଳନ  ଅବସରରେ ଚୀନର ରାଜଧାନୀ ବେଞ୍ଜିଂରେ ମିଲିଟାରୀ ପରେଡର ଆୟୋଜନ କରାଯାଇଥିଲା । ପ୍ରତିବର୍ଷ ଚୀନ୍‍ ସେପ୍ଟେମ୍ବର ୩ରେ ବିଜୟ ଦିବସ ପାଳନ କରିଥାଏ । ଏହି ଅବସରରେ ଏକ ପରେଡ ଅନୁଷ୍ଠିତ ହୁଏ ଏବଂ ରାଷ୍ଟ୍ରପତି ଅଭିବାଦନ ଗ୍ରହଣ କରନ୍ତି । ଏହା ସହିତ ବିଶ୍ୱକୁ ଏହାର ଶକ୍ତି ମଧ୍ୟ ପ୍ରଦର୍ଶନ କରାଯାଏ । ଆଜି ଏହା ପାଳନ ଅବସରରେ ଏକ ପରେଡ ଅନୁଷ୍ଠି ହୋଇଥିଲା । ଯେଉଁଥିରେ ରାଷ୍ଟ୍ରପତି ସି ଜିନ୍‍ପିଙ୍ଗ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‍, କିମ୍‍ ଜୋଙ୍ଗ ଉନ୍‍ ଅଂଶଗ୍ରହଣ କରିଥିଲେ । ପରେଡ ସମୟରେ ସି ଜିନ୍‍ପିଙ୍ଗ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମ ନନେଇ  ତାଙ୍କୁ ପରୋକ୍ଷରେ ଏକ ଉପଯୁକ୍ତ ଜବାବ ଦେଇଛନ୍ତି ।
ଜିନ୍‍ପିଙ୍ଗ ଅଭିଭାଷଣରେ କହିଛନ୍ତି ଯେ ଚୀନ୍‍ କାହାର ଧମକକୁ ଭୟ କରିବ ନାହିଁ, ଏହି ଦେଶ ସର୍ବଦା ଆଗକୁ ବଢିଛି ଓ ବଢିବ । ଟ୍ରମ୍ପଙ୍କ ନାମ ନେଇ କହିଛନ୍ତି ଯେ ମଣିଷ ଗୋଟିଏ ଗ୍ରହରେ ବାସ କରୁଛି, ଆମେ ଏକାଠି କାମ କରିବା ଏବଂ ଶାନ୍ତିରେ ରହିବା ଉଚିତ । ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଶ୍ୱ ଜଙ୍ଗଲ ରାଜକୁ ଫେରିବା ଉଚିତ ନୁହେଁ, ଯେଉଁଠାରେ ବଡ ଦେଶଗୁଡିକ ଛୋଟ ଏବଂ ଦୁର୍ବଳ ଦେଶମାନଙ୍କୁ ଧମକ ଦେଉଥିଲେ  । ଆଜି ବିଶ୍ୱ ପୁଣିଥରେ ଶାନ୍ତି କିମ୍ବା ଯୁଦ୍ଧ, ଆଲୋଚନା କିମ୍ବା ମୁକାବିଲା ବାଛିବାର ସମ୍ମୁଖୀନ ହୋଇଛି । ଚୀନ ଇତିହାସ ଏବଂ ମାନ ପ୍ରଗତିରେ ଡାହାଣ ପାଶ୍ୱର୍ରେ ଦୃଢ ଭାବରେ ଛିଡା ହେବ । ସେ କହିଛନ୍ତି ମାନବ ଜାତି ପାଇଁ ଏକ ସହଭାଗୀ ଭବିଷ୍ୟତ ସହିତ ଏକ ସମ୍ପ୍ରଦାୟ ଗଠନ କରିବା ପାଇଁ ଚୀନ ବିଶ୍ୱ ସହିତ ହାତ ମିଳାଇବ ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories