କଣ୍ଟାବାଞ୍ଜି: ଆଇଆଇସିଙ୍କ ସ୍ୱାମୀଙ୍କ ଉନ୍ମତ୍ତକାଣ୍ଡ । ଆଉ ନିଜ ମାତାଲ୍ ସ୍ୱାମୀ ପାଇଁ ହଟହଟା ହେଲେ ଆଇଆଇସି ମାଡାମ୍ । ବିନା କାରଣରେ ଲୋକଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ କରିଥିଲେ ଅରବିନ୍ଦ। ଯାହାର ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ ଥାନା ଘେରାଉ କରିଛନ୍ତି। ହୋହଲ୍ଲା ପାଟିତୁଣ୍ଡରେ କମ୍ପୁଛି ଥାନା ପରିସର । କଣ୍ଟାବାଞ୍ଜି ଥାନା ଅଧିକାରୀ ରଶ୍ମିତା ବେହେରାଙ୍କ ସ୍ୱାମୀ ସହର କିଛି ଯୁବକଙ୍କୁ ଦୁର୍ବ୍ୟବହାର ଓ ମାରପିଟ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଯେଉଁମାନେ ଦୁର୍ବ୍ୟବହାର ଶିକାର ହୋଇଥିଲେ ତାଙ୍କୁ ପୋଲିସ ଉଠାଇ ଥାନାକୁ ନେବାକୁ ଚେଷ୍ଟା କରୁଥିବା ବେଳେ ବିରୋଧର ଶିକାର ହୋଇଥିଲା ପୁଲିସ। ଶେଷରେ ବିବାଦ ଅଧିକ ଘନେଇବାରୁ ଶେଷରେ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିଥିଲେ ଆଇଆଇସିଙ୍କ ସ୍ଵାମୀ ।



