www.samajalive.in
Monday, December 15, 2025
26.1 C
Bhubaneswar

ଆଫଗାନିସ୍ତାନ ପର୍ଯ୍ୟନ୍ତ ବ୍ୟାପ୍ତ ହେବ ସିପିଇସି, ତ୍ରିପାକ୍ଷିକ ଆଲୋଚନା କଲା ଚୀନ

ସମାଜ ଡିଜିଟାଲ ଡେସ୍କ: ଚୀନ ପାକିସ୍ତାନ ଅର୍ଥନୈତିକ କରିଡର(ସିପିଇସି) ଆଫଗାନିସ୍ତାନ ପର୍ଯ୍ୟନ୍ତ ବ୍ୟାପ୍ତ ହେବ। ଏଥିପାଇଁ ଆଫଗାନିସ୍ତାନ ସହମତି ଜଣାଇଛି। ପାକିସ୍ତାନ ଏବଂ ଆଫଗାନିସ୍ତାନ ସହିତ ଚୀନ ତ୍ରିପାକ୍ଷିକ ଆଲୋଚନା କରିଛି। ପାକିସ୍ତାନ ଉପପ୍ରଧାନମନ୍ତ୍ରୀ ତଥା ବିଦେଶ ମନ୍ତ୍ରୀ ଇଶାକ ଦାର, ଚୀନ ବିଦେଶ ମନ୍ତ୍ରୀ ଓ୍ବାଙ୍ଗ ୟି ଏବଂ ଆଫଗାନିସ୍ତାନର କାର୍ଯ୍ୟକାରୀ ବିଦେଶ ମନ୍ତ୍ରୀ ଅମିର ଖାନ ମୁତ୍ତାକୀ ଏ ନେଇ ମିଳିତ ଭାବେ ଘୋଷଣା କରିଛନ୍ତି।

ଇଶାକ ଦାର ୩ ଦିନିଆ ବେଜିଂ ଗସ୍ତରେ ଅଛନ୍ତି। ଅପରେସନ ‘ସିନ୍ଦୂର’ ଦ୍ଵାରା ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିବା ପରେ ପାକ୍ ବିଦେଶ ମନ୍ତ୍ରୀଙ୍କର ଏହା ପ୍ରଥମ ଚୀନ ଗସ୍ତ। ବୈଠକରେ ୩ ବିଦେଶ ମନ୍ତ୍ରୀ ଆଞ୍ଚଳିକ ସୁରକ୍ଷା ଏବଂ ଆର୍ଥିକ ଯୋଗାଯୋଗକୁ ପ୍ରୋତ୍ସାହିତ କରିବା ଲାଗି ତ୍ରିପାକ୍ଷିକ ସହଯୋଗ ମହତ୍ଵପୂର୍ଣ୍ଣ ବୋଲି କହିଛନ୍ତି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories