www.samajalive.in
Wednesday, December 10, 2025
16.1 C
Bhubaneswar

ଚନ୍ଦ୍ରର ଅନ୍ଧାରୁଆ ଅପହଞ୍ଚ କ୍ଷେତ୍ରରେ ପହଞ୍ଚିଲା ଚୀନ ମହାକାଶଯାନ

ବେଜିଂ : ମହାକାଶ ଗବେଷଣା କ୍ଷେତ୍ରରେ ଇତିହାସ ରଚିଛି ଚୀନ। ବିଶ୍ବର ପ୍ରଥମ ମହାକାଶ ଯାନ ଭାବେ ଚୀନର ଚେଞ୍ଜ-୪ ଯାନ ଚନ୍ଦ୍ରର ଏଭଳି ଏକ ଅନ୍ଧାରୁଆ ସ୍ଥାନରେ ପହଞ୍ଚିଛି ଯାହାକି ଅଦ୍ୟାବଧି ଅନ୍ୟ ଦେଶଗୁଡିକ ପାଇଁ ଅପହଞ୍ଚ ହୋଇ ରହିଥିଲା। ଏକ ଲ୍ୟାଣ୍ଡର ଏବଂ ଏକ ରୋଭର ସମ୍ବଳିତ ଏହି ଯାନ ବେଜିଂ ସମୟ ୧୦ଟା ୨୬ (ଭାରତୀୟ ସମୟ ପୂର୍ବାହ୍ଣ ୭ଟା ୫୬ରେ) ଚନ୍ଦ୍ରର ପୂର୍ବରେ ୧୭୭.୬ ଡିଗ୍ରୀ ଦ୍ରାଘିମା ଏବଂ ଦକ୍ଷିଣରେ ୪୫.୫ ଡିଗ୍ରୀ ଅକ୍ଷାଂଶରେ ଏହା ଅବତରଣ କରିଥିବା ଚୀନ ଜାତୀୟ ମହାକାଶ ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିବା ଜିନହୁଆ ପ୍ରକାଶ କରିଛି। ଚନ୍ଦ୍ର ପୃଷ୍ଟଭୂମିର ବିଭିନ୍ନ କ୍ଷେତ୍ର ତଥା ମୃତ୍ତିକା ସମ୍ବନ୍ଧରେ ସୂଚନା ହାସଲ ଉଦ୍ଦେଶ୍ରରେ ଡିସେମ୍ବର ୮ରେ ଚୀନ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ଏହି ଯାନ ପ୍ରେରଣ କରାଯାଇଥିଲା। ଚେଞ୍ଜ-୪ ଯାନର ଏହି ସଫଳତା ଦ୍ବାରା ଚନ୍ଦ୍ର ତଥା ବ୍ରହ୍ମାଣ୍ଡ ସମ୍ବନ୍ଧରେ ଅଧିକ ତଥ୍ୟ ସଂଗ୍ରହ କରାଯାଇପାରିବ ବୋଲି ଏହି ଅଭିଯାନର କାର୍ଯ୍ୟନିର୍ବାହୀ ନିର୍ଦେଶକ ଝାଙ୍ଗ ହେ କହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories