ଲୁଧିଆନା .. – ପଞ୍ଜାବର ଲୁଧିଆନାରେ ଥିବା ଏକ ଔଷଧ ତିଆରି କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଲାଗିଛି । ଗୁରୁବାର ସନ୍ଧ୍ୟାରେ ଏହି ଅଗ୍ନିକାଣ୍ଡ ଘଟିଛି । ରିପୋର୍ଟ ଲେଖାହେବା ବେଳକୁ ଅଗ୍ନିଶମ ବିଭାଗର ଗାଡି ନିଆଁକୁ ନିୟନ୍ତ୍ରଣ କରିବା କାର୍ଯ୍ୟରେ ନିୟୋଜିତ ଥିଲେ ।
ଲୁଧିଆନାର ଉପକାର ନଗରୀରେ ଥିବା ଏହି ଔଷଧ ତିଆରି କାରାଖାନାରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନି କାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଏ ବିଷୟରେ ଅଧିକ ସୂଚନା ପାଇଁ ଅପେକ୍ଷା କରାଯାଇଛି ।



