www.samajalive.in
Saturday, December 13, 2025
14.1 C
Bhubaneswar

ରାଷ୍ଟ୍ରପତି- ପ୍ରଧାନମନ୍ତ୍ରୀଙ୍କ ସମେତ ୧୦ ହଜାର ବିଶିଷ୍ଟ ବ୍ୟକ୍ତିଙ୍କ ପଛରେ ଚୀନ ଚଳାଇଛି ଗୁପ୍ତଚର କାର୍ଯ୍ୟ

ନୁଆଦିଲ୍ଲୀ : ଲଦାଖ ସୀମାରେ ଭାରତ ଏବଂ ଚୀନ୍ ମଧ୍ୟରେ ବିବାଦ ଜାରି ରହିଛି। ବିବାଦ ଏଭଳି ରହିଛି ଯେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ସମୟରେ ଚୀନ୍‌ର ଆଉ ଏକ  ଘୃଣ୍ୟ କାର୍ଯ୍ୟ ସାମ୍ନା ଆସିଛି। ଚାଇନାର କେତେକ କମ୍ପାନୀ ଦ୍ୱାରା ଭାରତରେ ଗୁପ୍ତଚର କାର୍ଯ୍ୟ କରାଯାଉଛି ବୋଲି କୁହାଯାଉଛି।

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ମନ୍ତ୍ରୀଙ୍କ ପର୍ଯ୍ୟନ୍ତ, କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଠାରୁ ନେଇ ସେନାର ବରିଷ୍ଠ ଅଧିକାରୀଙ୍କ ପଛରେ ଗୁପ୍ତଚର କାର୍ଯ୍ୟ ଚାଲିଛି। ଏହା ବ୍ୟତୀତ ବରିଷ୍ଠ ଅଧିକାରୀଙ୍କ ପର୍ଯ୍ୟନ୍ତ ଦେଶର ଅଗ୍ରଣୀ ଶିଳ୍ପପତିମାନେ ମଧ୍ୟ ଚୀନ୍‌ର ଟାର୍ଗେଟରେ ଅଛନ୍ତି।

- Advertisement -

ଏକ ଇଂରାଜୀ ଖବରକାଗଜର ରିପୋର୍ଟରେ ଅନୁସାରେ ସେନଜେନ ୱେଷ୍ଟ ଭିତ୍ତିକ ଚାଇନିଜ୍ କମ୍ପାନୀ ‘ଜେନଝୁଆ ଡାଟା ଇନଫର୍ମେସନ୍ ଟେକ୍ନୋଲୋଜି କମ୍ପାନୀ ଲିମିଟେଡ୍’ ଭାରତରେ ପ୍ରାୟ ଦଶ ହଜାର ଲୋକଙ୍କ ଉପରେ ନଜର ରଖିଛି। ଏହି କମ୍ପାନୀର ଚୀନ୍ ସରକାର ଏବଂ ଚୀନର କମ୍ୟୁନିଷ୍ଟ ପାର୍ଟି ସହିତ ସିଧାସଳଖ ଯୋଗାଯୋଗ ରହିଛି। ଚାଇନାର ଏହି କମ୍ପାନୀ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମେୟର ପର୍ଯ୍ୟନ୍ତ ପ୍ରାୟ ଦଶ ହଜାର ଭାରତୀୟଙ୍କ ଉପରେ ନଜର ରଖିଛି।

ରିପୋର୍ଟରେ କୁହାଯାଇଛି ଯେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଅଶୋକ ଗେହଲୋଟ୍, ଅମରିନ୍ଦର ସିଂହ, ଉଦ୍ଧବ ଠାକରେ, ନବୀନ ପଟ୍ଟନାୟକ ଏବଂ ଶିବରାଜ ସିଂହ ଚୌହାନଙ୍କ ପଛରେ ‘ଜେନଝୁଆ ଡାଟା ଇନଫରମେସନ୍ ଟେକ୍ନୋଲୋଜି କମ୍ପାନୀ ଲିମିଟେଡ୍’ ଗୁପ୍ତଚର କାର୍ଯ୍ୟ ଚଳାଇଛି।

ଏହା ବ୍ୟତୀତ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ, ରବି ଶଙ୍କର ପ୍ରସାଦ, ନିର୍ମଳା ସୀତାରମଣ, ସ୍ମୃତି ଇରାନୀ ଏବଂ ପୀୟୁଷ ଗୋୟଲଙ୍କ ସମେତ ଅନ୍ୟମାନେ ଅଛନ୍ତି। ସେହିପରି ସିଡିଏସ୍ ବିପିନ ରାୱତ ଏବଂ ୧୫ ଜଣ ପୂର୍ବତନ ସେନା, ନୌସେନା ଏବଂ ବାୟୁସେନା ସମେତ ବରିଷ୍ଠ ଅଧିକାରୀମାନେ ମଧ୍ୟ ଚୀନ ରାଡାରରେ ଅଛନ୍ତି।

ବେଜିଂ ତରଫରୁ ଭାରତର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବବଡେ, ବିଚାରପତି ଏମ. ଖାନୱିଲକର, ଲୋକପାଳ ଜଷ୍ଟିସ ପି.ସି ଘୋଷ ଏବଂ କମ୍ପ୍ଟ୍ରୋଲର ତଥା ଅଡିଟର ଜେନେରାଲ ଜି.ସି ମୁର୍ମୁଙ୍କ ପଛରେ ଗୁପ୍ତଚର କାର୍ଯ୍ୟ ଚାଲିଛି। ଏଥି ସହିତ ଭାରତ ପେ’ର ପ୍ରତିଷ୍ଠାତା ନିପୁଣ ମେହେରା, ରତନ ଟାଟା ଏବଂ ଗୌତମ ଆଦାନୀଙ୍କ ପରି ଲୋକମାନଙ୍କ ଉପରେ ମଧ୍ୟ ଚୀନ୍ ନଜର ରଖିଛି।

ରିପୋର୍ଟ ଅନୁଯାୟୀ, ରାଜନେତାଙ୍କ ବ୍ୟତୀତ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଭଳି ଖେଳାଳି, ଫିଲ୍ମ ନିର୍ଦ୍ଦେଶକ ଶ୍ୟାମ ବେନେଗାଲ, ସୋନାଲ ମାନସିଂହଙ୍କ ଭଳି ପ୍ରସିଦ୍ଧ ଲୋକ ଅଛନ୍ତି। ଏହି ତାଲିକାରେ ଭାରତରେ ଅପରାଧର ରେକର୍ଡ ଥିବା ବ୍ୟକ୍ତି ମଧ୍ୟ ଅଛନ୍ତି। ଏହି ତାଲିକା ଆହୁରି ବଡ, ଯେଉଁଥିରେ ପାଖାପାଖି ୧୦,୦୦୦ବିଶିଷ୍ଟ ବ୍ୟକ୍ତି ଅନ୍ତର୍ଭୁକ୍ତ।

ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ସମ୍ପୂର୍ଣ୍ଣ ଗୁପ୍ତଚର କାର୍ଯ୍ୟ ପାଇଁ ଚୀନ୍ ସରକାର ଏବଂ କମ୍ୟୁନିଷ୍ଟ ପାର୍ଟି ସହିତ ‘ଜେନଝୁଆ ଡାଟା ଇନଫରମେସନ୍ ଟେକ୍ନୋଲୋଜି କମ୍ପାନୀ ଲିମିଟେଡ୍’ ବିଦେଶରୁ ତଥ୍ୟ ସଂଗ୍ରହ ପାଇଁ ଏକ ଡାଟା ଆଧାର ପ୍ରସ୍ତୁତ କରିଛି, ଯାହା ଅଧୀନରେ ଏହି ଘୃଣ୍ୟ ଯୋଜନା କାର୍ଯ୍ୟକାରୀ ହୋଇପାରିବ।

କମ୍ପାନୀ ଦ୍ବାରା ସଂଗୃହିତ ତଥ୍ୟକୁ ‘ହାଇବ୍ରିଡ୍ ୱାର୍’ ବୋଲି କୁହାଯାଉଛି। ଯେଉଁଥିରେ କାହାର ବ୍ୟକ୍ତିଗତ ଜୀବନ ବିଷୟରେ ତଥ୍ୟ ସଂଗ୍ରହ ପାଇଁ ବ୍ୟକ୍ତିଗତ ସୂଚନା ଖୋଜାଯାଏ।

Hot this week

ଜାନୁଆରୀ ୩୦ରୁ ଅନଶନରେ ବସିବେ ଆନ୍ନା

ମୁମ୍ବଇ: ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସମାଜସେବୀ ଆନ୍ନା ହଜାରେ ଜାନୁଆରୀ...

“ବଳଦଙ୍କୁ ଖାଇଗଲା ବୋଲି, ବାଘକୁ ବିଷ ଦେଇ ମାରିଦେଲି”

ବଣାଇ : ତିନି ବଳଦ ଜଙ୍ଗଲକୁ ଚରିବାକୁ ଯାଇ ଆଉ ଫେରି...

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

ମେସିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ଅସମ୍ଭାଳ ଭିଡ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ତିନି ଦିନିଆ ଭାରତ ଗସ୍ତରେ ଆସି କଲକାତା...

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

Related Articles

Popular Categories