www.samajalive.in
Friday, December 12, 2025
15.1 C
Bhubaneswar

ଭାରତ ମହାସାଗରରେ ଚାଇନା ମୁତୟନ କରିଛି ଡ୍ରୋନ୍

ନ୍ୟୁ ଜର୍ସି: ଭାରତ ମହାସାଗରର ଜଳରାଶି ତଳେ ବିସ୍ତୃତ ଭାବେ ‘ସି ୱିଙ୍ଗ୍’ ବା ‘ହାଇ’ ନାମକ ଗ୍ଲାଇଡର ଡ୍ରୋନ୍ ମୁତୟନ କରିଛି ଚୀନ। ଠାବ କରାଇଥିବା ୧୪ଟି ଡ୍ରୋନ୍ ମଧ୍ୟରୁ ୧୨ଟି ଏବେ କାର୍ୟ୍ୟକ୍ଷମ ଅଛି। ଏହି ଡ୍ରୋନ୍ଗୁଡ଼ିକର ଡେଣା ଖୁବ୍ ଲମ୍ବା ଏବଂ ଏଗୁଡ଼ିକ ଅଧିକ ଦୂରତା ସହିତ ଦୀର୍ଘ କାଳ କାର୍ୟ୍ୟ କରିବାକୁ ସକ୍ଷମ। ଏହି ଡ୍ରୋନ୍ଗୁଡ଼ିକୁ ବିଶେଷ ଭାବେ ସମୁଦ୍ରରେ ଗୁଇନ୍ଦାଗିରି କାର୍ୟ୍ୟରେ ନିୟୋଜିତ କରାଯାଇଛି।

ମହାସାଗରରେ ଯାତାୟାତ କରୁଥିବା ଜାହାଜଗୁଡ଼ିକ ଉପରେ ଏହା ନଜର ରଖୁଛି। ଏଥିସହିତ ଗଭୀର ସମୁଦ୍ରର ତଥ୍ୟ ସଂଗ୍ରହ କରୁଛି। ୨୦୧୯ ଡିସେମ୍ବରରୁ ୨୦୨୦ ଫେବୃଆରୀ ମଧ୍ୟରେ ଏହା ୩୪୦୦ ନିରୀକ୍ଷଣ ରିପୋର୍ଟ ଦେଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଆମେରିକାର ବିଶିଷ୍ଟ ପ୍ରତିରକ୍ଷା ବିଶେଷଜ୍ଞ ହାଇ ସଟ୍ଟନ। ଆମେରିକା ପୂର୍ବରୁ ନିୟୋଜିତ କରିଥିବା ଏଭଳି ଗୋଟିଏ ଡ୍ରୋନ୍କୁ ୨୦୧୬ରେ ଚୀନ ଜବତ କରିଥିଲା ବୋଲି ସେ କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories