www.samajalive.in
Friday, December 5, 2025
26.1 C
Bhubaneswar

ଭାରତ ପଥରେ ଚୀନ କଣ୍ଟା, ଆଝାରକୁ ବିଶ୍ୱ ଆତଙ୍କବାଦୀ ଘୋଷଣାରେ ପୁଣି ବାଧକ ସାଜିଲା

ନୂଆଦିଲ୍ଲୀ : ପାକିସ୍ତାନସ୍ଥିତ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ (ଜେଇଏମ୍‍) ମୁଖ୍ୟ ମୌଲାନା ମାସୁଦ ଆଝାରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା ପାଇଁ ଭାରତର ପ୍ରୟାସରେ ପୁଣି ଥରେ କଣ୍ଟା ସାଜିଛି ଚୀନ। ଭାରତର ଅନୁରୋଧ କ୍ରମେ ମିଳିତ ଜାତିସଂଘରେ ଆଝାରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବା ପାଇଁ ଶୁକ୍ରବାର ଆଗତ ପ୍ରସ୍ତାବକୁ ପୁଣି ଥରେ ଚୀନ ବିରୋଧ କରିଛି। ଏହି ପ୍ରସ୍ତାବକୁ ଜାତିସଂଘର ସ୍ଥାୟୀ ସଦସ୍ୟ ଆମେରିକା, ଫ୍ରାନ୍ସ ଓ ବ୍ରିଟେନ ସମର୍ଥନ କରିଥିବାବେଳେ ଚୀନ ନିଜ ଭିଟୋ କ୍ଷମତା ବଳରେ ଅଟକାଇ ଦେଇଛି। ଏହାସହ ଆଝାରକୁ ଆତଙ୍କବାଦୀ ଘୋଷଣା କରିବା ପଥରେ ଚୀନ ଚତୁର୍ଥ ଥର ବାଧକ ସାଜିଛି।

ଭାରତର ପଠାନକୋଟ ବାୟୁସେନା ଘାଟି ଆକ୍ରମଣର ମାଷ୍ଟରମାଇଣ୍ଡ ଆଝାରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା ପାଇଁ ଭାରତର ପ୍ରସ୍ତାବକୁ ସୁରକ୍ଷା ପରିଷଦର ସମସ୍ତ ସଦସ୍ୟ ସମର୍ଥନ କରୁଥିବାବେଳେ ଚୀନ ବିରୋଧ କରି ଆସୁଛି। ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ଥିବା ଚୀନର ବିରୋଧ ଫଳରେ ଏହି ପ୍ରସ୍ତାବ ତିନିମାସ ପାଇଁ ଅଟକି ଯାଉଛି। ପ୍ରତି ତିନିମାସର ଅବଧି ଶେଷ ହେବା ପରେ ଜାତିସଂଘ ନିୟମିତ ଭାବେ ଏହି ପ୍ରସ୍ତାବ ଆଗତ କରୁଥିବାବେଳେ ଚୀନ ଏହାକୁ ବିରୋଧ କରିଚାଲିଛି। ଭାରତ ଗତ ବର୍ଷ ମାର୍ଚ୍ଚ ପରେ ଅଗଷ୍ଟ ଓ ନଭେମ୍ବରରେ ଜାତିସଂଘରେ ଏହି ପ୍ରସ୍ତାବ ଆଗତ କରିଥିଲା ବେଳେ ଚୀନର ବିରୋଧ ଯୋଗୁଁ କାଟ ଖାଇଥିଲା । ମିଳିତ ଜାତିସଂଘ ଜୈସ ଇ ମହମ୍ମଦକୁ ନିଷେଧ ସଂଗଠନ ତାଲିକାରେ ସ୍ଥାନିତ କରିଥିଲେ ବି ଚୀନର ବିରୋଧ ଯୋଗୁଁ ଆଝାରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିପାରୁ ନାହିଁ।

- Advertisement -

ମିଳିତ ଜାତିସଂଘ ସାଧାରଣ ପରିଷଦର ୭୩ତମ ଅଧିବେଶନରେ ଯୋଗ ଦେବାକୁ ନ୍ୟୁୟର୍କ ଯାଇଥିବା ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ ୟି ସେଠାରେ ଏକ ଥିଙ୍କ୍‍ ଟ୍ୟାଙ୍କ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ ସମସ୍ତ ପକ୍ଷ ସର୍ବସମ୍ମତିକ୍ରମେ ଏଥିରେ ରାଜି ହେଲେ ଆମେ ଏହି ପ୍ରସ୍ତାବକୁ ସମର୍ଥନ ଦେବୁ। ଏପରିକି ମୂଳ ପକ୍ଷ ଭାରତ ଏବଂ ଚୀନ ଏହି ପ୍ରସ୍ତାବରେ ସମାନ ସମତି ପ୍ରଦାନ କରୁନାହାନ୍ତି। ଭାରତ ସହ ଆମର ବହୁ ଭଲ ସମ୍ପର୍କ ରହିଛି। ଏନେଇ ଆମେ ଭାରତ ସହ ଆଲୋଚନା କରିବୁ ଓ ସମାଧାନର ବାଟ ବହାର କରିବୁ। ସର୍ବସମ୍ମତି ଆସିବା ପରେ ସମେସ୍ତ ମିଶି ଆତଙ୍କବାଦୀ ବିରୋଧରେ ଲଢେଇ କରିବୁ। ମାସୁଦ ଆଝାରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା ପାଇଁ ଆବଶ୍ୟକ ପ୍ରମାଣ ନାହିଁ। ଠୋସ୍‍ ପ୍ରମାଣ ନଥିବାରୁ ଆମେ ଏହାର ବିରୋଧ କରୁଛୁ। ଏହାସହ ଆତଙ୍କବାଦୀ ବିରୋଧୀ ଲଢେଇ ପାଇଁ ସେ ପାକିସ୍ତାନର ପ୍ରଶଂସା କରିଥିଲେ।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories