www.samajalive.in
Friday, December 5, 2025
27.1 C
Bhubaneswar

ରେଭେନ୍ସା ଛାତ୍ର ସଂସଦ ନିର୍ବାଚନ; ଆଲୋଚନା ବିଫଳ, ବାହାରିଲାନି ନିଷ୍କର୍ଷ

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟରେ କତ୍ତୃପକ୍ଷଙ୍କ ଦ୍ୱାରା ପରୋକ୍ଷ ଛାତ୍ର ସଂସଦ ନିର୍ବାଚନ ନିଷ୍ପତ୍ତିକୁ ଛାତ୍ରଛାତ୍ରୀ ବିରୋଧ କରିଛନ୍ତି। ଶନିବାର ସକାଳ ୧୦ଟାରେ ଛାତ୍ରଛାତ୍ରୀମାନେ କୂଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ କରିଥିଲେ। ଏହାର କିଛି ସମୟ ପରେ କୁଳପତି ଆଶାୟୀ ପାର୍ଥୀମାନଙ୍କ ସହ କୁଳପତିଙ୍କ ସଭାଗୃହରେ ଆଲୋଚନା କରିଥିଲେ। କିନ୍ତୁ ଏହାର କୌଣସି ନିଷ୍କର୍ଷ ବାହାରିପାରିଲା ନାହିଁ। କୁଳପତିଙ୍କ କହିବା ଅନୁସାରେ ଛାତ୍ରଛାତ୍ରୀ ମାନେ ଏହାକୁ ଗ୍ରହଣ କଲେ ଛାତ୍ରଛାତ୍ରୀଙ୍କ ଭୋଟ ପ୍ରତିଶତ ବଢିବ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ନେତୃତ୍ୱ ଶକ୍ତି ବୃଦ୍ଧି ପାଇବ ବୋଲି କୁଳପତି କହିଛନ୍ତି। ଛାତ୍ରଛାତ୍ରୀଙ୍କ କହିବା ଅନୁସାରେ ପରୋକ୍ଷ ନିର୍ବାଚନ ହେବାଦ୍ୱାରା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଗଣ୍ଡଗୋଳ ଓ ବିରୋଧାଭାସ ବୃଦ୍ଧି ପାଇବ। ଗୋଟିଏ ଶ୍ରେଣୀରେ ବିଭିନ୍ନ ଛାତ୍ର ପ୍ରତିନିଧି ଚୟନ କରିବା ସମୟରେ ବିଭାଗ ମଧ୍ୟରେ ବିବାଦ ଦେଖାଦେବ ବୋଲି ଆଶାୟୀ ଛାତ୍ରଛାତ୍ରୀ କହିଛନ୍ତି। ପରୋକ୍ଷ ନିର୍ବାଚନକୁ ବିରୋଧକରି ଛାତ୍ରଛାତ୍ରୀମାନେ ଶନିବାର ସନ୍ଧ୍ୟା ୫ଟାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ପ୍ରତିବାଦ କରିବେ ବୋଲି ଆହ୍ୱାନ ଦେଇଛନ୍ତି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories