www.samajalive.in
Monday, December 15, 2025
26.1 C
Bhubaneswar

ଭାରତ ପରେ ଭୂଟାନର କିଛି ଅଞ୍ଚଳକୁ ନିଜର ଦାବି କଲା ଚୀନ

ବେଜିଂ/ଥିମ୍ପୁ: ଭାରତ ସହିତ ସୀମା ବିବାଦ ପରେ ଚୀନ ଏବେ ଭୂଟାନର କିଛି ଅଞ୍ଚଳକୁ ନିଜର ବୋଲି ଦାବି କରିଛି। ପୂର୍ବ ଭୂଟାନର କିଛି ଅଞ୍ଚଳକୁ ନେଇ ଚୀନ ଏବଂ ଭୂଟାନ ମଧ୍ୟ​‌ରେ ବିବାଦ ରହିଥିବା ଚୀନ କହିଛି। ଏହି ବିବାଦ କେବେ ବି ସମାଧାନ ହୋଇ ନ ଥିବା ଚୀନ କହିଛି। ତେବେ ଚୀନ-ଭୂଟାନ ମଧ୍ୟରେ ଏହି ଦାବି ଭାରତ ପାଇଁ ବି ଗୁରୁତ୍ବପୂର୍ଣ୍ଣ। କାରଣ ଚୀନ ଭୂଟାନର ଯେଉଁ ଅଞ୍ଚଳକୁ ନିଜର ଦାବି କରୁଛି ତାହା ଅରୁଣାଚଳ ପ୍ରଦେଶ ସୀମାକୁ ଲାଗି ରହିଛି।

ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଚୀନ ବିଦେଶ ମନ୍ତ୍ରଣାଳୟ ମାଣ୍ଡାରିନରେ ଜାରି କରିଥିବା ଏକ ବିବୃତିରେ କହିଛି ଯେ, ଭୂଟାନ ସହିତ ପୂର୍ବ, ମଧ୍ୟ ଏବଂ ପଶ୍ଚିମାଞ୍ଚଳରେ ସୀମା ବିବାଦ ରହିଛି। ଭାରତ ଆଡକୁ ଇସାରା କରି ଚୀନ କହିଛି, କୌଣସି ତୃତୀୟ ପକ୍ଷ ଚୀନ-ଭୂଟାନ ସୀମା ବିବାଦରେ ହସ୍ତକ୍ଷେପ କରିବା ଅନୁଚିତ।

- Advertisement -

ଅନ୍ୟପଟେ ଭୂଟାନ ସୂତ୍ରରୁ ଜଣାପଡ଼ିଛି ଯେ, ଚୀନ ଏବଂ ଭୂଟାନ ମଧ୍ୟରେ ପୂର୍ବ ଅଞ୍ଚଳରେ ସୀମା ବିବାଦ ନେଇ କେବେ କୌଣସି ଆଲୋଚନା ହୋଇନାହିଁ। ଉଭୟ ପକ୍ଷ ମଧ୍ୟରେ ମଧ୍ୟ ଏବଂ ପଶ୍ଚିମାଞ୍ଚଳରେ ସୀମା ବିବାଦ ଥିବା ଭୂଟାନ ସ୍ବୀକାର କରିଛି। ଏପରି କି ବିବାଦର ସମାଧାନ ଲାଗି ଦୁଇ ପକ୍ଷ ମଧ୍ୟରେ ଏକ ବୁଝାମଣା ନେଇ ସହମିତ ହୋଇଥିଲା। ଯଦି ଭୂଟାନର ପୂର୍ବାଞ୍ଚଳର କିଛି ଜାଗାକୁ ଚୀନ ନିଜର ବୋଲି ଦାବି କରୁଛି, ତାହେଲେ ସେ ବହୁ ପୂର୍ବରୁ ଏହି ପ୍ରସଙ୍ଗ ଉଠାଇବା ଦରକାର ଥିଲା।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories