ନୂଆଦିଲ୍ଲୀ : କରୋନା ଭୂତାଣୁ ପାଇଁ ଲକଡ଼ାଉନର ପ୍ରଭାବ ପରିବେଶ ଓ ବନ୍ୟ ଜୀବଜନ୍ତୁଙ୍କ ଉପରେ ପଡ଼ିଥିବା ବେଶ ଦେଖିବାକୁ ମିଳୁଛି।ପୂର୍ବ ଅପେକ୍ଷା ବାତାବରଣ ଅଧିକ ଶୁଦ୍ଧ ହେବା ସହ ବନ୍ୟ ଜୀବଜନ୍ତୁ ଏହାକୁ ଉପଭୋଗ କରୁଛନ୍ତି।ଏଭଳି ହିଁ ଏକ ଦୃଶ୍ୟ ମୁମ୍ବଇର ମିଠୀ ନଦୀ କୂଳରେ ଦେଖିବାକୁ ମିଳିଛି। ଯେଉଁଠାରେ ଅଧିକ ସଂଖ୍ୟାରେ ହରିଣମାନେ ଖେଳିବା ସହ ଦୌଡ଼ିବା ନଜରରେ ଆସୁଛନ୍ତି।ଏହି ଭିଡ଼ିଓଟି ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଛି। ଜଣେ ବ୍ୟକ୍ତି ଜୁଲାଇ ୨ରେ ଏହି ଭିଡ଼ିଓଟିକୁ ସେୟାର କରିଛନ୍ତି। ସନ୍ଧ୍ୟା ସମୟରେ ମିଠୀ ନଦୀ କୂଳରେ ହରିଣମାନେ ଆନନ୍ଦରେ ଦୌଡ଼ୁଥିବା ଏହି ଭିଡ଼ିଓରେ ଦେଖିବାକୁ ମିଳୁଛି। ଲୋକେ ଏହି ଭିଡ଼ିଓଟିକୁ ଦେଖି ବେଶ ମଜା ନେଉଛନ୍ତି।
ଲକଡ଼ାଉନର ସକରାତ୍ମକ ପ୍ରଭାବ ; ନଦୀ କୂଳରେ ଖେଳୁଛନ୍ତି ହରିଣ ଦଳ
Popular Categories



