www.samajalive.in
Saturday, December 6, 2025
19.1 C
Bhubaneswar

ମଝି ଚିଲିକାରେ ଫସିଥିଲେ ୬୦ ଯାତ୍ରୀ, ମତ୍ସ୍ୟଜୀବୀଙ୍କ ସହାୟତାରେ ସୁରକ୍ଷିତ ଭାବେ ହେଲେ ଉଦ୍ଧାର

କୃଷ୍ଣପ୍ରସାଦ: ଆଜି ସାତପଡ଼ାରୁ ଜହ୍ନିକୁଦା ଯିବାବେଳେ ମଝି ଚିଲିକା ମଝିରେ ୬୦ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗାଟି ଅଟକି ଯାଇଥିଲା। ଫଳରେ ଏହି ଡଙ୍ଗାରେ ଥିବା ୬୦ଜଣ ଯାତ୍ର ମଝି ଚିଲିକାରେ ଫସି ରହିଥିବା ସୂଚନା ମିଳିଥିଲା। ଅଧ ଘଣ୍ଟା ଧରି ଚିଲିକା ଚିଲିକା ମଝିରେ ଯାନ୍ତ୍ରିକ ତ୍ରୁଟିରୁ ସମସ୍ୟା ଦେଖାଦେବାରୁ ଡଙ୍ଗାଡି ଫସି ଯାଇଥିଲା। ମଝି ଚିଲିକାରେ ଫସିଲେ ୬୦ ଯାତ୍ରୀଙ୍କ ସହ ୩୦ରୁ ଅଧିକ ବାଇକ ଥିବା ଜଣାପଡ଼ିଥିଲା।

ଖବର ପାଇ ସ୍ଥାନୀୟ ମତ୍ସ୍ୟଜୀବୀମାନେ ସେମାନଙ୍କ ଡଙ୍ଗାନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଅଗ୍ନିଶମ ବାହିନୀ ଓ ପୁଲିସ ପ୍ରଶାସନ ପକ୍ଷରୁ କିଭଳି ଭାବେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯିବା ସେଥିପାଇଁ ପଦକ୍ଷେପ ନିଆଯାଇଥିଲା। ବର୍ତ୍ତମାନ ସମସ୍ତ ଯାତ୍ରୀଙ୍କୁ ଚିଲିକା ମଝିରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ପରେ ସେମାନଙ୍କୁ କୁଳକୁ ଅଣାଯାଇଥିବା ସୂଚନା ମିଳିଛି।

- Advertisement -

ଏଠାରେ ସୂଚନା ଯୋଗ୍ୟ ଯେ ସମସ୍ତ ଯାତ୍ରୀ ଡଙ୍ଗାରେ ଯାତାୟତ ବେଳେ ଲାଇଭ ଜ୍ୟାକେଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିଲେ ବି ଡଙ୍ଗା ଚାଳକ ଏଥିପ୍ରତି ଗୁରୁତ୍ବ ଦେଇନଥିଲେ। ମଝି ଚିଲିକାରେ ଡଙ୍ଗାଟି ଫସି ଯିବା ପରେ ସମସ୍ତଙ୍କୁ ଲାଇଭ ଜ୍ୟାକେଟ ଦେବା କଥା ମନେ ପଡ଼ିଥିଲା। ଅନେକ ସମୟରେ ଯାତ୍ରୀକ ତୃଟି ଯୋଗୁ ଚିଲିକା ମଝିରେ ଡଙ୍ଗା ଫସି ଯାଉଛି ଏବଂ ଅନେକ ଯାତ୍ରୀ ମୃତାହତ ହୋଇଥିବା ସୂଚନା ରହିଛି। ତେଣୁ ଚିଲିକାରେ ଡଙ୍ଗାରେ ଯାତାୟତ ବେଳେ ସମସ୍ତ ଯାତ୍ରୀଙ୍କ ପାଇଁ ଲାଇଭ ଜ୍ୟାକେଟ ପ୍ରଦାନ କରାଯିବା ଜରୁରୀ ବୋଲି ସାଧାରଣରେ ଦାବି କରାଯାଇଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories