www.samajalive.in
Sunday, December 7, 2025
16.1 C
Bhubaneswar

ବାଂଶଡ଼ା ପଞ୍ଚାୟତରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ଧାମରା: ବାଂଶଡା ପଞ୍ଚାୟତରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଦୀପକ ଦାସଙ୍କ ପୌରୋହିତ୍ୟରେ ପଞ୍ଚାୟତର ବହୁ ସ୍ୱେଚ୍ଛାସେବୀ ଆସି ପଂଚାୟତରେ ଥିବା ବାଂଶଡା ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟରେ ସମସ୍ତ ଅଳିଆ ଆବର୍ଜ୍ଜନାକୁ ହଟାଇବା ସହ ସଫେଇ କରିଛନ୍ତି। ପରେ ବାଂଶଡା ଥାନା ପରିସରରେ ଏହି ସଫେଇ କାର୍ଯ୍ୟକ୍ରମ କରିବା ସହ ପଞ୍ଚାୟତ ଅଫିସ, ବାଂଶଡା ପ୍ରାଥମିକ ବିଦ୍ୟାଳୟ ଏବଂ ହାଇସ୍କୁଲରେ ଏହି ସଫେଇ କାର୍ଯ୍ୟକ୍ରମ କରିଛନ୍ତି। ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ନେତା ଦିଗମ୍ବର ଦାସ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ପଞ୍ଚାୟତର ସମସ୍ତ ଜନସାଧାରଣଙ୍କୁ ନିଜ ପରିବେଶ ସଫା ରଖିବାକୁ ସଚେତନ କରିଥିଲେ। ଏହା ଫଳରେ ସାଧାରଣ ଜନତା ରୋଗ ଦାଉରୁ ରକ୍ଷା ପାଇବା ସହ ପରିବେଶକୁ ସଫା ରଖିବାର ମାନସିକତା ବଜାଇ ରଖିଲେ ଏହା ଏକ ସୁସ୍ଥ ବାତାବରଣ ନିର୍ମାଣ କରିବାରେ ସାହାଯ୍ୟ କରିବ ବୋଲି ମତ ରଖିଥିଲେ। ଆଜିର ଏହି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ବାଂଶଡା ପଞ୍ଚାୟତ ସମିତିସଭ୍ୟ ପ୍ରଫୁଲ ନାୟକ, ସରପଞ୍ଚଙ୍କ ପ୍ରତିନିଧି ଦୀପକ ଦାସ, ରାଜେଶ କୁମାର ପାତ୍ର, ବଳରାମ ନାୟକ, ଧିରେନ୍ଦ୍ର ସ୍ୱାଇଁ, ସଞ୍ଜୟ ସାହୁ, ସୁଶାନ୍ତ ବେହେରା, ନିତ୍ୟାନନ୍ଦ ବାରିକ, ମୃତ୍ୟୁଞ୍ଜୟ ମହାଳିକ, ପ୍ରତାପ ସାମଲ, ତ୍ରିଲୋଚନ ଦାସ, ଦେବକାନ୍ତ ରାଉତ, ରାଜେଶ ରାଉତ, ଲକ୍ଷ୍ମୀଧର ସାହୁ, ତାରାକାନ୍ତ ସାହୁ, ନବଘନ ଦାସ, ବସନ୍ତ ପାତ୍ର, ବିଜୟ ବେହେରା, କାଳନ୍ଦୀ ମହାନ୍ତି ପ୍ରମୁଖ ଯୋଗ ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମ ଏକ ସପ୍ତାହ ଧରି ଚାଲିବ ବୋଲି ସରପଞ୍ଚଙ୍କ ପ୍ରତିନିଧି ଦୀପକ ଦାସ ମତବ୍ୟକ୍ତ କରିଥିବା ବେଳେ ବାଂଶଡା ଥାନାଧିକାରୀ ଦେବରାଜ ଜେନା ଏବଂ ବାଂଶଡା ସ୍ୱାସ୍ଥ୍ୟକେନ୍ଦ୍ରର ଡ. ଜୟଦେବ ଭଟାଚାର୍ଯ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ସହ ଏହି କାର୍ଯ୍ୟକର୍ତ୍ତାମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ।

 

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories