www.samajalive.in
Saturday, December 6, 2025
26.1 C
Bhubaneswar

ଚିଲିକାରେ ପକ୍ଷୀ ଗଣନା ଆରମ୍ଭ

ଭୁବନେଶ୍ୱର : ଚିଲିକାରେ ରବିବାର ପକ୍ଷୀଗଣନା ଆରମ୍ଭ ହୋଇଛି। ୨୧ଟି ଦଳରେ ୧୦୦ ରୁ ଅଧିକ ଗଣନାକାରୀ ଏହି ଗଣନା ପାଇଁ ନିୟୋଜିତ ହୋଇଛନ୍ତି। ଚିଲିକାକୁ ୫ଟି ରେଞ୍ଜରେ ବିଭକ୍ତ କରାଯାଇ ବର୍ତ୍ତମାନ ପକ୍ଷୀ ଗଣନା ଜାରି ରହିଛି।
ସୂଚନା ଯୋଗ୍ୟ, ପ୍ରତି ଦଳରେ ୪ରୁ ୬ ଜଣ ଲେଖାଏଁ ଗଣନାକାରୀ, ୨ଜଣ ବିଶେଷଜ୍ଞ ଏବଂ କିଛି ସହଯୋଗୀଙ୍କୁ ସାମିଲ କରାଯାଇଛି। ଏମାନେ ଚିଲିକା ହ୍ରଦ ଅନ୍ତର୍ଗତ ବିଭିନ୍ନ କ୍ଷେତ୍ରରେ ଉପସ୍ଥିତ ପକ୍ଷୀଙ୍କ ମଧ୍ୟରେ ନୂତନ ପକ୍ଷୀ ପ୍ରଜାତି ମଧ୍ୟ ଚିହ୍ନଟ କରିବେ। ତେବେ ଗତବର୍ଷ ୫ଟି ନୂତନ ପକ୍ଷୀ ଚିହ୍ନଟ କରାଯାଇଥିଲା। ଏଗୁଡ଼ିକ ହେଲା ଗ୍ଲସି ଆଇବ୍ଲିସ, କମନ ରୋଜ ପିଞ୍ଚ, ରିଭର ଲାପିଂ, ସାଇବେରିଆନ ରୁବି ଥ୍ରୋଟ ଏବଂ ବ୍ଲୁ ରଫସ। ପ୍ରାଧିକରଣ ପକ୍ଷରୁ ପ୍ରକାଶିତ ଆଟଲାସରେ ଏମାନଙ୍କୁ ଚଳିତଥର ନୂତନ ଭାବେ ସାମିଲ କରାଯିବ। ପକ୍ଷୀ ଗଣନା ପରେ ପକ୍ଷୀ ଆଟଲାସର କାୟାକଳ୍ପ ବଦଳିବ । ପୂର୍ବରୁ ରହିଥିବା ୨୨୪ ପକ୍ଷୀଙ୍କ ସମେତ ନୂତନଭାବେ ଚିହ୍ନିତ ପକ୍ଷୀ ପ୍ରଜାତିଙ୍କୁ ନେଇ ନୂଆ ପକ୍ଷୀ ଆଟଲାସ ଆତ୍ମପ୍ରକାଶ କରିବ ବୋଲି ଚିଲିକା ଉନ୍ନୟନ ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories