www.samajalive.in
Saturday, December 6, 2025
15.1 C
Bhubaneswar

ବିଦ୍ୟା ଷ୍ଟଡି ପଏଣ୍ଟ ଆନୁକୂଲ୍ୟରେ ଶିଶୁ ଦିବସ ପାଳିତ

ସାରନଗରୀ: ସାରନଗରୀସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟାଷ୍ଟଡ଼ି ପଏଣ୍ଟ ତରଫରୁ କୋଭିଡ଼ କଟକଣା ଅନୁଯାୟୀ ଶିଶୁ ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ କୁମାର ବେହେରା ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ଅର୍ବାନ କୋପରେଟିଭ ବ୍ୟାଙ୍କର ପୂର୍ବତନ ସଭାପତିି ଆଦିତ୍ୟ ମହାପାତ୍ର ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ହମିରପୁର ଉନ୍ନୟନ ପରିଷଦର ସଭାପତି ତଥା ସମାଜସେବୀ ସୁମନ ଦତ, ଡ଼ାକ୍ତର ଫକୀର ଚରଣ ହୋତା, ସମାଜସେବୀ ଦୀପକ କୁମାର ଦାଶ, ଡ.ବସନ୍ତ କୁମାର ଦାସ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ମିହିର ରାୟ ପ୍ରମୁଖ ଯୋଗ ଦେଇଥିଲେ।

ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ କହିଲେ ଯେ, ବର୍ତମାନ ସମାଜରେ ଭଲ ମଣିଷର ଆବଶ୍ୟକତାରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ସହ ମଣିଷ ସମାଜ ବିବେକାନୁମୋଦିତ କାର୍ଯ୍ୟ କରି ନିଜର ଅର୍ନ୍ତନିହିତ ଶକ୍ତିକୁ ଉଦଭାବନ କରି ସମାଜର କଲ୍ୟାଣ ଦିଗରେ ବ୍ରତିି ହେବା ଆବଶ୍ୟକ। ସମ୍ମାନୀତ ଅତିଥି ସମାଜସେବୀ ସୁମନ ଦତ ନିଜ ବକ୍ତବ୍ୟରେ କହିଲେ ଯେ, ଅନ୍ତର୍ନିହିତ ଶକ୍ତିର ବିକାଶର ଆବଶ୍ୟକତା ରହିଛି ଯଦି ଏହା ବିକାଶ ହେବ ତେବେ ସାର୍ବଜନୀନ ବିକାଶ ହୋଇପାରିବ । ଅନ୍ୟତମ ଅତିଥି ଡ଼. ଦାସ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କୁ ସୁନାଗରିକ ହେବାକୁ ପରାମର୍ଶ ଦେବା ସଙ୍ଗେସଙ୍ଗେ ଶିକ୍ଷାରେ ମନୋନିବେଶ କରିବାକୁ କହିଥିଲେ । ମୁଖ୍ୟ ବକ୍ତା ବରିଷ୍ଠ ସାମ୍ବାଦିକ ମହିର ରାୟ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କୁ ଆଗାମୀ ଦିନର ଭବିଷ୍ୟତ ବୋଲି ଅଭିହିତ କରିଥିଲେ । ସେ କହିଥିଲେ ଯେ, ଛାତ୍ର ସମାଜମାନେ ହେଉଛନ୍ତି ଗୋଟିଏ ଗୋଟିଏ ହିରା । ସେମାନଙ୍କ ଉପରେ ଟର୍ଚ୍ଚ ପକାଇବା ଶିକ୍ଷକର ଧର୍ମ। ବର୍ତମାନ ସ୍ଥିତିରେ ମାନବିକତାବୋଧ ମନୁଷ୍ୟ ଭିତରେ ହଜି ଯାଉଥିବାବେଳେ ଛାତ୍ରମାନେ ସୁନାଗରିକ ହୋଇ ସମାଜର ସେବା କଲେ ତାହା ସମାଜର ଉନ୍ନତି ସାଧିତ ହେବ । ପ୍ରାରମ୍ଭରେ ଅଧ୍ୟକ୍ଷତା କରିଥିବା ଶ୍ରୀ ବେହେରା ଶିଶୁ ଦିବସ ପାଳନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହୁରୁଙ୍କ ଫଟୋଚିତ୍ରରେ ଅତିଥି ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ସୁନୀଲ ସାମଲ,ଚନ୍ଦ୍ର ଶେଖର ମୁନୀ ସମେତ ଅନୁଷ୍ଠାନର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories