www.samajalive.in
Friday, December 5, 2025
20.1 C
Bhubaneswar

ବୌଦ୍ଧ ଜିଲ୍ଲାରେ ୧୦ଟି ଗ୍ରାମ ବାଲ୍ୟବିବାହ ମୁକ୍ତ ଘୋଷଣା 

ବୌଦ୍ଧ: ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଶିଶୁ ଦିବସ-୨୦୨୦ ପାଳନ ଓ ବାଲ୍ୟବିବାହ ମୁକ୍ତ ଗ୍ରାମ ଘୋଷଣ ପାଇଁ ଏକ କାର୍ଯ୍ୟକ୍ରମ ଜିଲ୍ଲାପ୍ରଶାସନ ଦ୍ୱାରା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଏନ୍‍.ସି. ଜ୍ୟୋତିରଞ୍ଜନ ନାଏକ ଯୋଗଦେଇ ଶିଶୁ ଦିବସ ତଥା ଶିଶୁ ଅଧିକାର ଉପରେ ନିଜର ବକ୍ତବ୍ୟ ଦେଇଥିଲେ ଏବଂ ବାଲ୍ୟବିବାହ ପ୍ରଥା ଦ୍ୱାରା ଶିଶୁମାନଙ୍କର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶରେ ବାଧା ସୃଷ୍ଟି କରୁଥିବା ପ୍ରକାଶ କରିଥିଲେ। ଏହି ଅବସରରେ ବିଗତ ୩ ବର୍ଷ ଧରି ବାଲ୍ୟବିବାହକୁ ରୋକିବା ପାଇଁ ଅନେକ ସଚେତନମୂଳକ କାର୍ଯ୍ୟକ୍ରମ ଜିଲ୍ଲାରେ କରାଯାଇଥିବା ବିଷୟରେ କହିଥିଲେ। ବୌଦ୍ଧ ଜିଲ୍ଲାର ୧୦ଟି ଗ୍ରାମର ଗ୍ରାମ୍ୟ ଶିଶୁସୁରକ୍ଷା କମିଟି ନିଜ ଗ୍ରାମରୁ ବାଲ୍ୟବିବାହକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିଥିବା ଯୋଗୁଁ ଆଜି ବୌଦ୍ଧ ବ୍ଲକର ଚନ୍ଦ୍ରପୁର, କୁସୁମଝୁଲି, କନକପୁର, ହରଭଙ୍ଗା ବ୍ଲକର ନୁଆପଡା, ସାନ ବୁଟୁପାଲି, ମାରଦିଙ୍ଗ୍‍, ଲୁଣିବାହାଲ ଏବଂ କଂଟାମାଳ ବ୍ଲକର ଦେଉଳି, ସୁବର୍ଣ୍ଣପାଲି, ଶୁଳିଆ ଆଦି ସମସ୍ତ ଗ୍ରାମକୁୁ ବାଲ୍ୟବିହାହ ମୁକ୍ତ ଗ୍ରାମ ହିସାବରେ ଘୋଷଣା କରିଥିଲେ।

ଏହି କାର୍ଯ୍ୟକ୍ରମ ଅବସରରେ ବୌଦ୍ଧ ବ୍ଲକର ତିନୋଟି ଗ୍ରାମର ପ୍ରତିନିଧିମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଶ୍ରୀ ନାଏକ ଏହି ଅବସରରେ ଶିଶୁସୁରକ୍ଷା କମିଟିର ସଦସ୍ୟ ସଦସ୍ୟାମାନଙ୍କର ପ୍ରଚେଷ୍ଟାକୁ ପ୍ରଶଂସା କରିଥିଲେ ଏବଂ ଆଗାମି ବର୍ଷକ ମଧ୍ୟରେ ଜିଲ୍ଲାର ୫୦୦ ଗ୍ରାମକୁ ଚୟନ କରି ସେଠାରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରି ବାଲ୍ୟବିବାହ ମୁକ୍ତ ଗ୍ରାମ ଘୋଷଣା କରିବାକୁ ପ୍ରୟାସ କରିବା ପାଇଁ ସମସ୍ତ ଅଧିକାରୀକୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଲକ୍ଷପତି ଭୋଇ ସ୍ୱାଗତ ଭାଷଣ ପ୍ରଦାନ ତଥା ସଭା ପରିଚାଳନା କରିଥିଲେ। ଅନ୍ୟତମ ଅତିଥି ଭାବେ ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ ଯୋଗଦେଇ ଶିଶୁ ଅଧିକାର ଓ ବାଲ୍ୟବିବାହ ଆଇନ ଉପରେ ଆଲୋଚନା କରିବା ସଂଙ୍ଗେ ସଂଙ୍ଗେ ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ କରିବା ପାଇଁ ନିଆ ଯାଇଥିବା ସମସ୍ତ ପଦକ୍ଷେପ ଗୁଡ଼ିକୁ ଆଲୋଚନା କରିଥିଲେ। ଅନ୍ୟତମ ଅତିଥି ଭାବେ ୟୁନିସେଫ ଏବଂ ଆକ୍ସନଏଡ଼ର ଜିଲ୍ଲା ସଂଯୋଜିକା ଅନସୂୟା ହୋତା ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ତଥା ବାଲ୍ୟବିବାହ ମୁକ୍ତ ଗ୍ରାମ ଘୋଷଣାର ଲକ୍ଷ୍ୟ ଓ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରିଥିଲେ। ଅନ୍ୟତମ ଅତିଥି ଭାବେ ବଘିଆପଡ଼ା ସରପଂଚ ଶୌଳେନ୍ଦ୍ରୀ ମହାକୁଡ ଓ ପଦ୍ମନପୁର ସରପଂଚ ପ୍ରତାପ ପରିଡା ଯୋଗଦେଇ ତାଙ୍କର ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଜାତୀୟ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ଟ୍ରଫି ଦେଇ ପୁରଷ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡି କର୍ମି, ସୁପରଭାଇଜର, ଆଇ.ସି.ଡି.ଏସ୍‍, ବ୍ଲକସଂଯୋଜିକା ମିଶନ ଶକ୍ତି, ସ୍ୱୟଂସହାୟିକା ଗୋଷ୍ଠୀ ର ସଦସ୍ୟା,ମେମ୍ବର,ବିଭିନ୍ନବିଦ୍ୟାଳୟର ଛାତ୍ର ଛାତ୍ରୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ବୌଦ୍ଧ ସି.ଡି.ପି.ଓ, ତଥା ବାଲ୍ୟବିବାହ ନିଷେଧ ଅଧିକାରିଣୀ ମିନତୀ ଦେଓ ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁସୁରକ୍ଷା ୟୁନିଟର ସୁଶାନ୍ତ ଭୋଇ, ସତ୍ୟନାରାୟଣ ନାଏକ ଓ ଦିଲୁ ମାଝି ସହଯୋଗ କରିଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories