www.samajalive.in
Saturday, December 13, 2025
26.1 C
Bhubaneswar

ପିଲାଙ୍କୁ ମୋବାଇଲ ଆପ୍‍ ତିଆରି ପାଇଁ ମିଳୁଛି ପ୍ରେରଣା

ନୂଆଦିଲ୍ଲୀ: କୋଡିଂ ଓ ଗଣିତ ବିଷୟରେ ଅନ୍‍ଲାଇନ କ୍ଲାସ ଯୋଗାଇ ଦେଉଥିବା ଏକ ଅଗ୍ରଣୀ ଏଡଟେକ କମ୍ପାନୀ ହ୍ୱାଇଟହ୍ୟାଟ ଜୁନିୟର ସମାଜ ଉପରେ ପ୍ରଭାବ ପକାଇବାକୁ ଲକ୍ଷ୍ୟ ରଖୁଥିବା ମୋବାଇଲ ଆପ୍ଲିକେସନ ସୃଷ୍ଟି କରିବା ଦିଗରେ ପିଲାମାନଙ୍କୁ ପ୍ରେରିତ କରିବାକୁ ଅଗ୍ରଣୀ ଅଣ ସରକାରୀ ସଂଗଠନ ସିଆରୱାଇ ସହିତ ହାତ ମିଳାଇଛି। ଏହି ନୂଆ ସହଭାଗିତାର ଅଂଶସ୍ୱରୂପ ସମାଜରେ ସକାରାତ୍ମକ ପ୍ରଭାବ ପକାଇବା ପ୍ରୟାସକୁ ଆଗେଇ ନେବାଭଳି ମୋବାଇଲ ଆପ୍‍ ପ୍ରସ୍ତୁତ କରୁଥିବା ଅଂଶଗ୍ରହଣକାରୀ ହ୍ୱାଇଟହ୍ୟାଟ ଜୁନିୟର ଛାତ୍ରଛାତ୍ରୀଙ୍କୁ ସିଆରୱାଇ ସ୍ୱୀକୃତି/ ପ୍ରମାଣପତ୍ର ପ୍ରଦାନ କରିବ।
ଏହି ପ୍ରକଳ୍ପ ପିଲାଙ୍କ ପକ୍ଷରୁ ଉପସ୍ଥାପନ କରାଯାଇଥିବା ଚିନ୍ତାଧାରା ଉପରେ ଆଧାରିତ। ଗତ ଦୁଇବର୍ଷ ମଧ୍ୟରେ ହ୍ୱାଇଟହ୍ୟାଟ ଜୁନିୟର ଛାତ୍ରଛାତ୍ରୀମାନେ ସାମାଜିକ ପ୍ରଭାବ ପକାଉଥିବା ବିଷୟବସ୍ତୁକୁ କେନ୍ଦ୍ରକରି ଶତାଧିକ ମୋବାଇଲ ଆପ୍‍ ପ୍ରସ୍ତୁତ କରିଛନ୍ତି। ଏଥିମଧ୍ୟରେ ଖାଦ୍ୟ ଦାନ, ରକ୍ତ/ଅଙ୍ଗ ଦାନ, ବୟସ୍କଙ୍କ ଯତ୍ନ, ଶିକ୍ଷା, ଶାରୀରିକ/ମାନସିକ ଭିନ୍ନକ୍ଷମ ଲୋଙ୍କୁ ସହାୟତା, ଜରୁରୀ କାଳୀନ ଯତ୍ନ, ପିଲାଙ୍କୁ ସହାୟତା ଏବଂ କୋଭିଡ ସହାୟତା ଆପ୍‍ ଆଦି ଅନ୍ତର୍ଭୁକ୍ତ।
ହ୍ୱାଇଟ୍‍ହ୍ୟାଟ ଜୁନିୟରର ପ୍ରତିଷ୍ଠାତା ଏବଂ ସିଇଓ କରନ ବଜାଜ କହିଛନ୍ତି, ଅବହେଳିତଙ୍କୁ ସହାୟତା କରିବା ଅଥବା ସମାଜ ପ୍ରତି ଅବଦାନ ରଖିବା ଦିଗରେ ସହାୟତା କରିବା ଲକ୍ଷ୍ୟନେଇ ମୋବାଇଲ ଆପ୍ଲିକେସନ ପ୍ରସ୍ତୁତ କରିବାକୁ ଚାହୁଥିବା ଛାତ୍ରଛାତ୍ରୀଙ୍କ ନିକଟରୁ ପ୍ରତି ମାସରେ ଶତାଧିକ ପ୍ରସ୍ତାବ ଆସୁଛି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories