www.samajalive.in
Sunday, December 7, 2025
23.1 C
Bhubaneswar

ପୋଖରୀରେ ବୁଡି ଶିଶୁପୁତ୍ର ମୃତ

ଅମର୍ଦ୍ଦାରୋଡ଼ : ବାଲେଶ୍ବର ଜିଲା ସିଂଲା ଥାନା ଅଧୀନସ୍ଥ ଚାମ୍ଫଳା ଗ୍ରାମର ରବୀନ୍ଦ୍ର କୁମାର ଘଡ଼ାଇଙ୍କ ୨ ବର୍ଷର ଶିଶୁପୁତ୍ର କ୍ରିଷ୍ଣାଙ୍କର ବୁଧବାର ଅପରାହ୍ଣରେ ପୋଖରୀରେ ବୁଡି ମୃତ୍ୟୁ ହୋଇଛି। ସୂଚନାରୁ ପ୍ରକାଶ ଆଜି ଅପରାହ୍ଣ ୨ଟା ସମୟରେ କ୍ରିଷ୍ଣା ଘର ପାଖରେ ଖେଳୁଥିବା ସମୟରେ ପରିବାର ଲୋକଙ୍କ ଅଜାଣତରେ ତଥା ଅସାବଧାନତା ବଶତଃ ପାଖ ପୋଖରୀରେ ପଡିଯାଇ ବୁଡ଼ି ଯାଇଥିଲେ। ପୋଖରୀ ନିକଟକୁ ଯାଇଥିବା କିଛି ଗ୍ରାମବାସୀ କ୍ରିଷ୍ଣାଙ୍କୁ ପାଣିରୁ ଉଦ୍ଧାର କରି ପରିବାର ଲୋକଙ୍କୁ ଖବର ଦେଇଥିଲେ। କ୍ରିଷ୍ଣାଙ୍କୁ ତୁରନ୍ତ ବସ୍ତା ଡାକ୍ତରଖାନା ନିଆଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ସିଂଲା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି। ପୁଅର ମୃତ୍ୟୁରେ ପରିବାର ଲୋକ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories