www.samajalive.in
Sunday, December 14, 2025
16.1 C
Bhubaneswar

ଶିଶୁ ଶ୍ରମ ଓ ଶିଶୁ ନିର୍ଯ୍ୟାତନା ବିରୋଧରେ ପଦଯାତ୍ରା

ଭୁବନେଶ୍ୱର : ଶୈଶବର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ। ଶିଶୁମାନେ କୁନି କୁନି ହାତରେ କାମ କରି ନିର୍ଯ୍ୟାତଦାର ଶିକାର ହେବା ବଦଳରେ ଯେଭଳି ପାଠପଢି ଭଲ ମଣିଷ ହେବେ ସେଥିପାଇଁ ଆମେ ସମସ୍ତ ଉଦ୍ୟମ କରିବା ଆବଶ୍ୟକ ବୋଲି ବିଶ୍ୱ ଶିଶୁ ନିର୍ଯ୍ୟାତନା ନିରୋଧ ଦିବସ ଅବସରରେ ଆୟୋଜିତ ପଦଯାତ୍ରା ଓ ଦସ୍ତଖତ ସଂଗ୍ରହ ଅଭିଯାନରେ ସାମିଲ ବିଶିଷ୍ଟ ବ୍ୟକ୍ତିମାନେ ମତ ଦେଇଛନ୍ତି। ଏଥିରେ ରାଜ୍ୟ ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୨୦୨୫ ସୁଦ୍ଧା ରାଜ୍ୟରୁ ଶିଶୁ ଶ୍ରମ ପ୍ରଥା ଉଚ୍ଛେଦ ପାଇଁ ସରକାର କାର୍ଯ୍ୟକରୁଥିବା କହିଥିବାବେଳେ ରାଜ୍ୟ ଶ୍ରମ କମିଶନର ନିରଞ୍ଜନ ସାହୁ ଶିଶୁ ନିର୍ଯ୍ୟାତନା ପ୍ରଥାର ବିଲୋପ ପାଇଁ ସମସ୍ତେ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି।
ବିଶ୍ୱ ଶିଶୁ ନିର୍ଯ୍ୟାତନା ନିରୋଧ ଦିବସ ଅବସରରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପିପୁଲସ କଲଚରାଲ ଓ ରାଜ୍ୟ ସରକାରଙ୍କ ଶ୍ରମ ଓ ଇଏସଆଇ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ପଦଯାତ୍ରା ସ୍ଥାନୀୟ ରାମ ମନ୍ଦିର ଛକ ନିକଟରୁ ମାଷ୍ଟର କ୍ୟାଣ୍ଟିନ ପର୍ୟ୍ୟନ୍ତ ଯାଇଥିଲା। ଏହି ପଦଯାତ୍ରା ଓ ଦସ୍ତଖନ ଅଭିଯାନକୁ ରାଜ୍ୟ ନିର୍ମାଣ ଓ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାଷ ସିଂହ ଓ ଶ୍ରମ କମିଶନର ଶ୍ରୀ ନିରଞ୍ଜନ ସାହୁ(ଆଇଏଏସ୍) ଖେଳ ଅଧିକାରୀ ପ୍ରସାର ପାଇଁ ପିକକର ଗୁଡୱିଲ ଆମ୍ବାସେଡର ଅଂଶିକା ରାଉତରାୟ ଓ ପିକକର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ଉଦଘାଟନ କରିଥିଲେ। ଭିଜିଜନାଲ ଶ୍ରମ କମିଶନର ପ୍ରଦୀପ କୁମାର ମହାପାତ୍ର, ଅଲମ୍ପିଆନ ଅନୁରାଧା ବିଶ୍ୱାଳ, ମହିଳା ଶିଶୁ ବିକାଶ ବିଭାଗର ଉପଦ୍ଦେଷ୍ଟା ସୁଲତା ଦେଓ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି, ସହକାରୀ ଲେବର ଅଫିସର ଧରାଶ୍ରୀ ମହାପାତ୍ର ଓ ଲେବର ଇନ୍ସପେକ୍ଟର ପ୍ରଭାବର ବିଶ୍ୱାଳ ଓ କାଳୀପୁତ୍ର କୁଳଦୀପ ପ୍ରସାଦ ପ୍ରମୁଖ ଯୋଗ ଦେଇଥିଲେ।

ପଦଯାତ୍ରା ମାଷ୍ଟରକ୍ୟାଣ୍ଟିନ ଛକରେ ପହଞ୍ଚିବା ପରେ ଅତିଥିମାନେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଜନ ସାଧାରଣଙ୍କୁ ଉଦବୋଧନ ଦେଇଥିଲେ। ଶ୍ରମିକ ବୋର୍ଡର ଅଧ୍ୟକ୍ଷ ଶ୍ରୀ ସିଂହ କହିଥିଲେ ଯେ, ସମଗ୍ର ରାଜ୍ୟରୁ ଶିଶୁ ଶ୍ରମ ବ୍ୟବସ୍ଥା ଉଚ୍ଛେଦ ପାଇଁ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି। ୨୦୨୫ ସୁଦ୍ଧା କୌଣସି ଶିଶୁ ଯେଭଳି ଶ୍ରମରେ ନିୟୋଜିତ ହୋଇ ନିର୍ଯ୍ୟତନା ନପାଆନ୍ତି ସେଦିଗରେ ଜିରୋ ଟଲେରାନ୍ସ ପଦକ୍ଷେପ ଗ୍ରହଣ କରାଯାଉଛି। ଡିଭିଜନାଲ ଲେବର କମିଶନର ଶ୍ରୀ ମହାପାତ୍ର ଶିଶୁ ନିର୍ଯ୍ୟାତନା ରୋକିବାପାଇଁ ଥିବା ବିଭିନ୍ନ ଆଇନ୍‍ଗତ ଦିଗ ଉପରେ ଆଲୋକପତା କରିଥିବାବେଳେ କିକ୍‍କର ରଞ୍ଜନ କୁମାର ମହାନ୍ତି କହିଥିଲେ ଯେ ଶିଶୁମାନେ ହେଉଛନ୍ତି ଆମର ଭବିଷ୍ୟତ। ସେମାନେ ଯେଭଳି ପାଠ ପଢିବେ ଓ ଶ୍ରମ ଏବଂ ନିର୍ଯ୍ୟାତନା ଠାରୁ ଦୂରେଇ ରହିବେ ତାହା ଉପରେ ଆମେ ସମସ୍ତେ କାର୍ଯ୍ୟ କରିବା ଆବଶ୍ୟକ। ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ଶିଶୁ ଶ୍ରମ ଓ ଶିଶୁ ନିର୍ଯ୍ୟାତନାକୁ ବିରୋଧ କରି ରାସ୍ତା ପାର୍ଶ୍ବରେ ଲାଗିଥିବା ବିଶାଳ ବ୍ୟାନରରେ ସମସ୍ତେ ଦସ୍ତଖତ କରି ନିଜ ନିଜର ମତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଯୁବକ ଯୁବତୀ ଓ ସାଧାରଣ ଲୋକେ ଅଂଶଗ୍ରହଣ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories