ବିକ୍ରି ବେଳେ ଉଦ୍ଧାର ହେଲା ନାବାଳିକା

0

କଟକ: ଜଣେ ନାବାଳିକା ୫୦ ହଜାର ଟଙ୍କାରେ ବିକ୍ରି କରାଯାଇ ଥିବା ଅଭିଯୋଗ ହୋଇଛି। ଏଭଳି ଏକ ଅମାନବୀୟ କାଣ୍ଡ କରିଛନ୍ତି ଜଣେ ଶିକ୍ଷୟିତ୍ରୀ। ଏହି ସଂକ୍ରାନ୍ତାରେ ନାବାଳିକାଙ୍କ ପିତା ଥାନାରେ ଅଭିଯୋଗ କରିବା ପରେ ଉକ୍ତ ନାବାଳିକାକୁ କଟକରୁ ଉଦ୍ଧାର କରାଯାଇଛି। ଉକ୍ତ ନାବାଳିକାଙ୍କ ଘର ବାଲେଶ୍ବର ଜିଲାରେ ବୋଲି ଜଣାପଡିଛି। ଘରେ କାମ ଦେବାକୁ କହି ଶିକ୍ଷୟିତ୍ରୀ ଜଣଙ୍କ ଉକ୍ତ ନାବାଳିକାକୁ ଅନ୍ୟତ୍ର ବିକ୍ରି କରୁଥିଲେ। ଏହି ସମୟରେ ଖବର ପାଇ ଘଟଣାସ୍ଥଳରେ କଟକ ସିଡବ୍ଳ୍ୟୁସି ପହଞ୍ଚି ଉକ୍ତ ନାବାଳିକାକୁ ଉଦ୍ଧାର କରିଛି।

Leave A Reply