www.samajalive.in
Saturday, December 6, 2025
14.1 C
Bhubaneswar

ବିପଦରେ ଶୈଶବ: କରୋନା ପ୍ରତିବନ୍ଧକ ଯୋଗୁଁ ଜୀବନ ହାରୁଛନ୍ତି ଶିଶୁ

କରୋନା ମହାମାରୀକୁ ୬ ମାସ ବିତି ସାରିଛି। ଏଭଳି ପରିସ୍ଥିତିରେ ସମସ୍ତେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ସ୍କୁଲ-କଲେଜ ବନ୍ଦ ରହିବା ଯୋଗୁଁ ପିଲାମାନେ ଘରେ ବନ୍ଦୀ ଅବସ୍ଥାରେ ରହିଛନ୍ତି। ଏହା ସହ ବିଭିନ୍ନ ସ୍ଥାନକୁ ଭ୍ରମଣରେ ମଧ୍ୟ ଅନ୍ୟାନ୍ୟ ପ୍ରତିବନ୍ଧକ ଲାଗିଛି। ଏହି ପ୍ରତିବନ୍ଧକ ଯୋଗୁଁ କିଛି ପିଲାମାନେ ନିରାଶ ଏବଂ ଚାପରେ ରହି ଆତ୍ମହତ୍ୟା ଭଳି କଠୋର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ତେବେ ଆସନ୍ତୁ ଆମର ହସ୍ତଗତ ହୋଇଥିବା ଏଭଳି କିଛି ରିପୋର୍ଟ ଉପରେ ନଜର ପକାଇବା……

କେରଳରେ ମହାମାରୀ କରୋନା ହେବାର ୧୦୮ ଦିନ ମଧ୍ୟରେ ୬୬ ଜଣ ପିଲା ଏବଂ ବ୍ରିଟେନରେ ଲକ୍‌ଡାଉନର ମାତ୍ର ୫୬ ଦିନ ମଧ୍ୟରେ ୨୬ ଜଣ ପିଲା ଜୀବନ ହାରିଛନ୍ତି। ଦିଲ୍ଲୀ ଏମ୍ସର ଶିଶୁ ସାଇକୋଲୋଜିଷ୍ଟ ପ୍ରଫେସର ଡଃ ରାଜେଶ ସାଗର କହିଛନ୍ତି ଯେ, ଲକ୍‌ଡାଉନ ସମୟରେ ମାନସିକ ସ୍ତରରେ ଅସୁସ୍ଥ ଥିବା ଶିଶୁଙ୍କ ସଂଖ୍ୟା ବଢିବାରେ ଲାଗିଛି। ବିଦ୍ୟାଳୟ ବନ୍ଦ ଏବଂ ବିଶେଷକରି ସାଙ୍ଗମାନଙ୍କ ସହ ସାକ୍ଷାତ ନ ହେବାରୁ ପିଲାମାନେ ଅଧିକ ମାତ୍ରାରେ ଉଦାସୀନତା ଓ ଚିନ୍ତାଗ୍ରସ୍ତ ରହୁଛନ୍ତି।

- Advertisement -

ଦୈନିକ ହାରାହାରି ୧୫ ରୁ ୨୦ ଜଣ ପିଲାଙ୍କୁ ଏମ୍ସରେ ଟେଲି ମେଡିସିନ୍ ମାଧ୍ୟମରେ ଡାକ୍ତରୀ ପରାମର୍ଶ ଦିଆଯାଉଛି। ଲକ୍‌ଡାଉନର ପ୍ରତିବନ୍ଧକ ପ୍ରକୃତରେ ପିଲାମାନଙ୍କୁ ମାନସିକ ସ୍ତରରେ ପ୍ରଭାବିତ କରିଛି। କରୋନା ଭୟରେ ମଧ୍ୟ ପିତାମାତାମାନେ ଡାକ୍ତର ପରାମର୍ଶ ପାଇଁ ପିଲାମାନଙ୍କୁ ଡାକ୍ତରଖାନାକୁ ନେଉନାହାଁନ୍ତି। ଯାହା ପରିସ୍ଥିତିକୁ ଆହୁରି ଖରାପ କରୁଛି।

ଡାକ୍ତର ସାଗରଙ୍କ ପରାମର୍ଶ ଅନୁଯାୟୀ, ପରିବାରର ଦାୟିତ୍ବ ସହିତ ପିତାମାତାଙ୍କୁ ପିଲାମାନଙ୍କ ବିଷୟରେ ଚିନ୍ତା କରିବାକୁ ପଡିବ। ଯଦି ଶିଶୁର ଆଚରଣ ହଠାତ୍ ବଦଳିଯାଏ, ତେବେ ଜଣେ ସତର୍କ ରହିବାକୁ ପଡିବ। ଯଦି ପିଲାଟି ଚୁପଚାପ୍ ଜୀବନଯାପନ କରିବାକୁ ଲାଗୁଛି, ଖାଦ୍ୟ ଖାଉ ନାହିଁ, ଛୋଟ କଥାରେ ବିରକ୍ତ ପ୍ରକାଶ କରିବା କିମ୍ବା ଅତ୍ୟଧିକ କ୍ରୋଧ କରିବା ଆରମ୍ଭ କରୁଛି ଏବଂ ପିଲାଟି ମଧ୍ୟରେ ନକାରାତ୍ମକ ଚିନ୍ତାଧାରା ଆସିବା ଆରମ୍ଭ ହେଉଛି ତେବେ ବିଳମ୍ବ ନକରି ଡାକ୍ତରଙ୍କୁ ସାକ୍ଷାତ କରିବା ଉଚିତ୍। ସାମାନ୍ୟ ଅବହେଳା ଶିଶୁର ଜୀବନ ପ୍ରତି ବିପଦ ହୋଇପାରେ।

କେରଳ ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ ରିପୋର୍ଟ ଅନୁଯାୟୀ ମାର୍ଚ୍ଚ ୨୫ରୁ ଜୁଲାଇ ୧୦ ମଧ୍ୟରେ ୬୬ ଜଣ ଶିଶୁ ଆତ୍ମହତ୍ୟା କରିଛନ୍ତି। ଦିଲ୍ଲୀରେ ୧୨ ବର୍ଷର ବାଳକ ଘର ବାହାରେ ଖେଳିବାକୁ ମନା କରିବାରୁ ମେ ୨୫ ତାରିଖ ରାତିରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲା। ଏଭଳି ମାମଲା ଦେଶର ବିଭିନ୍ନ ରାଜ୍ୟରୁ ମଧ୍ୟ ଆସିଛି। କେବଳ କେରଳ ବା ଦିଲ୍ଲୀରେ ନୁହେଁ ବ୍ରିଟେନରେ ମଧ୍ୟ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି। ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା (NHS) ରିପୋର୍ଟ ଅନୁଯାୟୀ, ବ୍ରିଟେନରେ ୫୬ ଦିନିଆ ଲକ୍‌ଡାଉନ ମଧ୍ୟରେ ୨୫ ଜଣ ପିଲା ଆତ୍ମହତ୍ୟା କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories