www.samajalive.in
Monday, December 8, 2025
24.1 C
Bhubaneswar

କସ୍ତୁରୀ କବାବ

ଆବଶ୍ୟକ ସାମଗ୍ରୀ
ବୋନଲେସ ଚିକେନ – ୫୦୦ ଗ୍ରାମ
କସ୍ତୁରୀ ମେଥି – ଆବଶ୍ୟକ ପରିମାଣରେ
କଞ୍ଚା ଅଣ୍ଡା – ୨ଟି
ଅଦା ରସୁଣ ବଟା – ଆବଶ୍ୟକ ପରିମାଣରେ
ଲେମ୍ବୁ ରସ – ୧ ଚାମଚ
ଲଙ୍କା ଗୁଣ୍ଡ – ଅଳ୍ପ
ଧନିଆ ଗୁଣ୍ଡ – ଅଳ୍ପ
ଜିରା ଗୁଣ୍ଡ – ଅଳ୍ପ
କଳା ଲୁଣ – ଅଳ୍ପ
ଚାର୍ଟ ମସଲା – ଅଳ୍ପ
ତେଲ – ଆବଶ୍ୟକ ପରିମାଣରେ
ଚିଜ – ଅଳ୍ପ
କାଜୁ ବଟା – ୧ ଚାମଚ
କ୍ରିମ – ଅଳ୍ପ
ଗୋଲମରିଚ ଗୁଣ୍ଡ – ଅଳ୍ପ
ଧନିଆ ପତ୍ର – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏବେ ଏଥିରେ ଅଦା ରସୁଣ ବଟା, ଲେମ୍ବୁ ରସ, ଲଙ୍କା ଗୁଣ୍ଡ , ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, କଳା ଲୁଣ, ଚାର୍ଟ ମସଲା, ତେଲ, ଚିଜ, କାଜୁ ବଟା, କ୍ରିମ , ଗୋଲମରିଚ ଗୁଣ୍ଡ କୁ ଭଲ ଭାବେ ଗୋଳାଇ ରଖି ଦିଅନ୍ତୁ। ଏବେ ଗ୍ୟାସରେ ତାୱା ବସାଇ ଅଳ୍ପ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଗୋଳାଇ ରଖିଥିବା ଚିକେନକୁ ଭଲ ଭାବେ ଭାଜି ଦିଅନ୍ତୁ। ଅଳ୍ପ ଭାଜି ହୋଇଗଲେ ଏହାକୁ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ଆଉ ଏକ ପାତ୍ରରେ ଅଣ୍ଡାର ଭିତର ଅଂଶ, କସ୍ତୁରୀ ମେଥି, ଧନିଆ ପତ୍ର, ଲୁଣ , ଗୋଲମରିଚ ଗୁଣ୍ଡ ପକାଇ ମିଶ୍ରଣ ପ୍ରସ୍ତୁତ କରି ରଖନ୍ତୁ। ଏବେ ଏହି ମିଶ୍ରଣରେ ଭଜା ହୋଇଥିବା ଚିକେନକୁ ବୁଡ଼ାନ୍ତୁ। ଏବେ ଗ୍ୟାସରେ କଡ଼େଇରେ ଅଳ୍ପ ତେଲ ଗରମ କରନ୍ତୁ। ଏବେ ମିଶ୍ରଣରେ ବୁଡ଼ାଇ ଥିବା ଚିକେନକୁ ତେଲରେ ଭଲ ଭାବେ ଭାଜି ଦିଅନ୍ତୁ। ଭଲ ଭାବେ ଭାଜିବା ପରେ ଏହାକୁ ଏକ ପାତ୍ରକୁ କାଢି କଟା ପିଆଜ, ଧନିଆ ପତ୍ର ଦେଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କସ୍ତୁରୀ କବାବ। ଏହାକୁ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories