www.samajalive.in
Sunday, December 7, 2025
13.1 C
Bhubaneswar

ଓଡ଼ିଶା​ରେ ତିଆରି ହେବ କୋଭିଡ୍‌ ଟୀକା: ୩ଶହ କୋଟି ଟଙ୍କା ପୁଞ୍ଜି ନିବେଶ କରିବ ଭାରତ ବାୟୋଟେକ୍‌

ଭୁବନେଶ୍ବର: ଓଡ଼ିଶାରେ କୋଭିଡ୍‌ ଭ୍ୟାକ୍‌ସିନ୍‌ ଟିକା ତିଆରି କରାଯିବ। ଭୁବନେଶ୍ବରରେ ଇନ୍‌କ୍ୟୁବେଟର ସେଣ୍ଟର ପ୍ରତିଷ୍ଠା କରାଯିବ ଏବଂ ଏଠାରେ କରୋନା ଟିକା ପ୍ରସ୍ତୁତ କରାଯିବ। ଭୁବନେଶ୍ବର ଉପକଣ୍ଠ ଅନ୍ଧାରୁଆରେ କୋଭିଡ୍‌ ଭ୍ୟାକ୍‌ସିନ୍ ମ୍ୟାନୁଫ୍ୟାକ୍‌ଚରିଂ ୟୁନିଟ୍‌ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ୧୫ ଦିନ ମଧ୍ୟରେ ଆରମ୍ଭ କରିବାକୁ ନିର୍ଦେଶ ଦିଆଯାଇଛି। ଧାର୍ଯ୍ୟ ସମୟ ମଧ୍ୟରେ କରୋନା ଟିକା ପ୍ରସ୍ତୁତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଟିକା ପ୍ରସ୍ତୁତକାରୀ ସଂସ୍ଥା ଭାରତ ବାୟୋଟେକ୍‌ ଇନ୍‌କ୍ୟୁବେଟର ସେଟ୍‌ଅପ୍‌ ପାଇଁ ନିର୍ଦେଶ ଦିଆଯାଇଛି।
ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଭାରତ ବାୟୋଟେକ୍ ଇଣ୍ଟରନ୍ୟାସ୍‌ନାଲ୍‌ ଲିମିଟେଡ୍‌ ପକ୍ଷରୁ ଇନ୍‌କ୍ୟୁବେଟର ସେଣ୍ଟର ପ୍ରତିଷ୍ଠା କରାଯାଇ ଭୁବନେଶ୍ୱରରେ ପ୍ରସ୍ତୁତ ହେବ କୋଭିଡ୍ ଟିକା। ଇନ୍‌କ୍ୟୁବେଟର ସେଣ୍ଟର ୟୁନିଟ୍ ଅନ୍ଧାରୁଆ ବାୟୋଟେକ୍ ପାର୍କରେ ପ୍ରତିଷ୍ଠା କରାଯିବ। ଏଥିପାଇଁ ଭାରତ ବାୟୋଟେକ ପକ୍ଷରୁ ୩ଶହ କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ। ଏଠାରେ ମ୍ୟାଲେରିଆ, ଜାପାନୀ ଏନସେଫାଲାଇଟିସ୍ ଟିକା ମଧ୍ୟ ପ୍ରସ୍ତୁତ ହେବ। ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି ଏବଂ ୧୫ ଦିନ ମଧ୍ୟରେ ଏହି କମ୍ପାନିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ କୁହାଯାଇଛି।
ବିଜ୍ଞାନ ପ୍ରଯୁକ୍ତି ବିଦ୍ୟାର ପ୍ରମୁଖ ସଚିବ ସନ୍ତୋଷ କୁମାର ଷଡଙ୍ଗୀ କହିଛନ୍ତି ଯେ ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜମି ଓ ଆବଶ୍ୟକୀୟ ସାହାଯ୍ୟ ଯୋଗାଇ ଦିଆଯିବ। ଏଥିପାଇଁ ପ୍ରଦୂଷଣ ବୋର୍ଡ ପକ୍ଷରୁ କ୍ଲିଅରାନ୍ସ ମିଳିବା ପରେ କମ୍ପାନିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। କୋଭିଡ ସହ ମ୍ୟାଲେରିଆ ଭ୍ୟାକସିନ୍ ମଧ୍ୟ ଏହିଠାରେ ପ୍ରସ୍ତୁତ କରାଯିବ।
ଭାରତ ବାୟୋଟେକ୍ ଇଣ୍ଟରନ୍ୟାସ୍‌ନାଲ୍‌ ଲିମିଟେଡ୍‌ ପରିଚାଳନା ନିର୍ଦେଶକ ତଥା ଅଧ୍ୟକ୍ଷ ଡ.କ୍ରିଷ୍ଣା ଏଲା କହିଛନ୍ତି ଯେ ଆମ କମ୍ପାନୀ ଏକ ମଲ୍ଟି ଡାଇମେନ୍‌ସନ୍‌ ବାୟୋଟେକ୍ନୋଲୋଜି କମ୍ପାନୀ, ଯାହା ଟିକା ଓ ବାୟୋଥେରାପିଟିକ୍ସ ପ୍ରସ୍ତୁତ ସଫଳତା ହାସଲ କରିଛି। କମ୍ପାନୀ ପକ୍ଷରୁ କରୋନା ଟିକା ସହିତ ମହାମାରୀ ହଇଜା, ଝାଡ଼ାବାନ୍ତି, ମ୍ୟାଲେରିଆ, ଜାପାନି ଏନ୍‌ଫ୍‌ଲୁଏଞ୍ଜା, ରାବିଜ୍‌, ଅନ୍ୟାନ୍ୟ ଭୂତାଣୁ ବାହିତ ରୋଗ ପାଇଁ ଟିକା ପ୍ରସ୍ତୁତ କରିବ। ଏଥିପାଇଁ କମ୍ପାନୀ ପକ୍ଷରୁ ଶ୍ରେଷ୍ଠ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବ।
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସଚିବ ଏବଂ ଓଡ଼ିଶା ଶିଳ୍ପ ଉନ୍ନୟନ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସଂଜୟ କୁମାର ସିଂହ କହିଛନ୍ତି ଯେ କାର୍ଯ୍ୟ ଆରମ୍ଭ କରିବା ପାଇଁ ଅନ୍ଧାରୁଆର ବାୟୋଟେକ୍‌ ପାର୍କଠାରେ ଜମି ଉପଲବ୍ଧ ଅଛି। କୋଠାର ନକ୍ସା ମଧ୍ୟ ଅନୁମୋଦିତ ହୋଇଛି। ବିଭିନ୍ନ ଇନ୍‌କୁ୍ୟବେସନ୍‌ ସେଣ୍ଟରରେ ୭୭୪ଟି ଷ୍ଟାର୍ଟଅପ୍‌ କାର୍ଯ୍ୟକରୁଛି, ଯାହା ମଧ୍ୟରୁ ୬୫ଟି ଇନ୍‌କ୍ୟୁବେଟର ପାଟେଣ୍ଟ, ଟ୍ରେଡ୍‌ ମାର୍କ ଓ କପି ରାଇଟ୍‌ ଆଦି ହାସଲ କରିଛନ୍ତି । ପ୍ରାୟ ୭୫ଟି ଷ୍ଟାର୍ଟଅପ୍‌ ବାୟୋଟେକ୍‌ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି ।
ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ବିଜ୍ଞାନ ଓ ବୈଷୟିକ ବିଭାଗର ପ୍ରମୁଖ ଶାସନ ସଚିବ ସନ୍ତୋଷ ଷଡଙ୍ଗୀ, ଭାରତୀୟ ଜୀବବିଜ୍ଞାନ ପ୍ରତିଷ୍ଠାନ, ଭୁବନେଶ୍ୱରର ନିର୍ଦ୍ଦେଶକ ଡ. ଅଜୟ ପରିଡା ଏବଂ ବିଜ୍ଞାନ ଓ ବୈଷୟିକ ବିଭାଗ, ଇଡ୍‌କୋର ବରିଷ୍ଠ ଅଧିକାରୀ, କିଟ୍‌ ବାୟୋଟେକ୍‌ ଇନ୍‌କୁବେସନ୍‌ ସେଣ୍ଟରର କର୍ମକର୍ତ୍ତାମାନେ ଏହି ବୈଠକରେ ଯୋଗଦେଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories