www.samajalive.in
Monday, December 15, 2025
26.1 C
Bhubaneswar

ଲୋକଙ୍କୁ ଫୋନ୍‌‌ କଲେ ମୁଖ୍ୟମନ୍ତ୍ରୀ, ପଚାରିଲେ କେମିତି ଚାଲିଛି ବିକାଶ କାର୍ଯ୍ୟ?

ଭୁବନେଶ୍ବର: ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ରହିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀ ସିଧାସଳଖ ଫୋନ୍‌ ଯୋଗେ ଲୋକଙ୍କ ସହ କଥା‌ ହେବା ସହ ବିକାଶ କାର୍ଯ୍ୟ କେତେବାଟ ଆଗେଇଛି ସେ ସମ୍ପର୍କରେ ସେମାନଙ୍କଠାରୁ ପଚାରି ବୁଝୁଛନ୍ତି। ସାଧାରଣ ଲୋକଙ୍କ ମଧ୍ୟରେ ଏହା ଉତ୍ସାହ ସୃଷ୍ଟି କରିଛି।

ଫୋନ୍ କଲ୍‌ରେ ଲୋକଙ୍କଠାରୁ ସେମାନଙ୍କ ଅଞ୍ଚଳରେ କେଉଁ କାମ ସବୁ କେତେ ବାଟ ଆଗେଇଲାଣି ତାହା ପଚାରି ବୁଝୁଛନ୍ତି ନବୀନ। ଯେଉଁଥିରେ ବିଦ୍ୟାଳୟ ରୂପାନ୍ତରଣ, ମନ୍ଦିର ଉନ୍ନତିକରଣ ଏବଂ ଅନ୍ୟାନ୍ୟ କାମ ରହିଛି। ଆପଣଙ୍କ ସ୍କୁଲର କାମ କେମିତି ଚାଲିଛି, ଶ୍ରୀମନ୍ଦିର କାମ ଚାଲିଛି କି, ତାରିଣୀ ମନ୍ଦିର କାମ ହୋଇଛି କି ବୋଲି ମୁଖ୍ୟମନ୍ତ୍ରୀ ଟେଲିଫୋନ୍‌ରେ ଲୋକଙ୍କଠାରୁ ପଚାରି ବୁଝୁଛନ୍ତି। ଏସବୁ କାର୍ଯ୍ୟ ଭଲହୋଇଛି ଏବଂ ନିର୍ମାଣ ସରିଛି ବୋଲି ଖବର ଶୁଣିବା ପରେ ମୁଖ୍ୟମନ୍ତ୍ରୀ ଲୋକମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହି ଭିଡିଓକୁ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌। ଏହାପରେ ବିଜେଡିର ନେତାମାନେ ଭିଡିଓଟିକୁ ନିଜ ନିଜ ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡଲରେ ସେୟାର କରିଥିବା ଦେଖିବାକୁ ମିଳିଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories