www.samajalive.in
Saturday, December 13, 2025
26.1 C
Bhubaneswar

ଛତିଶଗଡ଼ ବିଧାନସଭା ନିର୍ବାଚନ : ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି

ରାୟପୁର : ଛତିଶଗଡ଼ ବିଧାନସଭା ପାଇଁ ମଙ୍ଗଳବାର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ଅନୁଷ୍ଠିତ ହେଉଛି। ରାଜ୍ୟର ୧୯ଟି ଜିଲ୍ଲାର ୭୨ଟି ନିର୍ବାଚନ ମଣ୍ଡଳୀରେ ସକାଳ ୮ ଟାରୁ ମତଦାନ ଆରମ୍ଭ ହୋଇଛି ଏବଂ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ୧୯,୨୯୬ଟି ମତଦାନ କେନ୍ଦ୍ରର ବ୍ୟବସ୍ଥା ହୋଇଛି। ଏହି ପର୍ଯ୍ୟାୟରେ ଆଜି ୧୧୯ ମହିଳାଙ୍କ ସମେତ ୧୦୭୯ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ ହେବ। ମୋଟ ୧,୫୩,୮୫,୯୮୩ ଜଣ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରିବା ପାଇଁ ନିର୍ବାଚନ କମିଶନରଙ୍କ ପକ୍ଷରୁ ସବୁ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି। ୬୦୦ କମ୍ପାନୀରୁ ଅଧିକ ଅର୍ଦ୍ଧସାମରିକ ବାହିନୀର ଯବାନ ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି। ମହିଳାମାନଙ୍କୁ ଅଧିକ ସଂଖ୍ୟାରେ ମତଦାନ କରିବା ପାଇଁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ୧୧୮ଟି ସଙ୍ଗୱାରୀ ବୁଥ୍‍ ସ୍ଥାପନ କରାଯାଇଛି। ମହିଳା କର୍ମଚାରୀଙ୍କ ଦ୍ୱାରା ଏହିସବୁ ବୁଥ୍‍ ପରିଚାଳିତ ହେଉଛି।

- Advertisement -

ସେହିପରି ପ୍ରତ୍ୟେକ ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟର ସେଲ୍‍ଫି ଜୋନ୍‍ମାନଙ୍କ ପ୍ରତିଷ୍ଠା କରାଯାଇ ନୂଆ ତଥା ଯୁବ ଭୋଟରମାନଙ୍କୁ ଉତ୍ସାହିତ କରାଯାଉଛି। ରାଜ୍ୟର ପ୍ରଥମ ପର୍ଯ୍ୟାୟରେ ୧୮ଟି ମାଓବାଦୀ ଅଧ୍ୟୁଷିତ ଆସନରେ ଚଳିତ ମାସ ୧୨ତାରିଖରେ ଭୋଟ୍‍ ଗ୍ରହଣ ହୋଇଥିଲା। ଏହି ପର୍ଯ୍ୟାୟରେ ମୋଟ ୭୫.୯୩% ମତଦାନ ହୋଇଥିଲା।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories