www.samajalive.in
Saturday, December 6, 2025
26.1 C
Bhubaneswar

ଛତିଶଗଡ ନକ୍ସଲ ଆକ୍ରମଣ: ସ୍ଵରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଛି ଉଚ୍ଚ ସ୍ଥରୀୟ ବୈଠକ

ଛତିଶଗଡ଼ରେ ହୋଇଥିବା ନକ୍ସଲ ଆକ୍ରମଣରେ ୨୪ ଜଣ ସୁରକ୍ଷାକର୍ମୀ ପ୍ରାଣ ହରାଇଛନ୍ତି। ଘଟଣାସ୍ଥଳରେ ଏବେ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି। ଆଜି ସନ୍ଧ୍ୟାରେ ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ଥରୀୟ ବୈଠକ ଆରମ୍ଭ ହୋଇଛି। ଶ୍ରୀ ଶାହ ତାଙ୍କ ଆସାମ ନିର୍ବାଚନୀ ପ୍ରଚାର ସୂଚୀ କାଣ୍ଟଛାଣ୍ଟ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବା ପରେ ଏହି ବୈଠକ ଆରମ୍ଭ ହୋଇଛି। ବୈଠକରେ ରାଷ୍ଟ୍ରୀୟ ସୁରକ୍ଷା ଏଜେନ୍ସି, ଗୁଇନ୍ଦା ବିଭାଗ ଓ ଅନ୍ୟାନ୍ୟ ଉଚ୍ଚ ପଦସ୍ତ ଅଧିକାରୀମାନେ ଯୋଗ ଦେଇଛନ୍ତି।

- Advertisement -

ଏହି ବୈଠକରେ ଛତିଶଗଡ଼ ଘଟଣାରେ କେନଥି ତ୍ରୁଟି ରହିଲା ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଉଛି। ବୈଠକ ପରେ ମନ୍ତ୍ରୀ ଶ୍ରୀ ଶାହ ଏହି ଘଟଣା ନେଇ ରିପୋର୍ଟ ତଲବ କରିବା ସମ୍ଭାବନା ରହିଥିବା ବିଶେଷ ସୂତ୍ରରୁ ଜଣାପଡିଛି। ଆଜି ସକାଳେ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ସିଆରପିଏଫ ମହାନିର୍ଦ୍ଦେଶକ କୁଲଦୀପ ସିଂହଙ୍କୁ ଛତିଶଗଡ଼ ଗସ୍ତ କରି ପରିସ୍ଥିତିର ଆକଳନ କରିବାକୁ ଶ୍ରୀ ଶାହ ନିର୍ଦ୍ଦେଶ ଦେଇଥିଲେ। ଇତି ମଧ୍ୟରେ ଶ୍ରୀ ସିଂହ କହିଛନ୍ତି ଯେ ଛତିଶଗଡ଼ର ଦୁରାନ୍ତ ଅଂଚଳରେ ମାଓ କ୍ୟାମ୍ପଗୁଡିକ ନଷ୍ଟ କରିବା ପରେ ମାଓବାଦୀମାନେ ହତାଶ ହୋଇ ଏପରି କାଣ୍ଡ ଭିଆଇଛନ୍ତି। ତେବେ ଆଗାମୀ ଦିନରେ ସେମାନଙ୍କୁ ଦମନ କରିବା ପାଇଁ ଆହୁରି କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ନକ୍ସଲ ଆକ୍ରମଣରେ ସହୀଦ ହୋଇଥିବା ୨୪ ଜଣ ସୁରକ୍ଷା କର୍ମଚାରୀଙ୍କ ମଧ୍ୟରୁ ୨୨ ଜଣଙ୍କ ନାମ ତାଲିକା ପ୍ରକାଶ ପାଇଛି। ସେମାନେ ହେଉଛନ୍ତି ସବ୍-ଇନ୍ସପେକ୍ଟର ଦୀପକ ଭରଦ୍ୱାଜ, ଇନ୍ସପେକ୍ଟର ଦିଲୀପ କୁମାର ଦାସ, ହେଡ କନଷ୍ଟେବଳ ରମେଶ କୁମାର ଜୁରୀ, ଶ୍ରାବଣ କାଶ୍ୟପ, ନାରାୟଣ ସୋଡି, ରାଜ କୁମାର ଯାଦବ, କନଷ୍ଟେବଳ ରମେଶ କୋରସା, ଜଗତ୍ରମ କାନୱାର, ସୁଖସିଂହ ଫରାସ, ରାମଶଙ୍କର ପାଇକ୍ରା, ଶଙ୍କରନାଥ, ରାମଦାସ କୋରାମ, ସୁଭାଷ ନାୟକ, ଶମ୍ଭୁରାଇ, ଧର୍ମଦେବ କୁମାର, ଏସ ଏମ କୃଷ୍ଣ, ଆର ଜଗଦୀଶ, ବାବଲୁ ରାଧା, ସାମାୟା ମାରାଭି ଏବଂ ଆସିଷ୍ଟାଣ୍ଟ କନଷ୍ଟେବଳ କିଶୋର ଆନ୍ଦ୍ରିକ, ସଙ୍କୁରାମ ସୋଡି, ଭୋସରାମ କର୍ତ୍ତାମି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories