ଛତିଶଗଡରେ ଆଇଇଡି ବିସ୍ଫୋରଣରେ ୨ ଯବାନ ସହିଦ

ନୂଆଦିଲ୍ଲୀ : ଛତିଶଗଡ ସୁକମା ଜିଲା ଜଗରଗୁଣ୍ଡା ଥାନା ଅଞ୍ଚଳରେ ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ୨ ଯବାନ ସହିଦ ହୋଇଛନ୍ତି ।  ସିଆରପିଏଫ୍ କୋବ୍ରା ୨୦୧ ବାଟାଲିଅନର ୨ ଯବାନ ସହିଦ ହେବା ଖବରର ସୂଚନା ଦେଇଛନ୍ତି ସୁକମା ଏସପି କିରଣ ଚୌହ୍ବାନ । ନକ୍ସଲମାନେ ଯବାନଙ୍କ ଟ୍ରକ୍ ଉପରକୁ ବିସ୍ଫୋରଣ କରିଥିଲେ । ଏଥିରେ ୨  ଯବାନ ସହିଦ ହୋଇଛନ୍ତି । ଯବାନଙ୍କ ପାର୍ଥିବ ଶରୀର ଘଟଣାସ୍ଥଳରୁ କଢା ଯାଉଛି । ଅନ୍ୟପଟେ ଘଟଣାସ୍ଥଳକୁ ଅତିରିକ୍ତ ସୁରକ୍ଷାବଳ ପଠାଯିବା ସହ ତଲାସି ଅଭିଯାନ ଜାରି ରହିଥିବା ସୂଚନା ମିଳିଛି ।

ଓଲା ଇ-ସ୍କୁଟରରେ ରିହାତି, ଅଫର ମାତ୍ର ୪ ଦିନ

Comments are closed.