www.samajalive.in
Friday, December 12, 2025
14.1 C
Bhubaneswar

ଗଞ୍ଜାମ ଜିଲାର ୧୦୮୦ ଚାଷୀଙ୍କ ଟୋକେନ୍ ଅବଧି ବୃଦ୍ଧି

ଛତ୍ରପୁର: କୌଣସି ଚାଷୀଙ୍କର ଟୋକେନ୍ କ୍ଷତି ହେବାକୁ ଦିଆଯିବ ନାହିଁ ବୋଲି ଗଞ୍ଜାମ ଜିଲାର ସମସ୍ତ କୃଷକମାନଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଚାଷୀମାନଙ୍କ ଟୋକେନ୍ ଅବଧି ବୃଦ୍ଧି କରିବା ନେଇ ରାଜ୍ୟ ସରକାର ଜିଲାପାଳମାନଙ୍କୁ କ୍ଷମତା ପ୍ରଦାନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲାର ୧୦୮୦ ଚାଷୀଙ୍କ ଟୋକେନ୍ ଅବଧି ୧୫ ଦିନ ପାଇଁ ବୃଦ୍ଧି କରଯାଇଛି। ସେହିଭଳି ଆଗାମୀ ଦିନରେ ମଧ୍ୟ ଟୋକେନ୍ ସମୟ ବୃଦ୍ଧି କରାଯିବ। କୌଣସି ଚାଷୀଙ୍କ ଟୋକେନ୍ କ୍ଷତି ହେବାକୁ ଦିଆଯିବ ନାହିଁ। ଆବଶ୍ୟକସ୍ଥଳେ ସେମାନଙ୍କ ଟୋକେନ୍ ସମୟସୀମା ବୃଦ୍ଧି କରାଯିବ ବୋଲି ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ମତ ଦେଇଛନ୍ତି। ତେଣୁ ଟୋକେନ୍ କ୍ଷତି ହେବା ଗୁଜବକୁ ଚାଷୀଗଣ ବିଶ୍ବାସ କରନ୍ତୁ ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଟୋକେନ୍ ଅବଧି ବୃଦ୍ଧି କରିବା ନେଇ ଚାଷୀଗଣ ସେମାନଙ୍କ ଅଞ୍ଚଳର ସୋସାଇଟିକୁ ସେକ୍ରେଟାରୀ କିମ୍ୱା ଧାନ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ପାଣି ପଞ୍ଚାୟତକୁ ଲିଖିତ ଅବଗତ କରାଇ ନିଅନ୍ତୁ। କିମ୍ୱା ଅନଲାଇନ୍ ଜରିଆରେ ସୋସାଇଟି ସେକ୍ରେଟାରୀଙ୍କ ମାଧ୍ୟମରେ ଡିଆରସିଏସଙ୍କଠାରେ ଦାଖଲ କରିପାରିବେ। ତେଣୁ ନିଜ ଟୋକେନ୍ ନେଇ ଭୟଭୀତ ନ ହେବାକୁ ଚାଷୀମାନଙ୍କୁ ଅନୁରୋଧ କରାଯାଇଛି। ଗଞ୍ଜାମ ଜିଲାରେ ଜାନୁଆରୀ ୩ରୁ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଦୁଇ ଥର ଅଦିନିଆ ବର୍ଷା କାରଣରୁ ବିଳମ୍ବରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଥିଲା।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories