www.samajalive.in
Saturday, December 6, 2025
19.1 C
Bhubaneswar

ଗଞ୍ଜାମ ଜିଲାର ୧୦୮୦ ଚାଷୀଙ୍କ ଟୋକେନ୍ ଅବଧି ବୃଦ୍ଧି

ଛତ୍ରପୁର: କୌଣସି ଚାଷୀଙ୍କର ଟୋକେନ୍ କ୍ଷତି ହେବାକୁ ଦିଆଯିବ ନାହିଁ ବୋଲି ଗଞ୍ଜାମ ଜିଲାର ସମସ୍ତ କୃଷକମାନଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଚାଷୀମାନଙ୍କ ଟୋକେନ୍ ଅବଧି ବୃଦ୍ଧି କରିବା ନେଇ ରାଜ୍ୟ ସରକାର ଜିଲାପାଳମାନଙ୍କୁ କ୍ଷମତା ପ୍ରଦାନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲାର ୧୦୮୦ ଚାଷୀଙ୍କ ଟୋକେନ୍ ଅବଧି ୧୫ ଦିନ ପାଇଁ ବୃଦ୍ଧି କରଯାଇଛି। ସେହିଭଳି ଆଗାମୀ ଦିନରେ ମଧ୍ୟ ଟୋକେନ୍ ସମୟ ବୃଦ୍ଧି କରାଯିବ। କୌଣସି ଚାଷୀଙ୍କ ଟୋକେନ୍ କ୍ଷତି ହେବାକୁ ଦିଆଯିବ ନାହିଁ। ଆବଶ୍ୟକସ୍ଥଳେ ସେମାନଙ୍କ ଟୋକେନ୍ ସମୟସୀମା ବୃଦ୍ଧି କରାଯିବ ବୋଲି ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ମତ ଦେଇଛନ୍ତି। ତେଣୁ ଟୋକେନ୍ କ୍ଷତି ହେବା ଗୁଜବକୁ ଚାଷୀଗଣ ବିଶ୍ବାସ କରନ୍ତୁ ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଟୋକେନ୍ ଅବଧି ବୃଦ୍ଧି କରିବା ନେଇ ଚାଷୀଗଣ ସେମାନଙ୍କ ଅଞ୍ଚଳର ସୋସାଇଟିକୁ ସେକ୍ରେଟାରୀ କିମ୍ୱା ଧାନ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ପାଣି ପଞ୍ଚାୟତକୁ ଲିଖିତ ଅବଗତ କରାଇ ନିଅନ୍ତୁ। କିମ୍ୱା ଅନଲାଇନ୍ ଜରିଆରେ ସୋସାଇଟି ସେକ୍ରେଟାରୀଙ୍କ ମାଧ୍ୟମରେ ଡିଆରସିଏସଙ୍କଠାରେ ଦାଖଲ କରିପାରିବେ। ତେଣୁ ନିଜ ଟୋକେନ୍ ନେଇ ଭୟଭୀତ ନ ହେବାକୁ ଚାଷୀମାନଙ୍କୁ ଅନୁରୋଧ କରାଯାଇଛି। ଗଞ୍ଜାମ ଜିଲାରେ ଜାନୁଆରୀ ୩ରୁ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଦୁଇ ଥର ଅଦିନିଆ ବର୍ଷା କାରଣରୁ ବିଳମ୍ବରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଥିଲା।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories