www.samajalive.in
Saturday, December 6, 2025
26.1 C
Bhubaneswar

ମହିଳାଙ୍କୁ ସଶକ୍ତ କରିବା ଆମ ସରକାରର ଲକ୍ଷ୍ୟ

ନୂଆଦିଲ୍ଲୀ:ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କହିଛନ୍ତି ଶିକ୍ଷା ଓ ରୋଜଗାର ଉପରେ ଗୁରୁତ୍ଵ ଦିଆଯାଉଛି। ବନ୍ଦେ ଭାରତ ଓ ନମୋ ଭାରତ ଟ୍ରେନ୍ ଦୌଡୁଛି। ୨୫ କୋଟି ଲୋକଙ୍କୁ ଗରିବୀ ସୀମାରୁ ଉପରକୁ ଉଠାଯାଇଛି। ଭାରତ ବିଶ୍ଵର ତୃତୀୟ ବଡ ଅର୍ଥ ବ୍ୟବସ୍ଥା ହେବାକୁ ଯାଉଛି। ସରକାରୀ କର୍ମଚାରୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ଗଠନ ହୋଇଛି। ମଧ୍ୟବିତ୍ତ ଦେତେ ବଡ ସ୍ଵପ୍ନ ଦେଖିବ , ଦେଶ ସେତେ ଆଗେଇବ। ଆୟକର ଦାତାଙ୍କ ପାଇଁ ଟିକସ ବ୍ୟବସ୍ଥା ସରଳ କରାଯାଇଛି। ଏକ ଦେଶ, ଏକ ନିର୍ବାଚନ ଉପରେ କାମ ଚାଲିଛି। ଆହୁରି ମଧ୍ୟ କହିଛନ୍ତି ମହିଳା ମାନଙ୍କୁ ସଶକ୍ତ କରିବା ଆମ ସରକାରର ଲକ୍ଷ୍ୟ। ୩ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବା ଆମ ସରକାରର ଲକ୍ଷ୍ୟ। ଡ୍ରୋନ୍ ଦିଦି ଜରିଆରେ ମହିଳାଙ୍କୁ ସଶକ୍ତ କରାଯାଉଛି। ଅଲିମ୍ପିକ୍ସରେ ଦେଶର ଝିଅମାନେ ପଦକ ଜିତୁଛନ୍ତି। ଆଜିର ମହିଳା ଲଢୁଆ ବିମାନ ମଧ୍ୟ ଉଡାଉଛନ୍ତି।

ମୋ ସରକାର ଯୁବବର୍ଗଙ୍କ ଶିକ୍ଷା ଏବଂ ସେମାନଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ବିଶେଷ ଧ୍ୟାନ ଦେଇଛନ୍ତି। ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ଦେବା ପାଇଁ ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନା ଆରମ୍ଭ କରାଯାଇଛି। ଶ୍ରେଷ୍ଠ ୫୦୦ କମ୍ପାନୀ ମଧ୍ୟରେ ୧ କୋଟି ଯୁବକଯୁବତୀଙ୍କୁ ଇଣ୍ଟର୍ନସିପ୍ ସୁଯୋଗ ଦିଆଯିବ। ମୋ ସରକାର ମହିଳାଙ୍କ ନେତୃତ୍ବାଧୀନ ବିକାଶ ମାଧ୍ୟମରେ ଦେଶକୁ ସଶକ୍ତ କରିବାରେ ବିଶ୍ୱାସ କରେ । ନାରୀ ଶକ୍ତି ବନ୍ଦନ ଆଇନ ମାଧ୍ୟମରେ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ସଂରକ୍ଷଣ ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ୧୧.୯ ନିୟୁତରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀକୁ ସଶକ୍ତ କରାଯାଉଛି । ଦେଶରେ ୧୦୦ ନିୟୁତରୁ ଅଧିକ ମହିଳାଙ୍କୁ ଏଥିରେ ଯୋଡ଼ାଯାଇଛି। ବ୍ୟାଙ୍କ ଲିଙ୍କେଜ୍ ଜରିଆରେ ମୋଟ ୯ ଲକ୍ଷ କୋଟିରୁ ଅଧିକ ଟଙ୍କା ବଣ୍ଟନ କରାଯାଇଛି।

- Advertisement -

ଭାରତରେ ଆଧୁନିକ ଏବଂ ଆତ୍ମନିର୍ଭର କୃଷି ବ୍ୟବସ୍ଥା ଆମର ଲକ୍ଷ୍ୟ। ମୋର ସରକାର କୃଷକମାନଙ୍କୁ ଫସଲର ଉଚିତ ଦାମ ଦେବା ଏବଂ ତାଙ୍କର ଆୟ ବୃଦ୍ଧି ପାଇଁ ସମର୍ପିତ ଭାବରେ କାମ କରୁଛି। ସହକାରୀ କ୍ଷେତ୍ରର ଆର୍ଥିକ ସଶକ୍ତିକରଣ ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପର ଫଳସ୍ୱରୂପ ରୋଜଗାରର ଅନେକ ଅବସର ସୃଷ୍ଟି ହେଉଛି। ୨୦୧୫ ବର୍ଷକୁ ଆନ୍ତର୍ଜାତୀୟ ସହକାରିତା ବର୍ଷ ଭାବରେ ପାଳନ କରାଯାଉଛି, ଯେଉଁଥିରେ ଭାରତ ତାର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ। ସ୍ୱାଧୀନତାର ଅନେକ ଦଶନ୍ଧି ପରେ ମଧ୍ୟ ଯାହାର ଉପେକ୍ଷା ହୋଇଥିଲା, ସେହି ଆମର ଜନଜାତୀୟ ଏବଂ ଆଦିବାସୀ ସମାଜର କଳ୍ୟାଣକୁ ମୋର ସରକାର ପ୍ରଥମ ପ୍ରାଥମିକତା ଦେଇଛି। ‘ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିୟାନ’ ଏବଂ ‘ପୀଏମ-ଜନମନ ଯୋଜନା’ ଏହାର ପ୍ରତ୍ୟକ୍ଷ ଉଦାହରଣ। ବିଶେଷ ଜାତୀୟ ମିଶନ ଦ୍ୱାରା ଆଦିବାସୀ ସମୁଦାୟର ସିକଲ ସେଲ ସହିତ ସମ୍ବନ୍ଧିତ ସ୍ୱାସ୍ଥ୍ୟ ସମସ୍ୟା ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି। ଏହି ମିଶନର ଅନ୍ତର୍ଗତ ପ୍ରାୟ ପାଞ୍ଚ କୋଟି ବ୍ୟକ୍ତିଙ୍କର ସ୍କ୍ରିନିଂ କରାଯାଇଛି।
ସାରା ଦେଶ ଯେଭଳି ଉତ୍ତର ପୂର୍ବାଂଚଳର ଆଠଟି ରାଜ୍ୟର ସମ୍ଭାବନାକୁ ଅନୁଭବ କରିପାରିବ, ଏହି ଦିଗରେ, ପ୍ରଥମ ଅଷ୍ଟଲକ୍ଷ୍ମୀ ମହୋତ୍ସବର ଆୟୋଜନ କରାଯାଇଛି। ପୂର୍ବୋତ୍ତରର ବିକାଶ ସହିତ ସରକାର ଦେଶର “ପୂର୍ବୋଦୟ” ଅର୍ଥାତ ପୂର୍ବାଂଚଳ ରାଜ୍ୟଗୁଡିକର ସର୍ବାଙ୍ଗୀନ ବିକାଶ କାର୍ଯ୍ୟ କରାଯାଉଛି ଯେଉଁଥିରେ ନୂତନ ରୋଜଗାରର ସୁଯୋଗ ମିଳିବ। ସମାଜର ପଛୁଆ ବର୍ଗ ଏବଂ ସଫେଇ କର୍ମଚାରୀଙ୍କୁ ସହଜରେ ଋଣ ପ୍ରଦାନ କରିବା ପାଇଁ ପିଏମ୍ ସୁରଜ ଯୋଜନାର ବିସ୍ତାର କରାଯାଇଛି। ସରକାରୀ ଯୋଜନାମାନଙ୍କର ଲାଭ ଦିବ୍ୟାଙ୍ଗ ଜନଙ୍କୁ ପହଁଚାଇବା ପାଇଁ ଏକ କୋଟିରୁ ଅଧିକ ଦିବ୍ୟାଙ୍ଗ ପରିଚୟ ପତ୍ର ଜାରି କରାଯାଇଛି। ଆମର ପାଣ୍ଡୁଲିପିଗୁଡିକ ଆମର ଧରୋହର।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories