www.samajalive.in
Saturday, December 6, 2025
14.1 C
Bhubaneswar

ଚେତନ ଭଗତଙ୍କ ଭୟଙ୍କର ଅଭିଯୋଗ: ବିଧୁବିନୋଦ ଚୋପ୍ରାଙ୍କ ଯୋଗୁଁ ମୁଁ ବି ଆତ୍ମହତ୍ୟା କରିଥାଆନ୍ତି

ସୁଶାନ୍ତ ସିଂହ ରାଜପୁତଙ୍କ ରହସ୍ୟମୟ ମୃତ୍ୟୁକୁ ନେଇ ଏବେ ବଲିଉଡ଼ ଦି’ ଫାଳ । ଏଥିପାଇଁ କଙ୍ଗନା ରଣାୱତ, ଶେଖର ସୁମନଙ୍କ ଠାରୁ ଆରମ୍ଭ କରି ବହୁ ବଲିଉଡ଼ ଅଭିନେତା କରଣ ଜୋହର, ସଲମନ ଖାଁ, ମହେଶ ଭଟ୍ଟ, ତାଙ୍କ ଝିଅ ଆଲିଆ ଭଟ୍ଟ, ଆଦିତ୍ୟ ଚୋପ୍ରା ଆଦିଙ୍କୁ ନିଶାଣ କରିଛନ୍ତି । ଏହାର ସିବିଆଇ ତଦନ୍ତ ଦାବି ହୋଇଛି । ଏପରି ସ୍ଥିତିରେ ଖ୍ୟାତନାମା ଲେଖକ ଚେତନ ଭଗତଙ୍କ ଟ୍ବିଟ୍ ଭାଇରାଲ ହୋଇଛି । ଏଥିରେ ସେ ବିଧୁ ବିନୋଦ ଚୋପ୍ରାଙ୍କ ଉପରେ ଗୁରୁତର ଅଭିଯୋଗ କରିଛନ୍ତି । ବିଧୁବିନୋଦ ତାଙ୍କୁ ଏପରି ଅପମାନିତ କରିଥିଲେ ଯେ ସେ ଆତ୍ମହତ୍ୟା କରିବାକୁ ମନସ୍ଥ କରିଥିଲେ ବୋଲି ଚେତନ ଭଗତ ଟ୍ବିଟ୍ କରିଛନ୍ତି ।

ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାରା’ ରିଲିଜକୁ ନେଇ ଚେତନ ଭଗତ ଏକ ଟ୍ବିଟ୍ କରିଥିଲେ ।

- Advertisement -

ସେଥିରେ ସେ ଲେଖିଥିଲେ ଯେ ଚଳିତ ସପ୍ତାହରେ ସୁଶାନ୍ତଙ୍କ ଅନ୍ତିମ ଫିଲ୍ମ ରିଲିଜ ହେଉଛି । ଏଥିପାଇଁ ସବୁ ଫିଲ୍ମ ସମୀକ୍ଷକଙ୍କୁ ଅନୁରୋଧ କରୁଛି ଯେ ସେମାନେ କିଛି ଭୁଲ ନ ଲେଖନ୍ତୁ । ନିରପେକ୍ଷ ଭାବରେ ଫିଲ୍ମର ସମୀକ୍ଷା କରନ୍ତୁ । ସେ ଲେଖିଥିଲେ ଏଥିରେ କିଛି ମନ୍ଦ ଉଦ୍ଦେଶ୍ୟ ନ ରଖି ବୁଦ୍ଧିମତା ଦେଖାନ୍ତୁ । ଆପଣମାନେ ବହୁତ ଜୀବନ ନଷ୍ଟ କରି ସାରିଛନ୍ତି ।

ଚେତନ ଭଗତଙ୍କ ଏହି ଟ୍ବିଟ୍ ଉପରେ ପ୍ରଯୋଜକ ନିର୍ଦେଶକ ବିଧୁବିନୋଦ ଚୋପ୍ରାଙ୍କ ପତ୍ନୀ ଅନୁପମା ଚୋପ୍ରା ନିଜର ମନ୍ତବ୍ୟ ଲେଖିଥିଲେ ।

ରିଟ୍ବିଟ୍ କରି କହିଥିଲେ ସବୁ ସମୟରେ ଆପଣଙ୍କ ଚିନ୍ତାଧାରର ପ୍ରବଚନ ଏହାଠାରୁ ତଳକୁ ଯାଉନାହିଁ । ଅନୁପମାଙ୍କ ଏହି ରିଟ୍ବିଟ୍ ଉପରେ ପୁଣି ଟ୍ବିଟ୍ କରିଥିଲେ ଚେତନ ଭଗତ ।

ସେ ଲେଖିଥିଲେ ଯେତେବେଳେ ଆପଣଙ୍କ ସ୍ବାମୀ ବିଧୁବିନୋଦ ଚୋପ୍ରା ଖୋଲାଖୋଲି ମୋତେ ଅପମାନିତ କରିଥିଲେ, ମୋର ସବୁ କାହାଣୀକୁ ଦିଆଯାଇଥିବା ସମ୍ମାନ ନିଜେ ନେଇଗଲେ, ମୋର ନିଜ ଲିଖିତ କାହାଣୀକୁ ନିଜ ବୋଲି ଦେଖାଇ ମୋତେ ଏହାର ଶ୍ରେୟ ଦେବାକୁ ମନା କରିଦେଲେ, ସେତେବେଳେ ଏହି ଘଟଣା ମୋତେ ଆତ୍ମହତ୍ୟା ପର୍ଯ୍ୟନ୍ତ ଟାଣି ନେଇ ଯାଇଥିଲା । ଆଉ ସେହି ସମୟରେ ଆପଣ ଚୁପ୍ ରହିଥିଲେ । ସେହି ସମୟରେ ଆପଣଙ୍କ ଉପଦେଶ କେଉଁଠି ଥିଲା ? 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories