www.samajalive.in
Saturday, December 6, 2025
16.1 C
Bhubaneswar

ଲକ୍ଷ୍ମୀଙ୍କ କମାଲ: ୫୮ ମିନିଟରେ ପ୍ରସ୍ତୁତ କଲେ ୪୬ ପ୍ରକାର ବ୍ୟଞ୍ଜନ

ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ କରିବା ଏକ କଳା। ସମସ୍ତଙ୍କ ଦ୍ବାରା ଏହା ସମ୍ଭବ ହୋଇ ନ ଥାଏ। ତେବେ ଜଣେ ୧ ଘଣ୍ଟା ଭିତରେ କେତେ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିପାରିବ ? ୫ କି ୧୦ ପ୍ରକାର । କିନ୍ତୁ ତାମିଲନାଡୁର ଜଣେ ଝିଅ ଘଣ୍ଟାଏ ଭିତରେ ୪୬ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛନ୍ତି। କମ୍‌ ସମୟ ଭିତରେ ଏତେ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିବାର କଳା ପାଇଁ ତାଙ୍କ ନାମକୁ ୟୁନିକୋ ବୁକ୍‌ ଅଫ୍‌ ୱାର୍ଲ୍ଡ ରେକର୍ଡ୍ସରେ ସ୍ଥାନିତ କରାଯାଇଛି।

- Advertisement -

ଏହି ଝିଅଟିର ନାମ ହେଉଛି ଏସ.ଏନ. ଲକ୍ଷ୍ମୀ ସାଇ। ଚେନ୍ନାଇରେ ମଙ୍ଗଳବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ମାତ୍ର ୫୮ ମିନିଟରେ ୪୬ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରି ଏହି ସଫଳତା ହାସଲ କରିଛନ୍ତି। ତାଙ୍କର ଏହି କଳା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଲକ୍ଷ୍ମୀ କୁହନ୍ତି, ଏହି ସଫଳତାର ଶ୍ରେୟ ସେ ତାଙ୍କ ମା’ଙ୍କୁ ଦେଉଛନ୍ତି। କାରଣ ତାଙ୍କ ମା’ ତାଙ୍କୁ ଖାଦ୍ୟ ପ୍ରସ୍ତୁତ କରିବା ଶିଖାଇଛନ୍ତି। ଏହି ସଫଳତା ପାଇଁ ସେ ବହୁତ ଖୁସି ଅଛନ୍ତି ଏବଂ ନିଜକୁ ଗର୍ବିତ ମନେ କରୁଛନ୍ତି ବୋଲି ଲକ୍ଷ୍ମୀ କହିଛନ୍ତି।

ଲକ୍ଷ୍ମୀଙ୍କ ମା’ବାପା ଜାଣିବାକୁ ପାଇଥିଲେ ଯେ, ଏହି ରେକର୍ଡ ପୂର୍ବରୁ କେରଳର ଜଣେ ୧୦ ବର୍ଷର ବାଳିକା ସାନଭୀ ନାମରେ ରହିଛି। ସେ ୧ ଘଣ୍ଟାରେ ପ୍ରାୟ ୩୦ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ। ତେଣୁ ଏହି ରେକର୍ଡ ଅତିକ୍ରମ କରିବା ଲାଗି ସେମାନେ ତାଙ୍କ ଝିଅକୁ ପ୍ରଶିକ୍ଷିତ କରିଥିଲେ।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories